ETV Bharat / bharat

କର୍ଣ୍ଣାଟକରେ ସଡକ ଦୁର୍ଘଟଣା, ଆନ୍ଧ୍ର ପ୍ରଦେଶର 5 ମୃତ

author img

By

Published : Jun 6, 2023, 8:28 AM IST

Updated : Jun 6, 2023, 9:05 AM IST

କର୍ଣ୍ଣାଟକରେ ବୋଲେରୋକୁ ଟ୍ରକ ଧକ୍କା ଦେଲା ଟ୍ରକ । 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୋଲେରୋକୁ ଟ୍ରକ ଧକ୍କା ଦେବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଥିବା ସୂଚନା । ୟାଦାଗିରି ଜିଲ୍ଲା ସାଇଦାପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ କାଲାବୁର୍ଗିରେ ଅନୁଷ୍ଠିତ ଦର୍ଗା ଉର୍ସୁ ଯାତ୍ରାରେ ସାମିଲ ହେବାକୁ କର୍ଣ୍ଣାଟକ ଆସିଥିଲେ । ସେମାନେ ହେଲେ 40 ବର୍ଷୀୟ ମୁନେର, ନୟାମତ, 50 ବର୍ଷୀୟ ରିମାଜା ବେଗମ ଓ 12 ବର୍ଷର ସେର ଓ 13 ବର୍ଷର ବାଳିକା ସୁମି । ଏମାନଙ୍କ ଘର ଆନ୍ଧ୍ରପ୍ରଦେଶ ନନ୍ଦିଆଲ ଜିଲ୍ଲାର ଭେଲୁଗୋଡୁ ଗାଁରେ ।

ଗତକାଲି 18 ଜଣଙ୍କୁ ନେଇ ଆନ୍ଧ୍ର ପ୍ରଦେଶରୁ କର୍ଣ୍ଣାଟକ ଅଭିମୁଖେ ବାହାରିଥିଲା ଏକ ଯାତ୍ରୀବାହି ବୋଲେରୋ । ସମସ୍ତେ କର୍ଣ୍ଣାଟକର କାଲାବୁର୍ଗିରେ ଅନୁଷ୍ଠିତ ଦର୍ଗା ଉର୍ସୁ ଯାତ୍ରାରେ ସାମିଲ ହେବାକୁ ଆସିଥିଲେ । କିନ୍ତୁ ଯାତ୍ରାରେ ସାମିଲ ହେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଛି । ୟାଦାଗିରି ଜିଲ୍ଲାରେ ବୋଲେରୋକୁ ଏକ ଟ୍ରକ ଧକ୍କା ଦେବାରୁ 18ଜଣଙ୍କ ମଧ୍ୟରୁ 5ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ୟାଦାଗିରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ସାଇଦାପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ଘଟଣା ପରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମେ' 28 ତାରିଖରେ କର୍ଣ୍ଣାଟକର କୁଶଟାଗି ଅଞ୍ଚଳରେ କାଲକେରି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ରହିଥିଲେ । କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଗୁରୁତରଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା ।

ମେ' 29 ତାରିଖରେ ଆସାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ଡିଭାଡରରେ ପିଟି ହେବା ପରେ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା ଏକ କାର । ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ । ଆସାମର ଗୌହାଟୀର ଜାଲୁକବରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଲା । ସମସ୍ତ ମୃତକ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ଜଣାପଡିଥିଲା ।

Last Updated : Jun 6, 2023, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.