ମେଷ: କ୍ଲାନ୍ତି, ଆଳସ୍ୟ ଓ ଉଦସିନତା ଆଜିର ଆପଣଙ୍କ ଶତ୍ରୁ ଅଟନ୍ତି । ଆପଣଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବେ। ଫଳରେ ଆପଣ କ୍ରୋଧିତ ହୋଇପାରନ୍ତି। ଯେଉଁମାନେ କୌଣସି ଘଟଣାରେ ଆପଣଙ୍କୁ ଅଯଥାରେ ହଇରାଣରେ ପକାଇବାପାଇଁ ଚେଷ୍ଟା କରିବେ, ଆପଣ ସେହି ଲୋକଙ୍କୁ ପ୍ରତିରୋଧ କରନ୍ତୁ। ଚେଷ୍ଟା କରି ଚିତ୍ତକୁ ଶାନ୍ତ ରଖି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।
ବୃଷ: ଆଜି ଆପଣ କଳ୍ପନା ରାଜ୍ୟରେ ଅନୁଧାବନ କରିବେ । କର୍ମକ୍ଷେତ୍ରରେ କିଛି ଅଲଗା କରୁଥିବାରୁ ସହଯୋଗୀଙ୍କଠାରୁ ଚାପ ଅନୁଭବ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ।
ମିଥୁନ: ଆପଣଙ୍କ ପାଇଁ ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ବାସ୍ଥ୍ୟ ଭଲ ରହିବ । ଆପଣଙ୍କ ମାନସିକ ଭାବେ ସୁସ୍ଥ ରହିବେ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପୋଷାକପତ୍ର ବଦଳାଇବାର ଆଶା ପୂରଣ ହେବ । ଆପଣ ସ୍ବାଦିଷ୍ଟ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।
କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ। ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣ ପରିବାର ସହିତ ଅଧିକ ସମୟ ଦେବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ ।
ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ ଯେହେତୁ ଦିନଟି ତାଙ୍କ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ବନ୍ଧୁ ମିଳନ ହୋଇପାରେ । ସ୍ବାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ।
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରୀରିକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ବାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।
ତୁଳା: ସାରା ଦିନ ଖୁସୀର ଦିନ ରହିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ଆପଣ ଆଜି ଯାହା କରିବେ ସଫଳତା ସୁନିଶ୍ଚିତ ହେବ । ପ୍ରିୟଜନଙ୍କ ସହିତ ସାକ୍ଷାତ କରିବେ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ବନ୍ଦରେ ପକାଇବ ।
ବିଛା : ଯଦି ଆପଣ ଘରେ ସୌହାଦ୍ୟପୁର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚାହୁଁଛନ୍ତି ,ତେବେ ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ କରିପାରନ୍ତି । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ରହିପାରେ ।
ଧନୁ: ଆପଣ ଏକ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଆପଣଙ୍କ ଯୋଜନା ଅନୁସାରେ ଆପଣ ଆପଣଙ୍କ କାର୍ଯ୍ୟ ସମାପ୍ତ କରିପାରନ୍ତି । ଆପଣଙ୍କର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଉତ୍ସାହୀ ଏବଂ ଉଲ୍ଲାସ ଅନୁଭବ କରିପାରନ୍ତି । ପରିବାରରେ ଏକ ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପ୍ରିୟଜନଙ୍କ ସହିତ ମିଳନ ହେବ ଏବଂ ଏହା ଦିନଟି ଆପଣଙ୍କୁ ହସଉଲ୍ଲାସ ମନରେ ରଖିବ ।
ମକର: ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ଗୁଡିକରେ ଆପଣଙ୍କ ମନ ଆକର୍ଷିତ ରହିବ ଏବଂ ସେଥିପାଇଁ ଆପଣ ବ୍ୟସ୍ତ ରହିବେ ଏବଂ ଏହି ପାଇଁ ଖର୍ଚ୍ଚ ମଧ୍ୟ କରିବେ । ଆପଣ କୋର୍ଟ ସମସ୍ୟାରେ ମଧ୍ୟ ବାନ୍ଧି ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ଆପଣଙ୍କ ପ୍ରିୟଜନଙ୍କ ଯଶରେ ହାନୀ ପହଞ୍ଚିପାରେ । ଶାରିରୀକ ଶକ୍ତି ଏବଂ ମାନସିକ ଶାନ୍ତି ଆପଣ ହରାଇପାରନ୍ତି ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି । ସାଙ୍ଗମାନଙ୍କ ସହିତ ଭେଟ ହେତୁ ଆପଣଙ୍କ ମନ ଉଲ୍ଲାସିତ ରହିବ । ସାଙ୍ଗମାନଙ୍କ ସହିତ ଆପଣ ଏକ ଯାତ୍ରାରେ ଯାଇପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ ଯେହେତୁ ଗ୍ରହମାନେ ଅନୁକୂଳ ସ୍ଥାନରେ ଅଛନ୍ତି
ମୀନ: ବ୍ୟବସାୟ ପାଇଁ ଆଜି ହେଉଛି ଏକ ଭଲ ଦିନ । ଆପଣଙ୍କ ପ୍ରଚେଷ୍ଟା ସଫଳତାରେ ପରିଣତ ହେବ ଏବଂ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦନ୍ନୋତି ହୋଇପାରେ । ବ୍ୟବସାୟୀମାନେ କେବଳ ଲାଭ କରିବେ ତାହା ନୁହେଁ, ସେଥିରେ ମଧ୍ୟ ଅନେକ ଉନ୍ନତି କରିବେ । ବାପାଙ୍କଠାରୁ ଲାଭ ମିଳିପାରେ । ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସରେ ଭରା ରହିବ ।