ମେଷ: ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ ଅଟେ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସୀ ହେବେ । ସରକାରଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ରହିଛି । ହସଖୁସିରେ ଦିନଟି କଟିବ ।
ବୃଷ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ବାହାରକୁ ବୁଲିବାକୁ ଯାଇପାରନ୍ତି । ସୁସ୍ବାଦୁ ଖାଦ୍ୟ ଖାଇ ଆନନ୍ଦିତ ହେବେ । କର୍ମ କ୍ଷେତ୍ରରେ ମଧ୍ୟ ସଫଳ ପାଇବେ ।
ମିଥୁନ: ଆପଣ ନିଜ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସୀରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ଆଜି ସପିଙ୍ଗ୍ କରିବା ଯାଇପାରନ୍ତି ଏବଂ ସ୍ୱାଦଭରା ଖାଦ୍ୟ ମଧ୍ୟ ଖାଇପାରନ୍ତି ।
କର୍କଟ: ଆଜି ନିଜ କାର୍ଯ୍ୟର ଫଳ ପାଇବେ। ନିଜର ବ୍ୟକ୍ତିତ୍ବ କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ। ଘରର ସାଜସଜ୍ଜା ପ୍ରତି ରୁଚି ବଢିବ।ଆଗରୁ ବାକି ରହିଯାଇଥିବା କାର୍ଯ୍ୟରେ ଆଜି ସମ୍ପୁର୍ଣ୍ଣ କରିବେ । କୋର୍ଟ କଚେରୀ କାମ କରିବା ପୂର୍ବରୁ ଜଗିରଖି କରନ୍ତୁ ।
ସିଂହ: ନିଜର ମହତ୍ତ୍ବକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ କରିପାରିବେ । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ ।
କନ୍ୟା: ଆଜି ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜଲୋକଙ୍କୁୁ ନେଇ ଖୁସି ଅନୁଭବ କରିବେ । ଘରେ ଉପଯୁକ୍ତ ସ୍ଥାନରେ ଆସବାବପତ୍ର ସଂଖ୍ୟା ବୃଦ୍ଧି କରିବେ ।
ତୁଳା: ଆଜି ଆପଣଙ୍କପାଇଁ ଗୋଟେ ଭଲ ଦିନ ହେବାକୁ ଯାଉଛି । ଅନ୍ୟମାନଙ୍କ ସହ ନିଜକୁ ମିଶାଇ ଦିଅନ୍ତୁ । ସଂଧ୍ୟାରେ ପ୍ରିୟାଙ୍କ ପାଇଁ ଖର୍ଚ୍ଚକରି ଦାମୀ ଜିନିଷ କିଣିବେ । ପ୍ରେମୀଯୁଗଳଙ୍କ ପାଇଁ ଆଜି ଭଲ ଦିନ । ଖୁସି ମଜାମଜଲିସରେ ସମୟ କାଟିବେ ।
ବିଛା: ନିଜର ବିକାଶକୁ ପ୍ରାଧାନ୍ୟ ଦେବେ। ବିଜନେସ୍ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ। କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ସନ୍ଧ୍ୟାରେ ପରିବରସହ ସମୟ ବିତାଇବେ।
ଧନୁ: ନିଜର ଆଗ୍ରହ ଏବଂ କର୍ମ ଦୁଇଟିରେ ପାର୍ଥକ୍ୟ ଅନୁଭବ କରିବେ। ଏହା ମଧ୍ୟରେ ସମନୌୟ ପାଇଁ ଚେଷ୍ଟା କରିବେ। ସନ୍ଧ୍ୟା ବେଳକୁ ଆପଣ ନିଜର ବୁଦ୍ଧି ଓ ଆଗ୍ରହ ଥିବା କାର୍ଯ୍ୟ ଦୁଇଟିରେ ସମନ୍ୱୟ ପାଇଁ ଚେଷ୍ଟା କରିବେ।
ମକର: ଦୁନିଆରେ ନିଜ ପରିବାରକୁ ଛାଡ଼ିଦେଲେ ଆଉ କାହାଠାରୁ ସେହିପରି ସହଯୋଗ ପାଇବେ ନାହିଁ। ଏହା ଦ୍ବାରା ଅସାଧ୍ୟ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସାଧନ କରିପାରିବେ। ନିଜ ବାପା ମାଆଙ୍କୁ ଖୁସି କରିବା ପାଇଁ କିଛି ଯୋଜନା କରନ୍ତୁ । କିଛି ଉପହାର ଦେଇ ସେମାନଙ୍କ ମନ ଜିଣିବା ପାଇଁ ଚେଷ୍ଟା କରନ୍ତୁ ।
କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୈାଭାଗ୍ୟର ଦିନ। ଚରିଆଡୁ ବହୁ ଉତ୍ସାହ ପାଇବେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ। ଦିନଟି ଆନନ୍ଦ ଦାୟକ ରହିବ । ଆପଣଙ୍କ ସମ୍ମାନ ଦେଖି ପରିବାର ଲୋକେ ମଧ୍ୟ ଆନନ୍ଦିତ ହେବେ ।
ମୀନ: ଆଜି ବିଦେଶରୁ କିଛି ଖୁସିଖବର ପାଇପାରନ୍ତି । ଆଶା କରିନଥିବା ଫଳ ମିଳିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ। ବ୍ୟବସୟ ପାଇଁ ବାହାରକୁ ଯାଇପାରନ୍ତି। ବାହାଘର ନେଇ ଶୁଭ ସୂଚନା ମିଳିପାରେ ।