ETV Bharat / bharat

ଘୋଡା ନେଇ ଟ୍ରେନରେ ଯାତ୍ରା କଲେ ମାଲିକ, ନିରାପତ୍ତା ଉପରେ ଯାତ୍ରୀ ଉଠାଇଲେ ପ୍ରଶ୍ନ - ଘୋଡା ଟ୍ରେନରେ ଯାତ୍ରା କରିବା ଖବର

ଯାତ୍ରୀଙ୍କ ତୀବ୍ର ବିରୋଧ ସତ୍ତ୍ବେ ପ୍ରତିଯୋଗିତା ପାଇଁ ଟ୍ରେନରେ ଘୋଡା ନେଇ ଯାତ୍ରା କଲେ ମାଲିକ । ନିରାପତ୍ତା ଉପରେ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ଘୋଡା ନେଇ ଟ୍ରେନରେ ଯାତ୍ରା କଲେ ମାଲିକ, ନିରାପତ୍ତା ଉପରେ ଯାତ୍ରୀ ଉଠାଇଲେ ପ୍ରଶ୍ନ

author img

By

Published : Apr 8, 2022, 9:53 PM IST

କୋଲକାତା: ପଶ୍ଚିମବଙ୍ଗ ସିଲଦା ସାଉଥ ଡିଭିଜନରେ ଲୋକାଲ ଟ୍ରେନରେ ଘୋଡା ଯିବାକୁ ନେଇ ଦେଖାଦେଇଛି ବିବାଦ । ଘୋଡା ଟ୍ରେନରେ ଯାତ୍ରା କରିବା ପରେ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଯାତ୍ରୀଙ୍କ ବାରଣ ସତ୍ତ୍ବେ ମାଲିକ ଘୋଡା ନେଇ ଟ୍ରେନରେ ଯାତ୍ରା କରିବାକୁ ତୀବ୍ର ବିରୋଧ କରାଯାଉଛି । ଘଟଣା ପରେ ରେଳବାଇ କର୍ତ୍ତୃପକ୍ଷ, ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ରାତିରେ ଲୋକାଲ ଟ୍ରେନରେ ଘୋଡା ନେଇ ଜଣେ ଯାତ୍ରୀ ଯାତ୍ରା କରିବାର ଭିଡିଓ ଭାଇରାଲ ହୋଇଥିଲା । ଦକ୍ଷିଣ 24 ପରାଗଣର ବାରୌପୁର ଅଞ୍ଚଳରେ ଏକ ପ୍ରତିଯୋଗିତା ପାଇଁ ଘୋଡାକୁ ନେଇ ଯାଉଥିଲେ ମାଲିକ । ମାଲିକ ଘୋଡାକୁ ସାଉଥ ଦୁର୍ଗାପୁର ଷ୍ଚେସନ ଡାଇମଣ୍ଡ ହାରବର ଡିଭିଜନରୁ ନେଇ ଯାଉଥିବା ଜଣାପଡିଛି । ଯାତ୍ରୀଙ୍କ ଆପତ୍ତି ସତ୍ତ୍ବେ ଘୋଡା ନେଇ ମାଲିକ ଟ୍ରେନରେ ଯାତ୍ରା କରିଥିଲେ ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗ୍ରୀଷ୍ମ ପ୍ରାରମ୍ଭରେ ଦକ୍ଷିଣ 24 ପରାଗଣର ବିଭିନ୍ନ ଅଞ୍ଚଳରେ ଅମଳ ପରେ ଖାଲି ଚାଷ ଜମିରେ ଘୋଡା ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ବହୁ ବର୍ଷ ଧରି ଏହିପରି କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ଘୋଡାକୁ ନେଇ ମାଲିକ ଟ୍ରେନରେ ଏପରି ଯାତ୍ରା କରିବାକୁ ନେଇ ବିରୋଧ କରାଯାଉଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.