ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ଭଲ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ବାପାମାଆଙ୍କଠାରୁ ଭଲ ଖବର ଆଶା କରିବେ । ଆଜି ଆର୍ଥିକ ଲାଭ ପାଇବାର ସୁଯୋଗ ରହିଛି, କୌଣସି କାମକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, ଶୁଭଫଳ ପ୍ରାପ୍ତି ହେବ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସହ ମତଭେଦ ସୃଷ୍ଟି ହେବ । ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳିତ କରିପାରେ । ଆଜି ଆପଣଙ୍କର କାମ ସମ୍ପୂର୍ଣ୍ଣ କରିପାରିବେ ନାହିଁ । ଆଜି ଧଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଏ ମଧୁର ଦିନଟି ଆପଣ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ଖୁସିରେ କାଟିବେ । ବିବାହ କିମ୍ବା ନିର୍ବନ୍ଧ ପାଇଁ ଆମନ୍ତ୍ରିତ ହୋଇଥିଲେ ସେହି ଉତ୍ସବରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ୍ ନୁହେଁ । ବୃତ୍ତିଜୀବୀଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଶୁଭ ଦିନ ଆଉ ନାହିଁ । ଆପଣଙ୍କ ନକ୍ଷତ୍ର ଆପଣଙ୍କ ନିଜ ସ୍ୱଭାବ ଭଳି ବ୍ୟବହାର କରୁଛନ୍ତି । ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଚାହା ପାନ ସମୟରେ ଖୁସି ଗପରେ ମସଗୁଲ୍ ରହିବେ । ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ । ସ୍ୱାଦିଷ୍ଟ ଭୋଜନରେ ଆତ୍ମ ସନ୍ତାଷ ବୃଦ୍ଧି ପାଇପାରେ ।
ସିଂହ: ଆଜି ଆପଣଙ୍କ ପାଇଁ ମଧ୍ୟମ ଭାବରେ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ । ଧର୍ମକାର୍ଯ୍ୟ ପାଇଁ ଦାନ ଦେବା ଆପଣଙ୍କ ଚିନ୍ତାଧାରାରେ ଅଛି ।
କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।
ତୁଳା: ଆଜି ଆପଣଙ୍କୁ ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ । ଆପଣ ନିଜ ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ, ଦୂରତା ବାଧକ ସାଜିବ ନାହିଁ । ଯଦି ସୌଭାଗ୍ୟବଶତଃ ଆପଣ ଆଜି ତାଙ୍କ ସହ ଏକାଠି ଥାନ୍ତି, ଘନିଷ୍ଠତା ଆହୁରି ବଢ଼ିବ । ଆପଣ ଭାବପ୍ରବଣ ଅଛନ୍ତି, ଏବଂ ନିଜ ପ୍ରେମ ପ୍ରତି ଉତ୍ସର୍ଗ କରିବା ପାଇଁ କବିତାର କିଛି ପଂକ୍ତି ଲେଖିପାରନ୍ତି । ଆଜି ବୃତ୍ତିଗତ ଏବଂ ଆର୍ଥିକ ବିଷୟଗୁଡ଼ିକ ପାଇଁ ମଧ୍ୟ ଭଲ ସମୟ ଅଟେ । ମାଆଙ୍କଠାରୁ ସ୍ନେହଶ୍ରଦ୍ଧା ମିଳିବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।
ବିଛା: ଆଜି ଦିନଟି ଆପଣ ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ତେବେ, ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆଜି କଷ୍ଟ ପାଇ ପାରନ୍ତି । ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ଆପଣଙ୍କର ମଙ୍ଗଳ ନିହିତ ରହିଛି । ଦିନଟି ଉତଥାନ ପତନର ଦିନ, ଏବଂ ଆପଣ ଏଥିାପଇଁ ହଡବଡେଇ ପାରନ୍ତି । ଯଦି ଆପଣ ଜଣେ ଲେଖକ କିମ୍ବା ଜୀବନଜୀବିକା ପାଇଁ ସୃଜନଶୀଳ କାମ କରୁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ମଙ୍ଗଳମୟ । ତେବେ, ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି, କିମ୍ବା ପେଶା ମାନ୍ଦା ହୋଇପାରେ । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଈର୍ଷ୍ୟାନ୍ୱିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ ।
ଧନୁ: ଆଜି କ୍ରୋଧ ଏବଂ କଥାବାର୍ତ୍ତା ଉପରେ ସଂଯମତା ରଖ । ନକାରାତ୍ମକ ଚିନ୍ତାଧାରା ମନକୁ ଦୁଃଖ ଦେଇପାରେ । ତୁମର ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅ । ତୁମର ସୃଜନଶୀଳତା ସହିତ, ଏକ ନୂତନ ଉପାୟରେ କାର୍ଯ୍ୟ କରିବାକୁ ସମର୍ଥ ହେବ । ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ ।
ମକର: ଆଜି ଆପଣଙ୍କ ଅନ୍ତର୍ଜ୍ଞାନ ବହୁତ ଭଲ ରହିବ । ଯାହାଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହାଦ୍ୱାରା ବହୁ ସଫଳତା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ ।
କୁମ୍ଭ: ଗ୍ରହମାନଙ୍କର ସୁପ୍ରଭାବ ଫଳରେ ଆପଣଙ୍କର ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ଗର୍ବିତ ହେବେ । ଯେଉଁ କାର୍ଯ୍ୟର ଦାୟିତ୍ୱ ବହନ କରିବେ, ସେଥିରେ ଆପଣଙ୍କ ସହକର୍ମୀମାନେ ଆଶା ଥିବା ଭାବରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ପ୍ରତି ଆପଣଙ୍କର ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାର ଯୋଗୁଁ ଆପଣ ପ୍ରିୟଭାଜନ ହେବେ । ମାତୃପକ୍ଷ ସଦସ୍ୟଙ୍କଠାରୁ ସୁଖବର ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଶରୀର ସୁସ୍ଥ ରହିବ ।
ମୀନ: ଆଜି ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ ।