ଶ୍ରୀନଗର: ତିନି ଦିନିଆ ଜମ୍ମୁକାଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି(ରବିବାର) ଆଇଆଇଟି ଜମ୍ମୁ କ୍ୟାମ୍ପସରେ ଅତ୍ୟାଧୁନିକ ସୁବିଧା ସହିତ ନୂତନ ଗବେଷଣା ଗୃହର ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସହିତ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ ।
୨୦୧୯ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ ପରେ ଶାହଙ୍କର ଏହ ପ୍ରଥମ କାଶ୍ମୀର ଗସ୍ତ । ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ । ଶନିବାର ଅପରାହ୍ନରେ ଜମ୍ମୁରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ମା' ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ଆଇଆଇଟି ଜମ୍ମୁ ଗସ୍ତ କରି ଉଦଘାଟନୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହା ସହିତ ଆଇଆଇଟିର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଶିକ୍ଷା ସଂକ୍ରାନ୍ତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
IIT ଜମ୍ମୁ ନୂତନ ଯୁଗରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବ, ଗବେଷଣାରେ ସଂସ୍କୃତି ପ୍ରତିପାଦିତ କରିବା ସହିତ ରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ । ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ସଶକ୍ତ କରିବ ଏବଂ ଏହି ଅଞ୍ଚଳର ଅଭିବୃଦ୍ଧି ତଥା ବିକାଶକୁ ମଧ୍ୟ ସମର୍ଥନ କରିପାରିବ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
-
We also discussed how @IITJammu can impart quality new-age education, foster a culture of research, generate new opportunities for employment, empower the youth of Jammu & Kashmir and also support the growth & development of the region.
— Dharmendra Pradhan (@dpradhanbjp) October 23, 2021 " class="align-text-top noRightClick twitterSection" data="
">We also discussed how @IITJammu can impart quality new-age education, foster a culture of research, generate new opportunities for employment, empower the youth of Jammu & Kashmir and also support the growth & development of the region.
— Dharmendra Pradhan (@dpradhanbjp) October 23, 2021We also discussed how @IITJammu can impart quality new-age education, foster a culture of research, generate new opportunities for employment, empower the youth of Jammu & Kashmir and also support the growth & development of the region.
— Dharmendra Pradhan (@dpradhanbjp) October 23, 2021
ଉଦଘାଟନୀ କାର୍ଯ୍ୟକ୍ରମରେ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗ ଦେବେ । ପୂର୍ବରୁ ଶନିବାର ସନ୍ଧ୍ୟାରେ ଶ୍ରୀନଗରରୁ ଶାରଜାହାକୁ ଶେଖ୍ ଉଲ ଆଲାମ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ଶାହ ।
@ANI