ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ। ବାହାର ଲୋଭନୀୟ ରୁଚିକର ଭୋଜ୍ୟ ପଦାର୍ଥକୁ ଦେଖି ଖାଇବାକୁ ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ। ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲତା ବୃଦ୍ଧି କରିବ ।
ବୃଷ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ରୁହନ୍ତୁ ନଚେତ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁପ୍ରବାହ ନିଜର ଶରୀର ଉପରେ ପଡିବ । ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି। ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇଁ ଔଷଧ ପାଖରେ ରଖନ୍ତୁ । ଖର୍ଚ୍ଚାନ୍ତର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
କର୍କଟ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ ,ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ରହିବ। ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ। ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ଆପଣ ଖୋଜୁଥିବା ପ୍ରିୟତମାଙ୍କୁ ଶିଘ୍ର ସାକ୍ଷାତ ଲାଭ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ । ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍ ସମୟରେ ସଫଳତାର ସହ ସମ୍ପୁର୍ଣ୍ଣ କରିପାରିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ । କ୍ରିଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ୍ । ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ । ଆର୍ଥ ବୃଦ୍ଧି ପାଇପାରେ । ସରକାରୀ କାର୍ଯ୍ୟରେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭଙ୍କର ଅଟେ।
କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ । ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ମୁଖରେ ତୃପ୍ତିର ହସ ଫୁଟାଇବାରେ ସାହାଯ୍ୟ କରିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ। ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କାଟନ୍ତୁ ।
ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ । ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ । ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ । ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ ଆପଣଙ୍କର ମାନସିକ ବ୍ୟସ୍ତତା ବୃଦ୍ଧି ପାଇପାରେ । ଆଜି କୌଣସି ବ୍ୟକ୍ତିଙ୍କ ସହ ନୂତନ ଭାବେ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ । ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ନ ହେଲେ ଆର୍ଥିକ ଅଘଟଣ ଘଟିପାରେ।
ବିଛା: ଆପଣ ଗୃହ ଜଞ୍ଜାଳରୁ ମୁକ୍ତ ହୋଇ ବାହାରକୁ ଯାଆନ୍ତୁ ଏବଂ ବନ୍ଧୁଙ୍କ ଗହଣରେ ମୌଜ ମଜଲିସ କରନ୍ତୁ । ସେମାନଙ୍କ ସହ ସିନେମା ଦେଖିପାରନ୍ତି କିମ୍ୱା ଏକ ଦୁଃସାହାସିକ ଭ୍ରମଣ ପାଇଁ ଯୋଜନା କରିପାରନ୍ତି । ଆଜି ଆପଣ ସାମାଜିକ ଜୀବନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଭାବେ ପ୍ରଶଂସିତ ହୋଇପାରନ୍ତି । ସମୟକୁ ମୌଜ ମଜଲିସରେ କାଟନ୍ତୁ ।
ଧନୁ: ଆପଣଙ୍କର ସ୍ୱାସ୍ଥ୍ୟ , ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ । ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀ ମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ଯୋଗୁଁ ଖୁସିରେ ଫୁଲିଉଠିବେ । ନିଜ ମୁହଁରେ ସ୍ମିତ ହାସ ଫୁଟାଇ ଦିନଟି ଖୁସିବାସରେ କାଟିବେ ।
ମକର: ଆଜି ଦିନଟି ଚିନ୍ତା ଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଆରାମ କରନ୍ତୁ , ସବୁକିଛି ସମାଧାନ ହୋଇଯିବ ।
କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥିମାନେ ସେମାନଙ୍କ ପତ୍ତାରେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ସବୁ ସୁନ୍ଦରୀ ମହିଳାମାନେ ବାହାରକୁ ବାହାରି ନିଜର ପସନ୍ଦଯୋଗ୍ୟ କାର୍ଯ୍ୟ ପାଇଁ ବଢେଇ ଦେଖାଇ ପାରନ୍ତି । ଏହା ସେମାନଙ୍କର ପଇସା ରୋଜଗାର ପାଇଁ ଉଦ୍ଧିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ସେମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ। ନଚେତ ଆପଣଙ୍କର ଅର୍ଜିତ ଧନ ଶିଘ୍ର ସରିଯିବ । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୁତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।
ମୀନ: ଝୁଲୁଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରନ୍ତୁ । ଏହା ଦ୍ୱାରା ଆପଣ ଉପକୃତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି। ଯିଏ ଆପଣଙ୍କୁ ସହଯୋଗ ଓ ଭକ୍ତି କରିବ । ସନ୍ଧ୍ୟାରେ ଆପଣ ନିଜର ପ୍ରିୟତମାଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି । ଆପଣଙ୍କର ପ୍ରିୟଜନମାନେ ମୁକ୍ତ ହୃଦୟରେ ଆପଣଙ୍କୁ ଘନିଷ୍ଠ ବନ୍ଧୁ ଭାବେ ସ୍ୱୀକାର କରିବେ ।