ETV Bharat / bharat

ଜୁଲାଇ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 16, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ, ଘଟଣାମୟ ରହିବ । ଆପଣ ସୋସିଆଲ୍‌ ନେଟ୍‌ୱାର୍କ୍‌ରେ ବ୍ୟସ୍ତ ରହି ପାରନ୍ତି । ଆସନ୍ତା ଦିନମାନଙ୍କରେ ଆପଣଙ୍କର ନୂଆ ଯୋଗାଯୋଗ ନମ୍ବରଗୁଡିକ କାମରେ ଆସିପାରେ । ଆଶା କରାଯାଉନଥିବା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି । ଆପଣଙ୍କର ବଡ ଏବଂ ବରିଷ୍ଠମାନଙ୍କ ଆଶୀର୍ବାଦ ପାଇଁ ଆପଣ ଖୁସି ହୋଇପାରନ୍ତି ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଦିନ । ବିଶେଷ କରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ ଏବଂ ବ୍ୟବସାୟରେ ବୃଦ୍ଧି ଆସିପାରେ ଏବଂ ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ ।

ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣଙ୍କୁ ତନ୍ଦ୍ରାଳୁତା ଘେରି ରହିବ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି ।

କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ ।

ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ପ୍ରଶାନ୍ତି ଦୁଇଟି ଯାକ ଶବ୍ଦ ଆଜି ଆପଣଙ୍କ ପାଇଁ ଚାବିକାଠି ପରି କାମ ଦେଇପାରେ । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ ।

କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଫଳ ଦେଇପାରେ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ ।

ବିଛା: ଆଜି ଚୁପଚାପ ରୁହନ୍ତୁ । ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ସୁସ୍ଥ ରହିବେ ନାହିଁ ଧନ ହାନୀ ଓ ମର୍ଯ୍ୟାଦା ହାନୀ ହେବ । ସ୍ତ୍ରୀ ଓ ପାଣି ପ୍ରତି ଘୃଣା ଭାବ ଜାତ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୈଣସି କାଗଜ ପତ୍ରରେ ହସ୍ତାକ୍ଷର କରିବେ ।

ଧନୁ: ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦୀମାନଙ୍କୁ ହରାଇ ପାରିବାରେ ସକ୍ଷମ ରହିବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍‌ କରିବେ ।

ମକର: ଅର୍ଥ ଲଗାଣ କାରୀ ସଂସ୍ଥା ଦ୍ୱାରା ପ୍ରଚୁର ଅର୍ଥ ମିଳିବ । କାହାର ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ହୋଇ ପଡିବେ । ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ପାଠପଢାରେ । ସ୍ୱାସ୍ଥ୍ୟ ଏକ ପ୍ରକାର ରହିବ । ଆଖି ଧରା ରୋଗ ହୋଇପାରେ ।

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହ ଙ୍କ ଦ୍ୱାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଓଜନିଆ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ ।ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।

ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ଚିନ୍ତାରେ ପୀଡିତ ହେବେ । ଧାର୍ମୀକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତି କଷ୍ଟ ଦାୟକ ହେବ । ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.