ETV Bharat / bharat

ନଡ୍ଡାଙ୍କ କାର ଉପରକୁ ଆକ୍ରମଣ, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ - ଜେପି ନଡ୍ଡା

ଭାରତୀୟ ଜନତା ପାର୍ଟି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ଼ ଘଟଣାକୁ ନେଇ ବିଜେପି ନେତା ଦିଲ୍ଲୀପ ଘୋଷ ଓ ଗୃହମନ୍ତ୍ରୀ ଅମିତ ଶାହ ନିନ୍ଦା କରିଛନ୍ତି। ଅଧିକ ପଢନ୍ତୁ...

home minister amit shah ask a report to west bengal governer about attack on jp nadda
ନଡ୍ଡାଙ୍କ ଉପରେ ଆକ୍ରମଣ, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ
author img

By

Published : Dec 10, 2020, 10:48 PM IST

କୋଲକାତା: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ଼ ଘଟଣାକୁ ନେଇ ବିଜେପି ନେତା ଦିଲ୍ଲୀପ ଘୋଷ ଓ ଗୃହମନ୍ତ୍ରୀ ଅମିତ ଶାହ ନିନ୍ଦା କରିଛନ୍ତି । ବୁଧବାର ପଶ୍ଚିମପଙ୍ଗ ଗସ୍ତ କରିଥିଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ସମୟରେ କେତେକ ପ୍ରଦର୍ଶନକାରୀ ତାଙ୍କୁ କଳା ପତାକା ଦେଖାଇଥିଲେ । ଏହାସହ ତାଙ୍କ ସୁରକ୍ଷାକୁ ନେଇ କୌଣସି ବ୍ୟାପକ ବ୍ୟବସ୍ଥା ଦେଖିବାକୁ ମିଳିନଥିଲା। ଏହାକୁ ପଶ୍ଚିମବଙ୍ଗ ବିଜେପି ସଭାପତି ଅମିତ ଶାହଙ୍କୁ ଅବଗତ କରାଇଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଛନ୍ତି ଅମିତ ଶାହ।

home minister amit shah ask a report to west bengal governer about attack on jp nadda
ନଡ୍ଡାଙ୍କ ଉପରେ ଆକ୍ରମଣ, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ

ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ଼ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ନିନ୍ଦା କରିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, "ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହି ଘଟଣାର ଯେତେ ନିନ୍ଦା କଲେ ସେତେ କମ ହେବ। କେନ୍ଦ୍ର ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଉଛି। ଏଥିପାଇଁ ପଶ୍ଟିମବଙ୍ଗ ସରକାରଙ୍କୁ ସେଠାକାର ଜନତାକୁ ଦେବାକୁ ହେବ।"

  • There has been a security lapse during party president JP Nadda's visit to the state. There was no presence of police at his events yesterday. I've written to Home Minister Amit Shah & administration here: West Bengal BJP Chief Dilip Ghosh in Kolkata pic.twitter.com/2b7UoAi5H8

    — ANI (@ANI) December 10, 2020 " class="align-text-top noRightClick twitterSection" data=" ">

ସୂଚନାଥାଉକି ଡାଇମଣ୍ଡ ହାର୍ବରରେ ଏକ ବିଜେପି ସମ୍ମିଳନୀରେ ଯୋଗ ଦେବାକୁ ଯିବା ବେଳେ ଜେପି ନଡ୍ଡାଙ୍କ କାର ଉପରକୁ ପଥର, ଇଟା ମାଡ଼ କରିଥିଲେ ପ୍ରଦର୍ଶନକାରୀ। ଏହି ସମୟରେ ଜେପି ନଡ୍ଡାଙ୍କ ସହ ବିଜେପି ପ୍ରବକ୍ତା ସମ୍ବତି ପାତ୍ର ଓ କୈଳାଶ ବିଜୟବର୍ଗିୟ ମଧ୍ୟ ରହିଥିଲେ। ପ୍ରଦର୍ଶନକାରୀମାନେ ନଡ୍ଡାଙ୍କ ଗାଡ଼ିକୁ ମଧ୍ୟ ରୋକିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା।

ଏହାକୁ ନଏଇ ବିଜେପି ଓ ତୃଣମୂଳ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇ ଚାଲିଛନ୍ତି। ପଥରମାଡ଼ କରିଥିବା ପ୍ରଦର୍ଶନକାରୀ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ବୋଲି ଅଭିଯୋଗ କରିଛି ବିଜେପି। ଏହାର ଜବାବ ଆଗାମୀ ନିର୍ବାଚନରେ ଜନତା ଦେବେ ବୋଲି ଜେପି ନଡ୍ଡା କହିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ନରେନ୍ଦ୍ରସିଂହ ତୋମାର ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ବି ନିନ୍ଦା କରିଛନ୍ତି।

ପଶ୍ଚିମବଙ୍ଗରେ ଅରାଜକତାର ମାହୋଲ ରହିଛି। ଏହି ଆକ୍ରମଣରୁ ଏହା ସ୍ପଷ୍ଟ ହୋଇ ପଡ଼ିଛି। ପଶ୍ଚିମବଙ୍ଗରେ ବିଜେପିର ଲୋକପ୍ରିୟତା ବଢ଼ୁଥିବାରୁ ତୃଣମୂଳ କଂଗ୍ରେସ ଏଭଳି କୁତ୍ସିତ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଛନ୍ତି ଅମିତ ଶାହ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.