ମେଷ: ଆଜି ଆପଣଙ୍କ ଜୀବନ ସମ୍ପର୍କରେ ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣଙ୍କ ଘରର ଭିତରର ସୌନ୍ଦର୍ଯ୍ୟକରଣ ଏହି ଆଲୋଚନାର ବିଷୟବସ୍ତୁ ହୋଇପାରେ । ଆପଣଙ୍କ ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୁତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ହାକିମ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ । ସରକାରୀ କାର୍ଯ୍ୟରେ ଆପଣ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ ।
ବୃଷ: ଆଜି ଦିନଟି ପର୍ଯ୍ୟଟନ ପାଇଁ ଏକ ଶୁଭ ଦିନ ଅଟେ । ଆପଣ ବିଦେଶକୁ , ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଆପଣ ନିଜର ଦରକାରୀ ଜିନିଷକୁ ବ୍ୟାଗରେ ପୁରାଇ ଯାତ୍ରା ପାଇଁ ପ୍ରସ୍ତୁତ ହେବେ ଏବଂ ବହୁଦିନ ରହଣି ପାଇଁ ନିଜେ ସ୍ଥିରିକୃତ ସ୍ଥାନକୁ ଯାଇ ନୂତନ ସହରରେ କିଛି ନୂତନ କାର୍ଯ୍ୟ କରିବାକୁ ଲାଳାୟିତ ହେବେ । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ତାହା ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଦେବେ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଧି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।
ମିଥୁନ: ଆଜି ଦିନରେ କିଛି ଅଶୁଭ ସଙ୍କେତ ଘଟିପାରେ । ଯଦି ସମ୍ଭବ, ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ସମ୍ବନ୍ଧିତ ଅଛି, ତେବେ ଅସ୍ତ୍ରାଘାତରୁ ଦୂରରେ ରୁହନ୍ତୁ ।ରାଗ ହେବା ଦ୍ୱାରା ଆପଣ ନିଜର କ୍ଷତି କରିପାରନ୍ତି । ଆପଣ ଦାୟିତ୍ୱହୀନତା ଯୋଗୁଁ ଆପଣ ଲଜ୍ଜିତ ହୋଇପାରନ୍ତି । ସାବଧାନ ରୁହନ୍ତୁ ।
କର୍କଟ: ଆପଣ ଆପଣଙ୍କର ଦିନଟିକୁ ସାଙ୍ଗସାଥି ଏବଂ ପ୍ରିୟଜନମାନଙ୍କ ସହିତ ସୁଖରେ ବିତାଇ ପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖି ପାରେ ।ବ୍ୟବସାୟଆଡକୁ ଦେଖିବାକୁ ଗଲେ, ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନର୍ଙ୍କଠାରୁ ଲାଭ ପାଇପାରନ୍ତି । ଛୋଟ ଯାତ୍ରାର ଅନୁଭବ ଆପଣଙ୍କର ସର୍ବଦା ମନେ ରହିବ । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।
ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ମାମୁଙ୍କଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ଏଥି ସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଉପରିସ୍ଥ କର୍ମଚାରୀଙ୍କ ସଙ୍ଗେ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ ସାମନା ସାମନି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।
କନ୍ୟା: ଏହା ଉତମ ଯଦି ଆଲୋଚନାରୁ ଦୁରରେ ରୁହ। ହଠାତ ରାଗ ବଢିଯିବାରୁ ସୁନ୍ଦର ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତିକରିବ। ଭାଗ୍ୟରେ ହଠାତ ଖର୍ଚ୍ଚ ଅଛି, ସେଥିପାଇଁ ସତର୍କ ହୁଅ। ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କ୍ଷ୍ୟାତି ବାଧା ପ୍ରାପ୍ତ ହେବ। ତେଣୁ ସେମାନଙ୍କ ସହ ବାହାରକୁ ଯା’ନ୍ତୁ। ପେଟଜନୀତ ରୋଗ ଭୋଗହୋଇପାରେ, ସୁଖାଦ୍ୟ ଖାଆନ୍ତୁ। ଅର୍ଥଲଗାଉଥିବା ବ୍ୟକ୍ତି ସଜାଗ ରହିବା ଭଲ।
ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ଆପଣଙ୍କର ମାନସିକ ଉତ୍ତେଜନା ବୃଦ୍ଧିପାଇପାରେ । ଆପଣଙ୍କ ମାଆ କିମ୍ୱା ଅନ୍ୟ ଜଣେ ବିଖ୍ୟାତ ମହିଳାଙ୍କ ସହ ମନର ଅମେଳ ଏହି ଦ୍ୱନ୍ଦର କାରଣ ହୋଇପାରନ୍ତି । ଗଣେଷଙ୍କ ମତ ଅନୁସାରେ ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିଲେ ମାନସିକ ଶାନ୍ତି ଫେରି ପାଇପାରନ୍ତି । ଜଳ ଠାରୁ ନିଜର ଦୁରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ । ଗତ ରାତ୍ରି ଆପଣ ସୁଖ ନିଦ୍ରା ଯାଇନାହାନ୍ତି । ତେଣୁ ଆଜି ବିଶ୍ରାମ ନିଅନ୍ତୁ । ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ ।ଏହା ସଫଳ କାମୀ ହେବ ନାହିଁ । ନିଜର ସମ୍ପର୍କିୟ କାଗଜ ପତ୍ର କରିବାରେ ସତର୍କତା ଅବଲମ୍ୱନ କରନ୍ତୁ ।
ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ଅଟେ । ବନ୍ଧୁ ଗ୍ରହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ଆପଣ ଉତ୍କଣ୍ଠିତ ଚିତରେ ଘରକୁ ଫେରିଛନ୍ତି । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ , ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ । ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିପାରେ । ଏକ ଛୋଟ କାଟିଆ ପରିଭ୍ରମଣ କରି ମୌଜ ମଜଲିସ କରିପାରନ୍ତି । ଅର୍ଥ ଉପାର୍ଜନ , ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ| ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟି ପାରନ୍ତି ।
ଧନୁ: ଆଜି ଦିନଟିରେ କୌଣସି କାର୍ଯ୍ୟ ଆପେ ଆପେ ହେବ ନାହିଁ । ଆପଣଙ୍କ ସହଯୋଗୀ କିମ୍ୱା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଦଣ୍ଡନୀୟ ଅପରାଧ ଯୁକ୍ତ କାମ ପାଇ ଯାଆନ୍ତୁ ନାହିଁ । ଏହା କଲେ ଆଜି ଦିନଟି ଆପଣଙ୍କର ଅଶାନ୍ତିରେ କଟିପାରେ । ଆପଣଙ୍କ ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି । ଆପଣଙ୍କ ପରିବାରର ଜଣେ ସଦସ୍ୟ ଆପଣଙ୍କୁ ସହଯୋଗ କରିବାକୁ ମନା କରିପାରନ୍ତି ଏବଂ ତାଙ୍କ ଜିଦ ରେ ଅଟଳ ରୁହନ୍ତି । ସେଥିପାଇଁ ଆପଣ ନିଜର କ୍ରୋଧ ପ୍ରକାଶ କରନ୍ତୁ ନାହିଁ । ସେମାନେ ଯାହା କରିବାକୁ ଚାହୁଁଛନ୍ତି , ତାଙ୍କୁ କରିବାକୁ ଦିଅନ୍ତୁ । ମାତ୍ର ଖୋସାମୋଦ କରନ୍ତୁ ନାହିଁ କି ମନଦୁଃଖ କରନ୍ତୁ ନାହିଁ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ । ବ୍ୟସ୍ତ ହୁଅନ୍ତୁ ନାହିଁ , ଏହା ଆପଣଙ୍କ ପାଇଁ ଶୁଭ ଏବଂ ବାକିଥିବା ସିଦ୍ଧାନ୍ତକୁ ବିଳମ୍ବ କରିବା ପାଇଁ ପ୍ରବର୍ତ୍ତାଇବ । ସମୟର ଗତି ସଙ୍ଗେ ତାଳ ଦେଇ ଚାଲନ୍ତୁ ଏବଂ ନିଶ୍ଚିତ ହୁଅନ୍ତୁ । ଦୂର ବିଦେଶରେ ରହୁଥିବା ବନ୍ଧୁମାନଙ୍କ ସହ ଯୋଗାଯୋଗ ମଙ୍ଗଳଦାୟକ ହେବ ।
ମକର: ଆଜି ସାମାଜିକ , ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀ ମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗ ମାନଙ୍କ ସହ ଖୁସୀରେ ସମୟ ବିତିବ । ଘରେ ମନ ଖୁସୀ ଓ ମୌଜ ରହିବେ । ଦୁର୍ଘଟଣା ହୋଇପାରେ ।
କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଆପଣ ଏହା ଉପରେ ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନ କଲେ ନିଜେ କଷ୍ଟ ଭୋଗିବେ । ଖର୍ଚ୍ଚ କମାଇବାକୁ କହିବା ଅର୍ଥ ଏହା ଯେ ଆପଣ ଆପଣଙ୍କର ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରିବା ଏବଂ ଉପାର୍ଜିତ ଅର୍ଥକୁ ଠିକ୍ ଭାବରେ ବିନିଯୋଗ କରିବା । ରୋଜଗାର କୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ । ଧାର କରଜ କରନ୍ତୁ ନାହିଁ । ଧାର କରଜ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପଡନ୍ତୁ ନାହିଁ । କୌଣସି କାରଣରୁ ଆପଣ ଉତ୍ତେଜିତ ହେବାପରି ଘଟଣାରେ ଅନ୍ୟମାନଙ୍କ ଯୋଗୁଁ ଛନ୍ଦି ହୋଇପାରନ୍ତି କିମ୍ୱା ଅନ୍ୟମାନଙ୍କ ମତକୁ ଭୂଲ ବୁଝିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ ।
ମୀନ: ଅର୍ଥାଗମ ହେବାର ଶୁଭସୁଚନା ମିଳୁଛି । ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ । ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ । ହଜିଯାଇଥିବା ଜଣେ ପୁରୁଣା ବନ୍ଧୁଙ୍କ ଦର୍ଶନ ପାଇ ଉତ୍ଫୁଲିତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ । କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି ଏବଂ ଆମୋଦ ପ୍ରମୋଦରେ କାଟିପାରନ୍ତି । ପ୍ରିୟଜନଙ୍କ ସଙ୍ଗରେ କୌଣସି ଏକ ଆକର୍ଷଣୀୟ ଯାଗାକୁ ବଣଭୋଜି କରିବାକୁ ଓ ହସଖୁସିରେ ସମୟ କାଟିବାକୁ ପସନ୍ଦ କରିପାରନ୍ତି ।