ମେଷ: ଆଜି ନିରଳାରେ ବସି କବିତା ଲେଖିବେ। ନାନା ପ୍ରକାର ଭାବନା ମନକୁ ଆସିବ। ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ସ୍କୁଲ ଦିନର ସୁଖଦ ସ୍ମୃତିକୁ ନେଇ କବିତା ଲେଖିବେ। କର୍ମସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ। ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।
ବୃଷ: ଆଜି ଆପଣଙ୍କ କଥା ବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆ ହେଉଛି । ନିଜ ରାଗକୁ ଆୟତ କରନ୍ତୁ। ଆପଣଙ୍କ ଚାରିପଟେ ଥିବା ଲୋକମାନେ ସାଧାରଣ ଅପେକ୍ଷା ଅଧିକ ବିରକ୍ତି ମନୋଭାବରେ ରହିବେ । ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟ ଗୁଡିକରୁ ଦୂରରେ ରହନ୍ତୁ।
ମିଥୁନ: ଆଜି ଦିନଟି ହସଖୁସିରେ କଟିବ। ଆପଣଙ୍କ ଭାଇମାନଙ୍କ ସହିତ ଭଲ ସଂପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରୀୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସୀରେ କଟିବ । ଦିନର ଦ୍ୱିତୀୟ ଭାବରେ କିଛି ସମସ୍ୟା ଆସିପାରେ କିନ୍ତୁ ସାହାସ ନହରାଇ ଧୌର୍ଯ୍ୟର ସହ ମୁକାବିଲା କରନ୍ତୁ।
କର୍କଟ: ନିଜର ଶାରୀରିକ ସୁସ୍ଥତା ଏବଂ ପରିବାର ସଦସ୍ୟଙ୍କ ସହ ଆତ୍ମିୟତା ଛଡା ଦିନଟି ଆଦୌ ଶୁଭଦାୟକ ନୁହେଁ। ମାତ୍ର ଅଧର୍ଯ୍ୟ ହୁଅନ୍ତୁ ନାହିଁ। ତଥାପି ଏହି ସମୟରେ ଆପଣ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡିଚିଡ଼ା ହୋଇପାରନ୍ତି। ତେଣୁ ଆପଣ ଗୋଲକଧନ୍ଦାରେ ପଡି ନିଜର ଇଚ୍ଛାକୁ କାର୍ଯ୍ୟକାରୀ କରିପାରିବେ ନାହିଁ। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ। ମାତ୍ର ଦିନର ଅବଶିଷ୍ଟ ପର୍ଯ୍ୟାୟରେ ଆପଣଙ୍କ ମନରେ ଆତ୍ମସନ୍ତୋଷ ଦେଖାଦେବ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତ ପରିଲକ୍ଷିତ ହେବ। ଆପଣଙ୍କର ଜଣେ ସହୃଦୟ ବନ୍ଧୁ ଆପଣଙ୍କ ସମଦୁଃଖରେ ଭାଗୀଦାରି ହୋଇ ଆପଣଙ୍କ ସମସ୍ୟା ଦୂର କରିପାରନ୍ତି।
ସିଂହ: ଆପଣ ନିଜ ଆତ୍ମବିଶ୍ୱାସରେ ଦୃଢ ହୋଇ ରିହବେ। ଆପଣଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ଅତ୍ୟଧିକ ଥିବା ଯୋଗୁଁ ଆପଣ ସୁମଧୁର ଫଳ ପାଇବେ। ଆପଣଙ୍କର ଦକ୍ଷ ନେତୃତ୍ୱ ଏବଂ ସିଦ୍ଧାନ୍ତ ନେବାରେ ଶକ୍ତିହିଁ ଏହାର କାରଣ ଅଟେ। ଆପଣ ନିପୁଣ ଭାବରେ ନିଜର ସମସ୍ୟାକୁ କାର୍ଯ୍ୟକାରୀ କରିବାରେ ପାରଙ୍ଗମ ଥିବାରୁ ସରକାରୀ କାମ କିମ୍ଵା ବେସରକାରୀ କାମକୁ ସୁଚାରୁରୂପେ ତୁଲାଇ ପାରିବେ। ଗୃହର ସଦସ୍ୟମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ। ଆପଣଙ୍କ ଖର୍ଚ୍ଚର ପରିମାଣ ବହୁ ପରିମାଣରେ ବୃଦ୍ଧି ପାଇପାରେ।
କନ୍ୟା: ଆପଣ ସାଧାରଣତଃ ଭାବପ୍ରଭଣ ଅଟନ୍ତି। ମାତ୍ର ଅତି ସବୁବେଳେ ଭଲ ନୁହେଁ। ବିନା ଡ଼ାକରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ। କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳ ବିନ୍ଦୁରେ ଆଘାତ କରିବେ। ଆଜି ହଠାତ୍ ଆପଣ ଝଗଡା କରିପାରନ୍ତି, ତେଣୁ ଆପଣ ଆଜି ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧୀରସ୍ଥିର ଭାବରେ ସମାଧାନ କରନ୍ତୁ। ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ। ପ୍ରାତଃ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି। ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମୌଜ ମଜଲିସ କରିବେ। କର୍ମଜୀବିଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ। ମାତ୍ର ଅପରାହ୍ନରେ ପରିସ୍ଥିତି ଶାନ୍ତ ରହିନପାରେ। ଆପଣ ହଠାତ୍ ପେଟ ୟନ୍ତ୍ରଣାରେ କଷ୍ଟ ପାଇପାରନ୍ତି। ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।
ବିଛା: ଆପଣ ଯେକୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି। ଆଜି ଆପଣ ନିଜର ଦୃଢ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଦ୍ୱାରା କାର୍ଯ୍ୟସାଧନ କରିବେ। ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ଣ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ୟଥେଷ୍ଟ ପ୍ରଶଂସା କରିପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ। ଦରମା ବୃଦ୍ଧି କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ। ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ମଜ୍ଜି ରହିଲେ ମାନସିକ ଶାନ୍ତି ଫେରିପାଇବେ।
ଧନୁ: ଆଜି ଆପଣଙ୍କର ନିୟମବଦ୍ଧ ସଂବେଦନା ଆପଣଙ୍କୁ ନିକଟବର୍ତ୍ତୀ ହେବାର ପ୍ରେରଣା ଯୋଗାଇବ। ହଠାତ୍ ଆପଣ ଆଧ୍ୟାତ୍ମିକ ବିଶ୍ୱାସର ପ୍ରବଳ ଉଦ୍ୟମ ଜାରିରଖିବେ। ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି। ସମ୍ଭବତଃ ଏକ ସନ୍ତାନ ଜନ୍ମ କିମ୍ଵା ଘରର କୌଣସି ଏକ ଶୁଭକର୍ମ ଘଟିପାରେ। ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ। ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ। ସନ୍ଧ୍ୟାରେ ଆପଣଙ୍କ ଗ୍ରହମାନଙ୍କର ଅଶୁଭ ଦୃଷ୍ଟି ଯୋଗୁଁ ଆପଣ କ୍ରୋଧାନ୍ୱିତ ହୋଇପାରନ୍ତି। ତେଣୁ ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ।
ମକର: ଆଜି ଆପଣ ନିଜର କ୍ଷୁବ୍ଧ ମନ ଏବଂ କ୍ରୋଧକୁ ନିଜ ଆୟତରେ ରଖନ୍ତୁ। ଆପଣ ବାଧ୍ୟହୋଇ ବଦ୍ମିଜାଜୀ ହେବେ ଏବଂ ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ। ଆପଣ ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଆପଣ ୟତ୍ନଶୀଳ ହେବେ। ସେଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟରକ୍ଷାର ସମସ୍ତ କୌଶଳ ଅଭ୍ୟାସ କରିବାକୁ ପଡିବ। ଏହା କରିବା ଦ୍ୱାରା ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ। ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି।
କୁମ୍ଭ: ଆପଣଙ୍କ ବ୍ୟବସାୟ ପାଟର୍ଣ୍ଣର ଏବଂ କଷ୍ଟୁମରଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ। ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ, ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।