ମେଷ: ଆପଣ ଆଜି ଦିନଟିକୁ ଉତ୍ସାହର ସହିତ କାଟିପାରନ୍ତି । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆଜି ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଭେଟିବେ । ଅପରାହ୍ନରେ ଆପଣଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ଅତ୍ୟଧିକ ଖାଆନ୍ତୁ ନାହିଁ । କଥାବାର୍ତ୍ତରେ ସଞ୍ଜମତା ରକ୍ଷା କରନ୍ତୁ । ନଚେତ୍ ଲୋକମାନଙ୍କ ନିକଟରେ ଅପଦସ୍ତ ହେବେ । ନିଜ ପେଷାରେ ଓ ସାମାଜିକ କ୍ଷେତ୍ରରେ ଅନୁକୂଳ ମତପୋଷଣ କଲେ ଆନନ୍ଦ ଉଲ୍ଳାସରେ ଦିନଟି କଟିବ ।
ବୃଷ: ଆପଣ କିଛି ନୂଆ ଜିନିଷ କିଛି କିଣିପାରନ୍ତି । ଏହାପରେ ଆପଣ ଏକ ପ୍ରଦର୍ଶନୀ ଯାଇ କିଛି କଳାତ୍ମକ ଓ ଆକର୍ଷକ ଜିନିଷ ଆଣିପାରନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଛି ।
ମିଥୁନ: ଆପଣ ପାରିବାରିକ ପର୍ବ ଓ ସାମାଜିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ପାଇଁ ବହୁତ ଭଲ ପାଆନ୍ତି । ଆଜି ଆପଣଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଆପଣ ଅପରାହ୍ଣରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ଜଣେ ଛୋଟ ବେଳର ବନ୍ଧୁଙ୍କ ସହ ଏକ ଲୋକପ୍ରିୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
କର୍କଟ: ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି । ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣି ଦେଇପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲୁକା ମନେ କରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ତାଙ୍କ ସହ ଯାତ୍ରା ଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ସିଂହ: ଆଜି ଆପଣଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଓ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନ ରଖିଲେ କଳହ ହୋଇପାରେ । ଲୋକଙ୍କ ସହିତ ଏପରି ଅପ୍ରତ୍ୟାସିତ ଘଟଣା ସୁସ୍ଥ ବାତାବରଣକୁ ବିଷାକ୍ତ କରିପାରେ ତେଣୁ ସତର୍କ ରୁହନ୍ତୁ । ମାତ୍ର ଅପରାହ୍ନରେ ଆପଣ ନିଜକୁ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରନ୍ତି ଏବଂ ଏହା ଆପଣଙ୍କୁ ନିଜ ପରିବାରର ପରିବେଶକୁ ଶାନ୍ତ ଓ ସତେଜ ରଖିବାରେ ସାହାଯ୍ୟ କରିବ । ଅଫିସ୍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।
କନ୍ୟା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ବାର୍ତ୍ତାଳାପରେ ସଞ୍ଜତ ହୁଅନ୍ତୁ । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ନ ହୋଇପାରେ ।
ତୁଳା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।
ବିଛା: ଆଜି ଆପଣ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଦିନସାରା ଅଫିସ୍ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ଉପକୃତ ହେବେ । ବହୁ ଲୋକଙ୍କ ସଙ୍ଗେ ସଙ୍ଗେ ମିଶିବା ହେତୁ ଆପଣଙ୍କ କିଛି ଅଧିକ ଜ୍ଞାନ ଆହରଣ କରିପାରିବେ ଏବଂ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ଭାଜନ ହେବେ । ନିଜ ପ୍ରିୟଜନଙ୍କ ସହ ପ୍ରୀତିର ଅନ୍ୱେଷ ହେବ ।
ଧନୁ: ଆଜି ସକାଳଟି ଆପଣଙ୍କ ପାଇଁ ଭଲରେ କଟିବ । କାମ କରିବା ବେଳେ ଆଜି ଆପଣ ଏପଟ ସେପଟ ହୋଇପାରନ୍ତି । ଆପଣ ଯେତେ ପରିମାଣରେ କଷ୍ଟକରି କାର୍ଯ୍ୟ କରିବେ, ତାହା ତୂଳନାରେ ସନ୍ତୋଷଜନକ ଫଳ ମିଳିବ ନାହିଁ । ମାତ୍ର ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ଶାନ୍ତି ପାଇପାରନ୍ତି । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି । ଆପଣ ନିଜକୁ ଆଧ୍ୟାତ୍ମିକ ଏବଂ ବଦାନ୍ୟତା ପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭଭାନ ହେବାର ଯୋଗ ରହିଛି ।
ମକର: ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଜମିବାଡି ଓ ସମ୍ପତ୍ତି ସମ୍ପର୍କୀୟ କୌଣସି କାର୍ଯ୍ୟ ଆଜି ଆଦୌ କରନ୍ତୁ ନାହିଁ । ମାନସିକ ଦୁଃଶ୍ଚିନ୍ତା ରହିପାରେ । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଦୃଢ ମନୋଭାବ ପରିହାର କରି ନିଜକୁ ଟିକିଏ କୋହଳ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନକୁ ନେଇ ଚିନ୍ତା ଆପଣଙ୍କ ମନକୁ ବିଚଳିତ କରିପାରେ । ସରକାରୀ କାର୍ଯ୍ୟରେ ଏବଂ ଉପରିସ୍ଥ ଗୁରୁଜନ ମାନଙ୍କ ସହିତ ବାର୍ତ୍ତାଳାପରେ ସନ୍ତୋଷଲାଭ କରିବେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।
କୁମ୍ଭ: ଆଜି ଆପଣ ନୂଆ ସମ୍ପତ୍ତି ହସ୍ତାନ୍ତରକରଣ ପ୍ରକ୍ରିୟା ପାଇଁ ପ୍ରବର୍ତ୍ତିତ ହୋଇପାରନ୍ତି । ମାତ୍ର ଯେହେତୁ ଆପଣଙ୍କ ଚିନ୍ତାଧାରା ସାଙ୍ଗେସାଙ୍ଗେ ବଦଳିଯାଏ, ତେଣୁ ଗୁରୁତ୍ୱପୂର୍ଣ୍ଣ ଘଟଣା ବା ସମସ୍ୟାର ସିଦ୍ଧାନ୍ତ ନେବାବେଳେ ତରବର ହୁଅନ୍ତୁ ନାହିଁ । ଆଜି ଦିନଟି ଲେଖକମାନଙ୍କ ନିମନ୍ତେ ଅନୁକୁଳ ଅଟେ । ମାତ୍ର ଅପରାହ୍ନରେ କିମ୍ଵା ସନ୍ଧ୍ୟାରେ ଘଟଣାର ପକ୍ଷ ପରିବର୍ତ୍ତନ ହେବାର ଆଶା ରହିଛି । ଆର୍ଥିକ ସମସ୍ୟାରେ ପ୍ରତିବନ୍ଧକ ଆସିପାରେ । କେହି ଜଣେ ବ୍ୟକ୍ତି କଥାରେ ବା ବ୍ୟବାହାରରେ ଆପଣଙ୍କ ମନରେ ଦୁଃଖ ଦେଇପାରେ । ସମ୍ପତ୍ତି ସଂପର୍କୀୟ କୌଣସି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ଆଧ୍ୟାତ୍ମିକ ଭାବରେ ଉଦ୍ବୁଦ୍ଧ ହେଲେ ମନର ଯାବତୀୟ ଦ୍ୱନ୍ଦ୍ୱ ଦୂର ହୋଇପାରେ ।
ମୀନ: କିଛି ଅସ୍ପଷ୍ଟ ରହିଛି । ଆପଣଙ୍କ ନକ୍ଷତ୍ରଗୁଡ଼ିକ ଯେତିକି ସକ୍ରିୟ ରହିବା ଉଚିତ ସେତିକି ନାହାଁନ୍ତି । ଅତ୍ୟଧିକ ଅର୍ଥବ୍ୟୟ ଆପଣଙ୍କୁ ବିରକ୍ତ କରିପାରେ, ତେଣୁ ଆପଣଙ୍କ ସଞ୍ଚୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ପରିସ୍ଥିତି ଦେଖି କଥାବାର୍ତ୍ତା କରନ୍ତୁ ଅନ୍ୟଥା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମସ୍ଥଳରେ ସହକର୍ମୀଙ୍କ ସହ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସନ୍ଦେହି ମନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ । ଆଜି ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଭଲ ହୋଇ ନପାରେ ।