ମେଷ: ଆପଣଙ୍କର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ପ୍ରବଳ ଇଚ୍ଛା ଆପଣଙ୍କର ବ୍ୟକ୍ତିଗତ ମନୋବୃତ୍ତିକୁ ପ୍ରଭାବିତ କରି ରଖିବ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି ମଧ୍ୟ କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।
ବୃଷ: ଆଜି ଦିନଟି ମଧ୍ୟମ ଧରଣର ରହିବ । ବିଦେଶୀବନ୍ଧୁ ମାନଙ୍କ ଠାରୁ କିଛି ସମ୍ବାଦ ପାଇବେ ଏବଂ ଯେଉଁ ମାନେ ବିଦେଶ ଯିବା ପାଇଁ ସଜବାଜ ହୋଇଛନ୍ତି ସେମାନଙ୍କୁ ମଉକା ମିଳିପାରେ । କୌଣସି ଦୂର ଯାଗା କିମ୍ବା ଧାର୍ମିକ ସ୍ଥାନ ଯିବାକୁ ମନସ୍ଥ କରିପାରନ୍ତି । ଚାକିରିଆ ମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ ।
ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂରକୁ ଠେଲି ଦିଅନ୍ତୁ । ଯଦି ଏହା ନକର ତେବେ ନିଜେ ହିଁ ଦୁଃଖ କଷ୍ଟ ପାଇବ । ଏକ ନୂତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହି ଦିନଟି ତୁମ ସପକ୍ଷରେ ନୁହେଁ । ଅଧିକ ରାଗିଯିବା ଭଲ ନୁହଁ, ଏହା ତୁମ ଚାରିପାଖେ ଥିବା ଲୋକମାନଙ୍କ ସହ ସମ୍ପର୍କରେ ବାଧା ଉପୁଜାଇ ପାରେ । ଆହୁରି ମଧ୍ୟ ନିଜର ପର୍ସ ଖାଲି କରିବାକୁ ପଡିପାରେ । ଦେଖି ଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ । ପୁରାପୁରି ଭାବରେ ଏକ ଭଲ ଦିନ ନୁହେଁ, ତଥାପି ଧ୍ୟାନ ବା ଯୋଗ ତୁମର ଚିନ୍ତା ଦୂର କରିବ ।
କର୍କଟ: ଏକ ସୁନ୍ଦର ସୁଯୋଗ ଥିବା ଦିନ ଅଟେ । ଆଜି ଦିନଟି ହସ ଖୁସିରେ ଭରି ରହିବ । ଶାରୀରିକ ସ୍ଥରରେ ସୁସ୍ଥ ରହିବ । ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଅ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଅ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଏହାଠୁ ଭଲଦିନ ଆଉ ନାହିଁ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରଶଂସା ଭାଜନ ହେବ । ସଂକ୍ଷେପରେ ଏହା ମନେରଖିବାର ଦିନଟି ଅଟେ ।
ସିଂହ: ଏକ ସାଧାରଣ ଦିନଟିଏ ଜାତକରେ ଅଛି । ତୁମ କ୍ରୋଧ ଉପରେ ନଜର ରଖ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । ତୁମର କାର୍ଯ୍ୟାଳୟରେ ଅଣନିଶ୍ଵାସୀ ହୋଇଯିବ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ । ଏପରିକି ଅଧିକ ପରିଶ୍ରମ କରି ମଧ୍ୟ, ଅସଫଳତା ପାଇବେ । ତୁମେ ମାଆଙ୍କ ସ୍ୱାସ୍ଥ୍ୟ ବିଷୟକୁ ନେଇ ଚିନ୍ତିତ ରହିବ ।
କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।
ତୁଳା: ଯଦିଓ ନକ୍ଷତ୍ରମାନେ ଭଲରେ ଅଛନ୍ତି, ତଥାପି ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ । ଏହା ଜଟିଳ ସମସ୍ୟାରୁ ଜଟିଳତର ହେବ, କିନ୍ତୁ ଏପରି ଗ୍ରହ ସ୍ଥିତି କାରଣରୁ ତୁମ ଦିନଟି ସେତେ ସହଜ ହେବନାହିଁ । ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ତୁମେ ଧର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ । କିଛି ନିଶ୍ଚିତ ଭବରେ ତୁମର ଚିନ୍ତା ରହିବ ଯାହା ତୁମର ଭାବନାକୁ ଗ୍ରାସ କରିବ । ତୁମ ପ୍ରତିଷ୍ଠାକୁ ଧକା ଲାଗିବ ଏବଂ ପ୍ରିୟଜନଙ୍କ ସହ ଯୁକ୍ତିତର୍କ ରେ ଶେଷ ହେବ । କିଛି ମା’ଙ୍କୁ ନେଇ ସମସ୍ୟା କିମ୍ବା ତୁମ ମା ତୁମକୁ ହଇରାଣ କରି ପାରନ୍ତି । ଯତ୍ନ ନେବା ସହିତ ଧୈର୍ଯ୍ୟ ଧରି ରୁହନ୍ତୁ ।
ବିଛା: ନକ୍ଷତ୍ର ମାନେ ସୁନ୍ଦର ଭାଗ୍ୟ ଓ ଭବିଷ୍ୟତ ତୁମ ପାଇଁ ସାଇତି ରଖିଛନ୍ତି । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ଆପଣ ଦିନସାରା ଆନନ୍ଦ ଅନୁଭବ କରିବେ । ବହୁ କଠିନ ସଂପର୍କ ଦ୍ୱାରା ମନପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ଆପଣ ଜୀବନସାଥିଙ୍କ ସହ ଆଲୋଚନା କରିପାରନ୍ତି ଯାହା ଫଳପ୍ରଦ ହେବ । ଜାତକରେ ଆର୍ଥିକ ସ୍ଥିତି ମଜଭୁତ, ଏବଂ ସମ୍ପର୍ଣ୍ଣ ଭାଗ୍ୟଶାଳୀ ଦେଖାଯାଉଛି । ଛୋଟିଆ ଯାତ୍ରା ସାଙ୍ଗମାନଙ୍କ ସହିତ ଖୁସିଦାୟକ ହେବ । ଆପଣ ଚିନ୍ତା କରିନଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ଲାଭ କରିବେ ।
ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ । ତୁମେ କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ୱିବିଧାରେ ପଡିପାର । ଯାହା ବିଶିଷ୍ଟ ନିର୍ଣ୍ଣାୟକ ଅଟେ । ଠିକ ଅଛି, ସେ ଯାହା ହେଉ ତୁମେ ହୁଏତ ଅସୁରକ୍ଷିତ ଅନୁଭବ କରିପାର, ଏବଂ ଏହା ତୁମକୁ ଭାବିବା ପାଇଁ ପଡିବ । ନିଜେ ଧିର ସ୍ଥିର ଭାବେ ରୁହ, ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ। ଯଦି ତୁମେ କିଛି ଅଘଟଣ ହେବାର ସୂଚନା ପାଉଛ ବା କ୍ଷତି ହେବା କଥା ଭାବୁଛ ତେବେ ତୁମ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖ, ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସନ୍ତୁଳନ ରକ୍ଷା କରନ୍ତୁ ।
ମକର: ଆପଣଙ୍କ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ । କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପ୍ରିୟତମା ପତ୍ନୀଙ୍କ ସହ ଚଳଚିତ୍ର ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରିଭୋଜନର ମଜ୍ଜା ନେଇପାରନ୍ତି । ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତିପ୍ରଦାନ କରିବ । ଆଜି ମଧ୍ୟ ଆପଣ ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଭଗବାନଙ୍କୁ କୃତଜ୍ଞତା ଜଣାଇପାରନ୍ତି ।
କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ଜଣା ପଡିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ନଇଁବେ । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍କାନୁନ୍ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସାଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ବ୍ୟବସାୟ ଦୃଷ୍ଟିରୁ, ଆର୍ଥିକ ଲାଭ ହୋଇପାରେ ।