ମେଷ: ଆପଣ ଆଜି ଦିନଟି ଉତ୍ସାହିତ ହୋଇ କଟିବ । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆଜି ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଭେଟିବେ । ଅପରାହ୍ନରେ ଆପଣ ନିଜର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିପାରନ୍ତି । ଅତ୍ୟଧିକ ଖାଆନ୍ତୁ ନାହିଁ । ନିଜ କଥାବାର୍ତ୍ତରେ ସଞ୍ଜମତା ରକ୍ଷା କରନ୍ତୁ ।
ବୃଷ: ଆଜି ଆପଣ ନୂଆ ଫ୍ରିଜ୍ ଭଳି ଦୀର୍ଘସ୍ଥାୟୀ ଜିନିଷ କିଛି କିଣିପାରନ୍ତି । ଏହା ପରେ ଆପଣ ଏକ ପ୍ରଦର୍ଶନୀ ଯାଇ କିଛି କଳାତ୍ମକ ଓ ଆକର୍ଷକ ଜିନିଷ ଆଣିପାରନ୍ତି । ହସଖୁସିରେ ଦିନ କଟିବ ।
ମିଥୁନ: ଆପଣ ପାରିବାରିକ ପର୍ବ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ହେବେ । ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି । ବାକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । କିଛି ଖବର ପାଇ ଖୁସି ହେବେ ।
କର୍କଟ: ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି । ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ । ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ । ଆଜି ବନ୍ଧୁମିଳନ ଘଟିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ସିଂହ: ଆଜି ଆପଣଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଓ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନ ରଖିଲେ କଳହ ହୋଇପାରେ । ଲୋକଙ୍କ ସହିତ ଏପରି ଅପ୍ରତ୍ୟାସିତ ଘଟଣା ସୁସ୍ଥ ବାତାବରଣକୁ ବିଷାକ୍ତ କରିପାରେ । ନିଜ ପରିବାରର ପରିବେଶକୁ ଶାନ୍ତ ଓ ସତେଜ ରଖିବାରେ ସାହାଯ୍ୟ କରିବ । ଅଫିସ୍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।
କନ୍ୟା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । କଳି ଝଗଡା ଠାରୁ ନିଜକୁ ଦୂରେଇ ରଖନ୍ତୁ ।ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ।
ତୁଳା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ ।
ବିଛା: ଆଜି ଆପଣ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଦିନସାରା ଆପଣ ହର୍ଷୋତ୍ଫୁଲ ହେବେ । ନିଜର ଅଫିସ୍ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ଉପକୃତ ହେବେ । ବହୁ ଲୋକଙ୍କ ସଙ୍ଗେସଙ୍ଗେ ମିଶିବା ହେତୁ ଆପଣଙ୍କ କିଛି ଅଧିକ ଜ୍ଞାନ ଆହରଣ କରିପାରିବେ ଏବଂ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।
ଧନୁ: ଆଜି ସକାଳେ ଆପଣ ଶିଥିଳ ଅନୁଭବ କରିପାରନ୍ତି । କାମ କରିବା ବେଳେ ଆଜି ଆପଣ ଏପଟ ସେପଟ ହୋଇପାରନ୍ତି । ଆପଣ ଯେତେ ପରିମାଣରେ କଷ୍ଟକରି କାର୍ଯ୍ୟ କରିବେ, ତାହା ତୂଳନାରେ ସନ୍ତୋଷଜନକ ଫଳ ମିଳିବ ନାହିଁ । ମାତ୍ର ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ଶାନ୍ତି ପାଇପାରନ୍ତି । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭଭାନ ହେବାର ଯୋଗ ରହିଛି ।
ମକର: ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଜମିବାଡି ଓ ସମ୍ପତ୍ତି ସମ୍ପର୍କୀୟ କୌଣସି କାର୍ଯ୍ୟ ଆଜି ଆଦୌ କରନ୍ତୁ ନାହିଁ । ମାନସିକ ଦୁଃଶ୍ଚିନ୍ତା କାରଣରୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଦୃଢ ମନୋଭାବ ପରିହାର କରି ନିଜକୁ ଟିକିଏ କୋହଳ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ଜନିତ ଘଟଣା ଆପଣଙ୍କ ମନକୁ ବିଚଳିତ କରିପାରେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।
କୁମ୍ଭ: ଆଜି ଆପଣ ନୂଆ ସମ୍ପତ୍ତି ହସ୍ତାନ୍ତରକରଣ ପ୍ରକ୍ରିୟା ପାଇଁ ପ୍ରବର୍ତ୍ତିତ ହୋଇପାରନ୍ତି । କିନ୍ତୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ଆଜି ଦିନଟି ଲେଖକମାନଙ୍କ ନିମନ୍ତେ ଅନୁକୁଳ ଅଟେ । ମାତ୍ର ଅପରାହ୍ନରେ କିମ୍ଵା ସନ୍ଧ୍ୟାରେ ଘଟଣାର ପକ୍ଷ ପରିବର୍ତ୍ତନ ହେବାର ଆଶା ରହିଛି । ଆର୍ଥିକ ସମସ୍ୟାରେ ପ୍ରତିବନ୍ଧକ ଆସିପାରେ । କେହି ଜଣେ ବ୍ୟକ୍ତି କଥାରେ ବା ବ୍ୟବାହାରରେ ଆପଣଙ୍କ ମନରେ ଦୁଃଖ ଦେଇପାରେ । ସମ୍ପତ୍ତି ସଂପର୍କୀୟ କୌଣସି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରଭାବ ଦେଖାଇବ । ଆପଣ ଶକ୍ତି ଏବଂ ଆଗ୍ରହ ହରାଇ ପାରନ୍ତି । ଏହା ଆପଣଙ୍କ ପାଇଁ ସାହାଯ୍ୟ କରିବ ଯଦି ଆପଣ ଏହାକୁ ନିରବ ନିଶ୍ଚଳ ରଖିବା ପାଇଁ ଚେଷ୍ଟା କରିବେ । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ ।