ମେଷ: ଆଜି ଆପଣଙ୍କ ପାଇଁ ଏକ ମାନ୍ଦା ଦିନ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥୀର ଅନୁଭବ କରିପାରନ୍ତି । କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।
ବୃଷ: ସାବଧାନତା ଅବଲମ୍ବନ କରନ୍ତୁ। ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ। ଦେହ ଭଲ ରହିବ ନାହିଁ। ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ। କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ। ଯାତ୍ରା ଶୁଭ ଅଟେ। ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ।
ମିଥୁନ: ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ। ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ। ତେଣୁ ପରିବାରର ସଦସ୍ୟ ,ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟ ମନେ କରିବେ। ଶାରୀରିକ ତଥା ମାନସିକ ସୁସ୍ଥତା ଜାରି ରହିବ। ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ। ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି। ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି।
କର୍କଟ: ଆଜି ଏକ ଆନନ୍ଦମୟ ଏବଂ ଘଟଣା ବହୁଳ ଦିନ ଗଚ୍ଛିତ କରି ରଖିଛନ୍ତି । ଆପଣ ଆଜି ଅନେକ ସଫଲତା ଏବଂ ଖୁସୀ ପାଇବାର ଆଶା କରିପାରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅନୁକୂଳ ମନୋଭାବ ନେବେ । ଘର ପରିବେଶ ଉଜ୍ଜ୍ୱଳ ଏବଂ ହସଉଲ୍ଲାସରେ ଭରା ରହିବ । ଆବଶ୍ୟକ ଜିନିଷ ଗୁଡିକରେ ଆପଣ କିଛି ଖର୍ଚ୍ଚ କରିପାରନ୍ତି ।
ସିଂହ: ଆଜି ଆପଣ ଉତ୍ତମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ଉତ୍ସାହିତ ରହିବ । ଆପଣ ଦିନସାରା ଆଶାବାଦୀ ରହିବେ । ସମସ୍ତ ପ୍ରଚେଷ୍ଟା ଗଠନମୁଳକ ହେବ ଏବଂ ଫଳାଫଳ ଆଶାବାଦୀ ହେବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଜିନିଷ ଆଶା କରିବେ । ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ହସଖୁସୀର ସନ୍ଧ୍ୟା ଆପଣ ବିତାଇବେ ।
କନ୍ୟା: କୌଣସି କୋର୍ଟ କଚେରୀ ଜାତୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେଅଙ୍ଗେ ଅନୁଭବ କରିବେ। ଲୋକମାନେ ଆପଣଙ୍କୁକୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ। ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ।
ତୁଳା: ନୂତନ କାମ ପାଇଁ ଦିନଟି ସୁନ୍ଦର ଅଟେ । ନୂଆ ଚୁକ୍ତି, ଫଳପ୍ରଦ ଭ୍ରମଣ କିମ୍ବା ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗରେ ଖୁସୀ ରହିବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ ଏବଂ ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ । ଶତ୍ରୁ ଜୟ କରିବେ । ତେଣୁ ଦିନଟି ଉପଭୋଗ କରି ଆନନ୍ଦିତ ହୋଇ ରୁହନ୍ତୁ।
ବିଛା: ସାଂସାରିକ ଜୀବନ ସୁଖମୟ ହେବ । ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ । ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ । ଆପଣଙ୍କୁ ଆଶ୍ରୟ ନଦେବା ପାଇଁ ଚକ୍ରାନ୍ତର ସୂଚନା ମିଳେ । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ । ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ସହଜରେ ଏହାକୁ ଅତିକ୍ରମ କରିବାକୁ ଦିଅନ୍ତୁ । ଛାତ୍ରଙ୍କ ପାଇଁ ଭଲ ସମୟ ନୁହେଁ । କଠିନ ପରିଶ୍ରମ କରନ୍ତୁ।
ଧନୁ: ଅର୍ଥ ଉପାର୍ଜନର ପଥ ସୁଗମ ହେବ। ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାରେ ସଫଳତା ଲାଭ କରିବେ। ଧାର୍ମିକ ସ୍ଥାନକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣ ଏକ ମାଙ୍ଗଳିକ ଉତ୍ସବରେ ଯୋଗଦେବା ପାଇଁ ପ୍ରିୟଜନ କିମ୍ୱା ଭାଇ ଭଉଣୀଙ୍କ ଘରକୁ ଯିବାକୁ ପଡିପାରେ। ସେମାନଙ୍କ ସାନିଧ୍ୟ ଆପଣଙ୍କୁ ପ୍ରଫୁଲ୍ଳିତ କରିପାରେ ଏବଂ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ। ସୁସ୍ୱାଦୁ ଭୋଜନ, ଶାନ୍ତ ସ୍ଥିର ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ | ନିଜର ମଙ୍ଗଳ ଦାୟକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ |
ମକର: ଆପଣ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ଏବଂ ଦିନଯାକ ମାନସିକ ସ୍ତରରେ ଉତ୍କଣ୍ଠିତ ରହିପାରନ୍ତି। ତେଣୁ ନିଜ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ପାଇଁ କେତେକ ଘଟଣା ଦାୟୀ ଅଟେ। ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ , ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ। ଆପଣ ନିଜକୁ ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟ୍ୟକ୍ରମରେ ଲିପ୍ତ ରଖିପାରନ୍ତି। ସତର୍କତା ସହ ଯାତ୍ରା କରିପାରନ୍ତି। କଠିନ କାର୍ଯ୍ୟକରି ଆପଣ ଆତ୍ମସନ୍ତୋଷ ଲାଭ କରିପାରନ୍ତି।
କୁମ୍ଭ: ଅତ୍ୟାବଶ୍ୟକ ସମ୍ମାନ ଲାଭ କରିପାରନ୍ତି। ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି। ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି। ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପ୍ରେମ ଓ ବିବାହ ପାଇଁ ଉତ୍କଣ୍ଠିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ପାଇପାରନ୍ତି।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ। ନିଜ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳକାମୀ ହେବେ। ସବୁ ଦିଗରୁ ପାରିବାରିକ ଜୀବନରେ ସନ୍ତୋଷ ପ୍ରକାଶ କରିବେ। ଆପଣ ଉନ୍ନତି କରିବେ ଏବଂ ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମରେ ସନ୍ତୋଷ ଲାଭ କରିପାରନ୍ତି। ଆପଣ ନିଜର ବ୍ୟବସାୟରେ ଅଗ୍ରଗତି କରିପାରନ୍ତି। ଧାର ଦେଇଥିବା ଅର୍ଥ ଫେରିପାଇବେ। ଗୁରୁଜନ ଓ ପରିବାର ବର୍ଗର ସଦସ୍ୟଙ୍କ ଠାରୁ ଉପକୃତ ହୋଇପାରନ୍ତି। ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ। ଶରୀର ସୁସ୍ଥ ରହିବ। ଆପଣଙ୍କ ଦିନଟି ଖୁସିବାସରେ କାଟିପାରନ୍ତି।