ETV Bharat / bharat

ଆଉ ଲାଗିବନି ଲମ୍ବା ଲାଇନ, ଘରେ ବସି କରିପାରିବେ କୋରୋନା ଟେଷ୍ଟିଂ

author img

By

Published : May 20, 2021, 7:40 AM IST

Updated : May 20, 2021, 3:58 PM IST

କୋରୋନା ମହାମାରୀର ସଙ୍କଟ ମଧ୍ୟରେ ବର୍ତ୍ତମାନ ଆପଣ ନିଜେ ଘରେ ବସି କୋଭିଡ-19 ପରୀକ୍ଷା କରିପାରିବେ । କୋଭିଡ ପାଇଁ ICMR ଏକ ଘରୋଇ ଆଧାରିତ ପରୀକ୍ଷଣ କିଟ୍ ଅନୁମୋଦନ କରିଛି । ଅଧିକ ପଢନ୍ତୁ...

ଘରେ ବସି କରିପାରିବେ କୋରୋନା ଟେଷ୍ଟିଂ, ବଜାରରେ ଉପଲବ୍ଧ ହେବ କିଟ୍

ନୂଆଦିଲ୍ଲୀ: କୋରୋନା ମହାମାରୀର ସଙ୍କଟ ମଧ୍ୟରେ ଟେଷ୍ଟିଂ ପାଇଁ ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ । ବର୍ତ୍ତମାନ ଆପଣ ନିଜେ ଘରେ ବସି କୋଭିଡ-19 ପରୀକ୍ଷା କରିପାରିବେ । କୋଭିଡ ପାଇଁ ICMR ଏକ ଘରୋଇ ଆଧାରିତ ପରୀକ୍ଷଣ କିଟ୍ ଅନୁମୋଦନ କରିଛି । ଏଥିରେ ଆପଣ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିପାରିବେ । ICMR ବ୍ୟତୀତ ବଜାରରେ ଘରୋଇ ପରୀକ୍ଷଣ କିଟ୍ ବିକ୍ରିକୁ DCGI ମଧ୍ୟ ଅନୁମୋଦନ କରିଛି । ତେବେ ଏହି ପରୀକ୍ଷଣ କିଟ୍ ତୁରନ୍ତ ବଜାରରେ ଉପଲବ୍ଧ ହେବ ନାହିଁ, ଏଥିପାଇଁ କିଛି ସମୟ ଲାଗିବ ।

ଘରୋଇ ପରୀକ୍ଷଣ କିଟ୍ ICMR ଅନୁମୋଦନ କରିବା ପରେ କୋରୋନା ପରୀକ୍ଷା କରିବା ବର୍ତ୍ତମାନ ସହଜ ହେବ। ବର୍ତ୍ତମାନ ଭାରତରେ କେବଳ ଗୋଟିଏ କମ୍ପାନୀ Mylab Discovery Solutions Ltd କୁ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ହୋମ୍ ଟେଷ୍ଟିଂ ମୋବାଇଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ଓ ଆପେଲ୍ ଷ୍ଟୋରରେ ଉପଲବ୍ଧ । ଏହାକୁ ସମସ୍ତ ୟୁଜର୍ସ ଡାଉନଲୋଡ୍ କରିପାରିବେ । ଏହା ଆପ୍ ର ନାଁ Mylab Covisself ଅଛି ।

ପ୍ରକାଶଥାଉକି, ବର୍ତ୍ତମାନ ଆଣ୍ଟିଜେନ୍ ଓ ଆରଟି-ପିସିଆର୍ ଟେଷ୍ଟ କରାଯାଉଛି । ଆଣ୍ଟିଜେନର ରିପୋର୍ଟ ତୁରନ୍ତ ଦିଆଯାଉଥିବା ବେଳେ ଆରଟି-ପିସିଆର ରିପୋର୍ଟ 24 ଘଣ୍ଟା ମଧ୍ୟରେ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2021, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.