ETV Bharat / bharat

ଜାନୁଆରୀ 13 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 13, 2024, 12:01 AM IST

13th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ପାରିବାରିକ ସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଆଜି ପରିବାର ସହିତ ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ: ଆଜି ଦିନଟି ପର୍ଯ୍ୟଟନ ପାଇଁ ଏକ ଶୁଭ ଦିନ ଅଟେ । ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇବେ । ଧାର୍ମିକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଦି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।

ମିଥୁନ: ଆଜି ସେମିତି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦିଆଯାଉଛି । କଟା ଘାରେ ଲୁଣ ଛିଞ୍ଚିବା ସଦୃଶ ଏହା ଆପଣଙ୍କୁ ଶକ୍ତ ଆଘାତ ଦେଇପାରେ । ତେଣୁ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗିରହିବ । ଏଥିରୁ ପରିତ୍ରାଣ ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ ।

କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।

ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁ ନାହିଁ। ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୁର୍ଣ୍ଣ କରିପାରିବେନାହିଁ । ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ସେମାନେ ସମାଲୋଚନା କରିପାରନ୍ତି । ତେଣୁ ଆପଣ ନିଜର ଉପରିସ୍ଥ ହାକିମଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି ।

କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିବସ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେ ନାହିଁ। ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନେବାକୁ ବାରଣ କରାଯାଇଛି ।

ତୁଳା: ଆଜି ଆପଣ ନିଜକୁ ଶାନ୍ତ ଓ ସ୍ଥିର ରଖିବାକୁ ଚେଷ୍ଟାକରି ମଧ୍ୟ ଅସଫଳ ହେବେ । ଯାତ୍ରାକୁ ସ୍ଥଗିତ ରଖନ୍ତୁ। ପାରିବାରିକ ଜୀବନ ଅଶାନ୍ତ ହୋଇପାରେ । ତେଣୁ କୌଣସି ଆଲୋଚନା ବା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ଘଟିପାରେ ।

ବିଛା: ଆଜି ଆପଣଙ୍କ ପାଇଁ ଗୋଟିଏ ଶୁଭଦିନ ଅଟେ । ଅର୍ଥାଗମ ହୋଇପାରେ । ଭାଗ୍ୟ ଅନୁକୂଳ ଯୋଗୁଁ ପ୍ରିୟଜନଙ୍କଠାରୁ ସ୍ନେହ ସୌହାର୍ଦ୍ଦ୍ୟ ମିଳିପାରେ । ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ ଅଟେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶତ୍ରୁମାନେ ପରାଜୟ ବରଣ କରିପାରନ୍ତି ।

ଧନୁ: ଆଜି ଦିନଟିରେ ଆପଣ ବ୍ୟସ୍ତ ହୋଇ ରହିପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ସ୍ମୃତିଯୁକ୍ତ ହୋଇପାରେ । ଆପଣ ନିଜର କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାରେ ଅସମର୍ଥ ହୋଇପାରନ୍ତି । ତେଣୁ ହତୋତ୍ସାହିତ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ୱପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଗୃହକର୍ମରେ ନିଜକୁ ଦିନସାରା ଲିପ୍ତ ରଖିବେ ।

ମକର: ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରି ଦିନଟି ଶୁଭରେ କଟିବ । ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ । ପାରିବାରିକ ଜୀବନ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ । ସମୟ ଅନୁକୂଳ ଥିବାରୁ ଆପଣ ନିଜର କର୍ମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ ।

କୁମ୍ଭ: ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ । ଧାର ଉଧାରରୁ ଦୁରରେ ରହନ୍ତୁ । ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନଚେତ ଅଯଥା ଅପଦସ୍ତ ହେବେ ।

ମୀନ: ଅର୍ଥାଗାମ ହେବାର ଶୁଭସୂଚନା ମିଳୁଛି । ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ । ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ । ହଜିଯାଇଥିବା ଜଣେ ପୁରୁଣା ବନ୍ଧୁଙ୍କ ଦର୍ଶନ ପାଇ ଉତ୍‍ଫୁଲିତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ । କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି ଏବଂ ଆମୋଦ ପ୍ରମୋଦରେ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.