ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ପ୍ରଦାରକ ହେବ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ ଏବଂ ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ ଯାହାକି ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଖୁସି ଦେବ ।
ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ନିଜକୁ ଶିକ୍ଷଣ କରିବା, ମନୋରଞ୍ଜନ ଟିକିଏ ଆନନ୍ଦ ହେବାର ସମୟ, ଯଦି ଆପଣଙ୍କ ସଂଚୟରୁ ଏହି କାର୍ଯ୍ୟକଳାପ ପାଇଁ କିଛି ଖର୍ଚ୍ଚ କରିବାକୁ ପଡୁଛି, ତେବେ କିଛି ଭାବନ୍ତୁ ନାହିଁ । ଆନନ୍ଦଦାୟକ ଗପସପରେ ଘରେ ଶାନ୍ତି ପୂର୍ବକ ଦିନଟି ସମାପ୍ତ ହେବ ।
ମିଥୁନ: ଆଜିର ଦିନ ବ୍ୟସ୍ତତାରେ କଟିବ । କାର୍ଯ୍ୟସ୍ଥଳରେ କାର୍ଯ୍ୟାଳୟରେ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଅର୍ଥ ପ୍ରାପ୍ତର ସୁଯୋଗ ରହିଛି । ଭ୍ରମଣର ସୁଯୋଗ ରହିଛି । ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣରେ ବ୍ୟସ୍ତ ରହିବେ । ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
କର୍କଟ: ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍ ଏବଂ କଣ ଠିକ୍ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯାଇ ପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ ।
ସିଂହ: ଆଜି ଦିନଟି ଆପଣ ଧାର୍ମୀକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି ଏବଂ ଗୋଟିଏ ଧାର୍ମିକ ସ୍ଥାନକୁ ସମସ୍ତଙ୍କୁ ବୁଲାଇବା ପାଇଁ ନେଇ ପାରନ୍ତି । ଆଜି ଆପଣ ନିଜର କ୍ରୋଧ ସମ୍ୱରଣ କରନ୍ତୁ । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ମାନସିକ ଅଶାନ୍ତି ଭୋଗିପାରନ୍ତି ।
କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ରାସ୍ତା କଡରେ ବିକ୍ରୀ ହେଉଥିବା ପାଟି ସୁଆଦିଆ ଚାର୍ଟ ଖାଇବାକୁ ବନ୍ଦ କରନ୍ତୁ ନଚେତ୍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭକରିବେ । ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ, ନୂଆ ଲୁଗାପଟା ଓ ଗହଣା ଗାଣ୍ଠି କିଣି ଘର ଆଲମିରା ଭର୍ତ୍ତି କରିପାରନ୍ତି । ଆପଣଙ୍କ ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ ।
ବିଛା: ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ନିଶ୍ଚିତ ଭାବରେ, ଆପଣ ବ୍ୟବସାୟ-ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ ।
ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେବି କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରନ୍ତୁ, ଯେହେତୁ ଆଗକୁ ରାସ୍ତା ସହଜ ଅନୁଭବ ହେଉନାହିଁ ।
ମକର: ଆପଣଙ୍କ ଆଖିରେ ବିଳମ୍ବରେ ନଜର ଆସିଥିବା କୌଣସି ଜିନିଷ ଆରମ୍ଭ କରିବା ପାଇଁ ଆଞ୍ଜି ହେଉଛି ଏକ ମହତ୍ୱପୁର୍ଣ୍ଣ ଦିନ । ଆପଣଙ୍କ ଚିନ୍ତାଧାରାକୁ ଗ୍ରାସ କରିଥିବା ଜିନିଷ ହେଉଛି ଆପଣଙ୍କ ଜୀବନ, ପେଶା କିମ୍ୱା ବ୍ୟବସାୟ ସହିତ ଜଡିତ । ତାହା କାର୍ଯ୍ୟକାରୀ କରିବା ପାଇଁ ଏହା ହିଁ ଉତ୍କୃଷ୍ଟ ସମୟ ।
କୁମ୍ଭ: ଏହି ରାଶି ପାଇଁ ଦିନଟି ମଧ୍ୟମ ଧରଣର ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମରୁ ଦୂରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେ ହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ । ଯେହେତୁ ସମୟ ବର୍ତ୍ତମାନ ଅନୁକୂଳ ନୁହେଁ ।
ମୀନ: କଥାବାର୍ତ୍ତାରେ ମଧୁରତା ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ ଏବଂ ଏହା ଅନ୍ୟ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବ । କଠିନ ପରିଶ୍ରମ ତୁଳନାରେ ଫଳାଫଳ ସନ୍ତୋଷଜନକ ହେବ ନାହିଁ । କାର୍ଯ୍ୟରେ ସତର୍କତାର ସହିତ ଅଗ୍ରଗତି କରିବାକୁ ପଡିବ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଧ୍ୟାନ ଦିଅନ୍ତୁ । ସାହିତ୍ୟିକ ଲେଖା ପ୍ରତି ତୁମର ଆଗ୍ରହ ବଢିବ । ସମୟ ତୁମ ପାଇଁ ଲାଭଦାୟକ ରହିବ ।