ମେଷ: ଆଜି ଆପଣ ଟିକିଏ କଥାରେ ଚିଡ ଚିଡ ହେବେ କିମ୍ୱା ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜେ ଜଗିରଖି ଚଳନ୍ତୁ। ଜଣେ ବନ୍ଧୁଙ୍କର ଅପ୍ରତ୍ୟାଶିତ ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ । ସେଇ ପରିସ୍ଥିତିରେ ଆପଣ ନିଜକୁ ସଞ୍ଜତ ରଖିବା ଉଚିତ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ। ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ । ବିଦ୍ୟାର୍ଥୀମାନେ ଏହି ସମୟରେ କ୍ଲାନ୍ତି ଅନୁଭବ କରିବେ ।
ବୃଷ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଗତକାଲି ପରି ଆଜି ଦିନଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ହେବେ। ଭବିଷ୍ୟତ କଥା ଭାବି ଖୁସି ହେବେ। ଆଜି କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆପଣ ଖୁସି, କଳ୍ପନାପ୍ରିୟ, ସୃଜନଶୀଳ ଅନୁଭବ କରିବେ । ଆପଣଙ୍କ ସୃଜନଶୀଳତା କିଛି କରିବାକୁ ପ୍ରବର୍ତ୍ତାଇପାରେ। ନିଜ ପ୍ରିୟଜନମାନଙ୍କୁ ହାତରେ ରୋଷେଇ କରି ଖାଇବାକୁ ଦିଅନ୍ତୁ। ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଆର୍ଥିକ ସମସ୍ୟା ଦେଖା ଦେଇପାରେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଏ ମଧୁର ଦିନଟି ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ଖୁସିରେ କାଟିବେ। ବିବାହ କିମ୍ବା ନିର୍ବନ୍ଧ ପାଇଁ ଆମନ୍ତ୍ରିତ ହୋଇଥିଲେ ସେହି ଉତ୍ସବରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ। ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ ନୁହେଁ। ବୃତ୍ତିଜୀବିଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ସବୁଠାରୁ ଖୁସିର ଦିନ। ଆଜି ଦିନ ଆପଣଙ୍କ ସପକ୍ଷରେ ରହିବ। ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଚାହା ପାନ ସମୟରେ ଖୁସିଗପରେ ମସଗୁଲ୍ ରହିବେ। ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ। ଯଦି ନିଜ ମନ କଥା କାହାକୁ କହିବାକୁ ଚାହାନ୍ତି ତାହାଲେ କହିପାରିବେ। ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ। ସ୍ୱାଦିଷ୍ଟ ଭୋଜନରେ ଆତ୍ମ ସନ୍ତାଷ ବୃଦ୍ଧି ପାଇପାରେ। କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରେମରେ ସାଥୀଙ୍କ ସହ ଚମତ୍କାର ସମ୍ପର୍କ ରହିବ ।
ସିଂହ: ଆଜି ଆପଣଙ୍କ ବୁଦ୍ଧିଭ୍ରଷ୍ଟ ହୋଇପାରେ । କୌଣସି ସିଦ୍ଧାନ୍ତରେ ନ ପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । ବିକ୍ଷିପ୍ତଭାବରେ ନିୟମିତ କାମ କରିବାକୁ ଥିବାରୁ ଏହା ଆପଣଙ୍କୁ ବିଚଳିତ କରିପାରେ। ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ। ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ। ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ। ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା: ଆଜି ଦିନଟି ଶୁଭ ରହିବ। ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ। ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ। ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ। ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ। ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ। ଆଜି ପାଣ୍ଠି ବଢ଼ିବ। ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ।
ତୁଳା: ଆଜି ଆପଣଙ୍କୁ ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ। ଆପଣ ନିଜ ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ। ଆଜି ପ୍ରେମିକା ପାଇଁ କବିତା ଲେଖିପାରନ୍ତି। ବୃତ୍ତିଗତ ଏବଂ ଆର୍ଥିକ ବିଷୟଗୁଡ଼ିକ ପାଇଁ ମଧ୍ୟ ଭଲ ସମୟ ଅଟେ। ମାଆଙ୍କଠାରୁ ସ୍ନେହଶ୍ରଦ୍ଧା ମିଳିବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସମ୍ପତ୍ତି ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳପ୍ରଦ ହେବ ଏବଂ ବ୍ୟବସାୟରେ ଉନ୍ନତି ହେବ ।
ବିଛା: ଆଜି ଦିନଟି ଆପଣ ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ତେବେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିରେ ଆପଣଙ୍କର ମଙ୍ଗଳ ନିହିତ ରହିଛି। ଯଦି ଆପଣ ଜଣେ ଲେଖକ କିମ୍ବା ଜୀବନଜୀବିକା ପାଇଁ ସୃଜନଶୀଳ କାମ କରୁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ତେବେ, ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି, କିମ୍ବା ପେଶା ମାନ୍ଦା ହୋଇପାରେ । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଈର୍ଷ୍ୟାନ୍ୱିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ । ଏପରିକି ହଇରାଣ କରୁଥିବା ଛୋଟ ପିଲାଙ୍କଠାରୁ ମଧ୍ୟ ଦୂରରେ ରୁହନ୍ତୁ । ଯାତ୍ରା ଯୋଗ ରହିଛି । ଖର୍ଚ୍ଚ ବଢ଼ିପାରେ ।
ଧନୁ: ବହୁଦିନ ଧରି ଆପଣ ଯନ୍ତ୍ରଣାରେ ପେଷି ହେଉଛନ୍ତି। କିନ୍ତୁ ବର୍ତ୍ତମାନ ସମସ୍ୟାରୁ ମୁକ୍ତି ମିଳିବ। ମନ ବିଚଳିତ ହେଉଥିଲେ କୌଣସି ଏକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଶୁଭ ଚିନ୍ତା କରନ୍ତୁ । ଖର୍ଚ୍ଚ ବଢ଼ିଲେ, କାମ ଅଟକିଗଲେ ଏବଂ ମନ ଭାରି ହେଲେ ବିଚଳିତ ହୁଅନ୍ତୁ ନାହିଁ । କ୍ଲାନ୍ତ ଶରୀର ଏବଂ ମନ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ।
ମକର: ଆଜି ଦିନ ଏକ ଗୋଲାପ ପରି ସୁନ୍ଦର ହେବ। କମିଶନ ମାଧ୍ୟମରେ ବହୁତ ଆୟ ସୁଧ ଏବଂ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ରହିଛି। ଆପଣ ଏକ ମଜବୁତ ଆର୍ଥିକ ବୁନିଆଦୀ ମିଳିବାର ସମ୍ଭାବନା ରହିଛି। ସାର୍ବଜନିକ ଏବଂ ବୃତ୍ତିଗତ ଛବିଭାବେ ଏକ ଉଲ୍ଳେଖନୀୟ ସୁଧାର ହେବ। ଏକ ଛୋଟ ଭ୍ରମଣକୁ ବନ୍ଦ କରାଯାଇ ପାରିବ ନାହିଁ।
କୁମ୍ଭ: ଗ୍ରହମାନଙ୍କର ସୁପ୍ରଭାବ ଫଳରେ ଆପଣଙ୍କର ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ଗର୍ବିତ ହେବେ । ଯେଉଁ କାର୍ଯ୍ୟର ଦାୟିତ୍ୱ ବହନ କରିବେ, ସେଥିରେ ଆପଣଙ୍କ ସହକର୍ମୀମାନେ ଆଶା ଥିବା ଭାବରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ପ୍ରତି ଆପଣଙ୍କର ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାର ଯୋଗୁଁ ଆପଣ ପ୍ରିୟଭାଜନ ହେବେ। ମାତୃପକ୍ଷ ସଦସ୍ୟଙ୍କଠାରୁ ସୁଖବର ପାଇବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଶରୀର ସୁସ୍ଥ ରହିବ।
ମୀନ: ଆଜିର ଦିନଟି ବହୁତ ରଚନାତ୍ମକ ହେବା ଆଶା କରାଯାଉଛି। ଆଜି ଆପଣ ଆଶାତିତ ଭାବେ ଭାବୁକତା ଏବଂ ବିଚାରଶୀଳତା ଅନୁଭବ କରିବାର ସମ୍ଭାବନା ଅଛି। କିଛି କାର୍ଯ୍ୟ କରିବା ପୂର୍ବରୁ ପିତାମାତାଙ୍କର ଆର୍ଶିବାଦ ନିଅନ୍ତୁ।