ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ ଏବଂ ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ ଯାହାକି ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଖୁସି ଦେବ । ଆଉ ମଧ୍ୟ ଗୋଟିଏ ସାମାଜିକ ଭାବରେ ଏକାଠି ହେବା କିମ୍ବା ପାର୍ଟି କରିବାର ସମ୍ଭାବନା ଅଛି ।
ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଆପଣଙ୍କୁ ଦିଆଯାଇଥିବା ଆଜିର କାମ ଶେଷ ନ ହୋଇ ଅଧାରେ ରହିପାରେ । ଖର୍ଚ୍ଚ ଉପରେ ନଜର ରଖନ୍ତୁ । କଠିନ ପରିଶ୍ରମ ସଫଳତା ଆଣିପାରେ । ସାବଧାନ ରୁହନ୍ତୁ ଦୁର୍ଘଟଣା ଆଶଙ୍କାରେ ଅଛନ୍ତି ।
ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ, ନକ୍ଷତ୍ରଗଣ ଅନ୍ତିମରେ ଆପଣଙ୍କ ସପକ୍ଷରେ ଅଛନ୍ତି । ଆଜି ଦିନ ସମସ୍ତ ପ୍ରକାର ଆଶୀର୍ବାଦ ଦେବାକୁ ପ୍ରତିଶୃତିବଦ୍ଧ । ଅତି କମ୍ରେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କ ଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ ।
କର୍କଟ: ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍ ଏବଂ କଣ ଠିକ୍ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯାଇ ପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ ।
ସିଂହ: ଆଜି ଦିନଟିରେ ଆପଣ ଧାର୍ମୀକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି । ଗୋଟିଏ ଧାର୍ମିକ ସ୍ଥାନକୁ ସମସ୍ତଙ୍କୁ ବୁଲାଇବା ପାଇଁ ନେଇ ପାରନ୍ତି । ଆଜି ଆପଣ ନିଜର କ୍ରୋଧ ସମ୍ୱରଣ କରନ୍ତୁ । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଆପଣ ମାନସିକ ଅଶାନ୍ତି ଭୋଗି ପାରନ୍ତି । ଏହାର ପ୍ରଧାନ କାରଣ ଆପଣଙ୍କ ସନ୍ତାନମାନେ ହୋଇପାରନ୍ତି ।
କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ରାସ୍ତା କଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ବନ୍ଦ କରନ୍ତୁ ନଚେତ୍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ । ଜଳାଶୟ ବା ଜଳଠାରୁ ଦୂରତା ରଖନ୍ତୁ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ନଚେତ୍ ଭୁଲ ବୁଝାମଣାରୁ ଝଗଡା ହୋଇପାରେ ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭକରିବେ । ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ, ନୂଆ ଲୁଗାପଟା ଓ ଗହଣା କିଣିପାରନ୍ତି । ଆପଣଙ୍କ ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ସୁସ୍ୱାଦୁ ଭୋଜନ କରି ଆତ୍ମତୃପ୍ତି ଲାଭ କରିବେ । ମୋଟାମୋଟି ଭାବରେ ଦିନଟି ଭଲରେ କଟିବ ।
ବିଛା: ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ନିଶ୍ଚିତ ଭାବରେ, ଆପଣ ବ୍ୟବସାୟ ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ, ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ ।
ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେ କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରନ୍ତୁ, ଯେହେତୁ ଆଗକୁ ରାସ୍ତା ସହଜ ଅନୁଭବ ହେଉନାହିଁ । ସମ୍ଭାବନା ଅଛି ଯେ ଆପଣଙ୍କର କାହା ସହିତ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ଏବଂ ତା ସହିତ ସାମାଜିକ ଆତ୍ମସମ୍ମାନ ପ୍ରତି ମଧ୍ୟ ଆଘାତ ଆସିପାରେ । ଏ ଦିଗରେ ସଜାଗ ରହିଲେ ଦିନଟି ଭଲରେ କଟିପାରେ ।
ମକର: ଆପଣଙ୍କ ଆଖିରେ ବିଳମ୍ବରେ ନଜର ଆସିଥିବା କୌଣସି ଜିନିଷ ଆରମ୍ଭ କରିବା ପାଇଁ ଆଜି ଦିନଟି ଏକ ମହତ୍ୱପୂର୍ଣ୍ଣ ଦିନ । ଆପଣଙ୍କ ଚିନ୍ତାଧାରାକୁ ଗ୍ରାସ କରିଥିବା ଜିନିଷ ହେଉଛି ଆପଣଙ୍କ ଜୀବନ, ପେଶା କିମ୍ୱା ବ୍ୟବସାୟ ସହିତ ଜଡିତ । ତାହା କାର୍ଯ୍ୟକାରୀ କରିବା ପାଇଁ ଏହା ହିଁ ଉକୃଷ୍ଟ ସମୟ । ଆଜି ଆପଣଙ୍କ ଯାହା ଚିନ୍ତାଧାରା ଅଛି କିମ୍ୱା ଆଗରୁ ଯାହା ଭାବିଛନ୍ତି, ତାକୁ କାର୍ଯ୍ୟକାରୀ କରନ୍ତୁ।
କୁମ୍ଭ: ଯାହା ପ୍ରଥମରୁ ଏକ କ୍ଷତିହୀନ ଆଲୋଚନା ଭଳି ଜଣା ପଡୁଛି, ସେଭଳି ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ପରେ ଏହା ବିପଦସଙ୍କୁଳ ହୋଇପାରେ, ପରେ ଏକ ବଡ ଧରଣର କଳହରେ ପରିଣତ ହୋଇପାରେ । ପରିବାର ଭିତରେ ଏକ ବାକ୍ଯୁଦ୍ଧ ଆପଣଙ୍କ ମନର ଶାନ୍ତି ଏବଂ ନିରବତାକୁ ନଷ୍ଟ କରିଦେଇପାରେ । ଏଥପ୍ରତି ସଜାଗ ରୁହନ୍ତୁ ।
ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତି ଶୁଭ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍ନେସ୍ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ।