ମେଷ: ଆପଣ ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଶେଷକରି ସମ୍ପର୍କଗୁଡିକୁ ଅତ୍ୟଧିକ ସୁରକ୍ଷା ଦେଇପାରନ୍ତି । ଆହୁରି ମଧ୍ୟ, ଆଜି ଆପଣଙ୍କ ପାଇଁ ଅନେକ ଉତ୍ତେଜନାପୂର୍ଣ୍ଣ କାମ କରିବାକୁ ଅଛି । କିଛି ବାକିଆ ଥିବା କାମ ଶେଷ କରିବା ପାଇଁ ଶେଷ ଚେଷ୍ଟା କରିବେ ।
ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ଓ ଆଧ୍ୟାତ୍ମିକ ଭାବେ ସତେଜ ରହିବାର ବହୁତ ସମ୍ଭାବନା ଅଛି । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣ ଆଜି ଆକର୍ଷଣୀୟ ଦେଖାଯିବେ ।
ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ଦିନ ସାରା ଆପଣ ପ୍ରାୟୋଗିକ ଓ ବ୍ୟାବହାରିକ ରହିବେ ।
କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ । ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆହୁରିମଧ୍ୟ, ଆପଣ ଥରେ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ । ଆପଣ ଆପଣଙ୍କ ଘର ଭିତର ସାଜସଜାରେ କିଛି ପରିବର୍ତ୍ତନ କରିପାରନ୍ତି ।
ସିଂହ: ଅତ୍ୟଧିକ ତ୍ରୁଟି କେବଳ ଦୂରରୁ ମଜାଳିଆ ଦେଖାଯାଏ । ଦେଖିବାକୁ ଗଲେ ଅତ୍ୟଧିକ ପ୍ରାୟୋଗିକତା ଦୁନିଆକୁ ଖରାପ କରିଦିଏ । ସେଥିପାଇଁ ହାଲୁକା ହୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ । ଆଜି ଯାହା ହେଉ ନା କାହିଁକି, ଆପଣ ମୁଣ୍ଡ ଆରାମରେ ଥଣ୍ଡା ରଖନ୍ତୁ ଯାହା ଆପଣ ବହୁତ ଦିନ ହେଲା କରି ନାହାନ୍ତି ।
କନ୍ୟା: ଆପଣ ଆଜି ମାଆ ହଂସ ଭଳି ହୋଇପାରନ୍ତି । ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ । ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ବିଳମ୍ଵତା ଶେଷରେ ସମ୍ପୂର୍ଣ୍ଣ ହେବ କାରଣ ଆପଣଙ୍କ ଦିନ ଘଟଣାମୟ ରହିବ ।
ତୁଳା: ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି । ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ । ପ୍ରେମରେ ସବୁ କିଛି ସମ୍ଭବ । ଅପରାହ୍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ ସନ୍ଧ୍ୟା ସମୟ ଆପଣଙ୍କ ମଉଜ ମଜଲିସ୍ରେ ଯିବ ।
ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କାର୍ଯ୍ୟସ୍ଥଳରେ, ଠିକ୍ କାମ ଆପଣଙ୍କ ପାଖକୁ ଆସିଛି । ଘରେ ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ ।
ଧନୁ: ଗତ କିଛି ଦିନ ହେଲାଣି ଯେଉଁ ରହସ୍ୟ ଆପଣଙ୍କୁ ବ୍ୟଗ୍ର କରିଥିଲା ସେଥିରୁ ଆଜି ପରଦା ଉଠିବ ଓ ଆପଣ ସତ୍ୟତା ବିଷୟରେ ଜାଣିବେ । ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ ।
ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ଏତେ ବଢି ଯିବ ଯାହା ଆପଣଙ୍କ ସହିବା ସୀମା ଅତିକ୍ରମ କରିଦେବ। ଆପଣଙ୍କ ସବୁ ଆଶା ଧିରେଧିରେ ମଉଳି ଯିବାର ସମ୍ଭାବନା ରହିଛି । ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ ।
କୁମ୍ଭ: ଆପଣଙ୍କୁ ଏକ ଛାପ ଛାଡିବାର ଅଛି ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ଉଭୟ ରୂପ ଓ ଶାରୀରିକ ଭାବେ । ଆହୁରିମଧ୍ୟ, ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ନ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ, କାରଣ ଏହି ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।
ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।