ETV Bharat / bharat

ହଜିଗଲା ମାନବିକତା: ଅସହାୟ ବୃଦ୍ଧାଙ୍କୁ ମିଳିଲାନି କାନ୍ଧ, ମୃତଦେହକୁ ଝୁଣି ଖାଇଲେ ବୁଲା କୁକୁର - ମୃତଦେହକୁ ଝୁଣି ଖାଇଲେ ବୁଲା କୁକୁର

କର୍ଣ୍ଣାଟକର ଦେବମନ୍ନାଗୁଡିରେ ଅଭାବନୀୟ ଘଟଣା । ମୃତ୍ୟୁ ପରେ ହୋଇପାରିଲାନି ଅସହାୟ ବୃଦ୍ଧାଙ୍କ ଶେଷକୃତ୍ୟ (stray dogs eaten body of a dead old woman) । ମୃତଦେହକୁ ଝୁଣି ଖାଇଗଲେ ବୁଲା କୁକୁର ପଲ । ଅଧିକ ପଢନ୍ତୁ

Etv Bharatହଜିଗଲା ମାନବିକତା: ମୃତ୍ୟୁ ପରେ ଅସହାୟ ବୃଦ୍ଧାଙ୍କୁ ମିଳିଲାନି କାନ୍ଧ, ମୃତଦେହକୁ ଝୁଣି ଖାଇଲେ ବୁଲା କୁକୁର

author img

By

Published : Oct 19, 2022, 7:45 AM IST

ବେଙ୍ଗାଲୁରୁ: ମାନବିକତାର ସବୁ ସୀମା ଭୁଲିଗଲା ସମାଜ । କେହି ଜ୍ଞାତି କୁଟୁମ୍ବ ନଥିବାରୁ ମୃତ୍ୟୁ ପରେ ହୋଇ ପାରିଲାନି ଅସହାୟ ବୃଦ୍ଧାଙ୍କ ଶେଷକୃତ୍ୟ । ଶେଷରେ ରାସ୍ତାକଡରେ ପଡି ରହିଥିବା ମୃତଦେହକୁ ବୁଲା କୁକୁର ପଲ ଝୁଣି ଖାଇଲେ (stray dogs eaten body of a dead old woman)। ଏପରି କିଛି ଅଭାବନୀୟ ଘଟଣା ଏବେ କର୍ଣ୍ଣାଟକର ଦେବମନ୍ନାଗୁଡିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ ମହିଳାଜଣଙ୍କ ନିଃସହାୟ ଥିଲେ । ଦୀର୍ଘ ଦିନ ହେବରେ ରାସ୍ତା କଡରେ ରହି ଆସୁଥିଲେ । ଗତ ଦୁଇ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟ ପରେ ରାସ୍ତାକଡରେ ହିଁ ତାଙ୍କ ମୃତଦେହ ପଡି ରହିଥିଲା । କିଛି ଦିନ ଧରି ମୃତଦେହ ପଡି ରହିଥିଲେ ସୁଦ୍ଧା କେହି ଅନ୍ତିମ ସଂସ୍କାର ପାଇଁ ନା ସ୍ଥାନୀୟ ପ୍ରଶାସନ, ନା ସ୍ଥାନୀୟ ବାସିନ୍ଦା କେହି ଆଗ୍ରହ ପ୍ରକାଶ କରିନଥିଲେ । ଶେଷରେ ବୁଲା କୁକୁରଙ୍କ ପଲ ମୃତଦେହକୁ ଝୁଣି ଖାଉଥିବାର ଦେଖିବାକୁ ମିଳିଥିଲା । ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ରାସ୍ତାରେ ଏଣେ ତେଣେ ପଡିଛି ।

ତେବେ କୁକୁରମାନେ ମଣିଷ ମାଂସ ଖାଇବା ପରେ ଅତ୍ୟଧିକ ହ୍ରିଂସ ହୋଇଯାଇଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ନିକଟରେ ଥିବା ମନ୍ଦିର ନିକଟରେ ବହୁ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଯୋଗୁ ଭକ୍ତମାନେ ମଧ୍ୟ ମନ୍ଦିରକୁ ଆସି ପାରୁନାହାନ୍ତି । କୁକୁରଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ ବୋଲି ଦାବି ମଧ୍ୟ ଉଠିବାରେ ଲାଗିଛି । ତେବେ ଜଣେ ନିସଃହାୟ ମହିଳାଙ୍କ ମୃୃତଦେହ ରାସ୍ତା କଡରେ ପଡି ରହିବା ଓ ଶେଷକୃତ୍ୟ ସମ୍ପନ୍ନ ହୋଇ ନପାରିବା ଯୋଗୁ କୁକୁର ଖାଇଯିବା ଘଟଣାରେ ପ୍ରଶାସନର ଉଦାସୀନତା ମଧ୍ୟ ସମାଲୋଚନା ପରିସରକୁ ଆସିଛି । ଏନେଇ ସ୍ଥାନୀୟ ପ୍ରଶାସନ କିନ୍ତୁ କୌଣସି ପ୍ରତିକ୍ରିୟା ରଖିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.