ETV Bharat / bharat

ଦୁଇଟି ପର୍ଯ୍ୟାୟରେ ବିଜୟ ମୂଳଦୁଆ ପଡିଛି, ବୁନ୍ଦେଲଖଣ୍ଡବାସୀ ଏବେ ଛାତ ପକାନ୍ତୁ: ଶାହା - ନିର୍ବାଚନକୁ ନେଇ ଅମିତ ଶାହାଙ୍କ ଦମ୍ଭୋକ୍ତି

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିପୁଳ ମତଦାନ କରି ବୁନ୍ଦେଲଖଣ୍ଡବାସୀ ବିଜୟୀ ଛାତ ପକାନ୍ତୁ । ଏପରି ଆହ୍ବାନ ଦେଇ ଆଜି ଉତ୍ତର ପ୍ରଦେଶରେ ଭୋଟଭିକ୍ଷା କରିଛନ୍ତି ଅମିତ ଶାହା । ଅଧିକ ପଢନ୍ତୁ

ଶାହା
ଶାହା
author img

By

Published : Feb 19, 2022, 8:58 PM IST

ନୂଆଦିଲ୍ଲୀ: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ବିଜେପିର ବିଜୟ ମୂଳଦୂଆ ପଡିସାରିଛି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିପୁଳ ମତଦାନ କରି ବୁନ୍ଦେଲଖଣ୍ଡବାସୀ ବିଜୟୀ ଛାତ ପକାନ୍ତୁ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ଅଞ୍ଚଳ ବୁଲିଆସିଛି । ‘ପହେଲେ ଦୋ ଚରଣ ମେଁ ସପା, ବସପାକା ସୁପଡା ସାଫ ହୋ ଗୟା ହୈ’ ଆଜି ୟୁପି ବାନ୍ଦା ତିନ୍ଦୱାରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ଏହିଭଳି ଗର୍ଜିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

  • सपा-बसपा की सरकारों ने कभी बुंदेलखंड की ओर देखा तक नहीं।

    आजादी के इतने वर्षों के बाद भी विकास से दूर सूखे की मार झेलते बुंदेलखंड में पहली बार प्रगति और खुशहाली लाने का काम भाजपा की मोदी जी और योगी जी की डबल इंजन सरकार ने किया है।

    तिंदवारी जनसभा की कुछ तस्वीरें... pic.twitter.com/3rLYpFy305

    — Amit Shah (@AmitShah) February 19, 2022 " class="align-text-top noRightClick twitterSection" data=" ">

ଦଳୀୟ କର୍ମୀ ଓ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେପି ବିଜୟର ମୂଳଦୁଆ ପଡିସାରିଛି । ଏବେ ବୁନ୍ଦେଲଖଣ୍ଡ ଅଞ୍ଚଳବାସୀ ମୂଳଦୂଆକୁ ଛାତ ପର୍ଯ୍ୟନ୍ତ ପହଞ୍ଚାଇବା ଜରୁରୀ । କାରଣ ବର୍ଷ ବର୍ଷ ଧରି ବୁନ୍ଦେଲଖଣ୍ଡ ବାସୀ ଯେଉଁ ସମସ୍ୟା ଦେଇ ଗତି କରୁଥିଲେ, ସେହି ସମସ୍ୟାକୁ ଦୂର କରିବା ପାଇଁ ବିଜେପି ବଦ୍ଧପରିକର । ଆଉ ଯାହା ଅନୁଭବ ମଧ୍ୟ କରିସାରିଛନ୍ତି ବୁନ୍ଦେଲଖଣ୍ଡବାସୀ ।

ପାନୀୟ ଜଳ ସଂକଟ ଥିଲା ଏଠାକାର ବୃହତ ସମସ୍ୟା । ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଯୋଗୀ ସରକାର ଦ୍ରୁତଗତିରେ କାମ କରି ସଫଳତା ପାଇଛନ୍ତି । ବୁନ୍ଦେଲଖଣ୍ଡ ଅଞ୍ଚଳରେ ଡିଫେନ୍ସ କରିଡର ଭାରତ ସରକାର ଆରମ୍ଭ କରିସାରିଛନ୍ତି । ଏହି ସମସ୍ତ ବିକାଶ ଧାରାକୁ ଆଗକୁ ନେବାକୁ ହେଲେ ବିଜେପିର ବିଜୟ ଜରୁରୀ ବୋଲି ଅମିତ ଶାହା ଲୋକଙ୍କୁ କହିଛନ୍ତି ।

ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ପୁଣି ଥରେ ଆକ୍ରମଣ କରି ଶାହା ବର୍ଷିଛନ୍ତି । ଅଖିଳେଶଙ୍କ ଶାସନର ଅନେକ ଦୂର୍ନୀତି ପ୍ରସଙ୍ଗ ଉଠାଇ କାହିଁକି 2 ହଜାର କୃଷକ ଆତ୍ମହତ୍ୟା କରିଛନ୍ତି ତାହାର ଜବାବ ମାଗିଛନ୍ତି । ସେହିପରି ଭାରତ ସରକାର ବୁନ୍ଦେଲଖଣ୍ଡ ପାଇଁ ଜାରି ରଖିଥିବା ବିକାଶ ଯୋଜନାକୁ ଉଲ୍ଲେଖ କରି ଶାହା କହିଛନ୍ତି ମହୋବାରେ ଅର୍ଜୁନ ଡ୍ୟାମ, ରତୋଲୀ ଡ୍ୟାମ୍ପ ସହ ଚାରୋଟି ବଡ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଜାରି ରହିଛି । 44 ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା କେନ-ବେତାବ କେନାଲ ଲିଙ୍କ ଦ୍ବାରା 62 ଲକ୍ଷ ପରିବାରୁ ବିଶୁଦ୍ଧ ପାନୀୟ ଜଳ ମିଳିବ ସହ 9 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚିତ ହୋଇପାରିବ । ଆଉ ସବୁଠାରୁ ବଡ କଥା ହେଲା ମୋଦି ଯେଉଁ ପ୍ରକଳ୍ପ ଶିଳାନ୍ୟାସ କରନ୍ତି, ତାହାର ମଧ୍ୟ ଉଦଘାଟନ କରନ୍ତି । ଆଉ ଏହି ପ୍ରକଳ୍ପ ଅଳ୍ପ କିଛି ଦିନ ମଧ୍ୟରେ ଶେଷ ହେଲେ ଦଶନ୍ଧୀ ଦଶନ୍ଧୀର ଜଳ ସଂକଟ ଦୂର ହେବ ।

ସେହିଭଳି ଶାହା କହିଛନ୍ତି ବୁନ୍ଦେଲଖଣ୍ଡରେ ହେବାକୁ ଥିବା ଡିଫେନ୍ସ କରିଡର ନାଁ କୁ ଭାରତ ସରକାର ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛନ୍ତି । ଏହି କରିଡର ର ନା ଆମର ଶ୍ରେଷ୍ଠ ସେନାପତି ପ୍ରଥମ ସିଡିଏସ ଦିଂବଗତ ଜେନେରାଲ ବିପିନ ରାୱତଙ୍କ ନା ରେ ନାମିତ ହେବ । ଏଠାରେ ଯେଉଁ ମିଶାଇଲ ଗୋଳା ବାରୁଦ ନିର୍ମିତ ହେବ, ତାହା ଯାଇ ପାକିସ୍ତାନ ଓ ଚୀନ ଉପରେ ପଡିବ । ସପା, ବସପା କିମ୍ବା କଂଗ୍ରେସ ଉତ୍ତର ପ୍ରଦେଶକୁ କେବଳ ଲୁଟିଛନ୍ତି କେହି କେବେ ଗରିବଙ୍କ ପାଇଁ କିଛି କରିନାହାଁନ୍ତି । ଆପଣ ମାନେ ଏହି 3 ଦଳର ଶାସନକୁ ଦେଖନ୍ତୁ । ଆଉ ଆମର 5 ବର୍ଷର ଶାସନକୁ ଦେଖନ୍ତୁ । ଆଉ ୟୁପିର ସମ୍ପୂର୍ଣ୍ଣ ବିକାଶ ପାଇଁ, ନୂଆ ୟୁପି ନିର୍ମାଣ ପାଇଁ, ୟୁପିକୁ ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ ପାଇଁ ବିଜେପିର ବିଜୟକୁ ସୁନିଶ୍ଚିତ କରିବାକୁ ଆହା ଭୋଟରଙ୍କୁ ଆହ୍ବାନ କରିଛନ୍ତି ।

ଏହାବାଦ ଅଖିଳେଶକୁ ପୁଣି ସମାଲୋଚନା କରି ଶାହା କହିଛନ୍ତି, ଅଖିଳେଶ ପଚାରୁଛନ୍ତି ଯୋଗୀ କଣ କରିଛନ୍ତି? ?ଯାହାର ଆଖିରେ କଳା ଚଷମା ଅଛି, ତାକୁ ସବୁ ହିଁ କଳା କଳା ଦେଖାଯିବ । ଯୋଗୀଙ୍କ ବିକାଶ ଅଖିଳେଶଙ୍କୁ ଦେଖାଯିବ ନାହିଁ । ୟୁପିର ମା’ ଭଉଣୀ, ମହିଳା, ସାଧାରଣ ଜନତା, ବ୍ୟବସାୟୀ, କୃଷକ, ଶ୍ରମିକଙ୍କୁ ଥରେ ଅଖିଳେଶ ପଚାରନ୍ତୁ ଜବାବ ପାଇବେ ଯୋଗୀ ସରକାର କଣ କରିଛନ୍ତି ବୋଲି ଅମିତ ଶାହା କହିଛନ୍ତି । ଯୋଗୀ ସରକାରଙ୍କ ସମୟରେ ରାଜ୍ୟରୁ ବାହୁବଳୀ, ମାଫିଆ, ଗୁଣ୍ଡାଙ୍କ ସଫା ହୋଇଥିବା ଅମିତ ଶାହା କହିଛନ୍ତି । ଏହାକୁ ବଜାୟ ରଖିବା ପାଇଁ ଆହ୍ବାନ ଦେଇଛନ୍ତି ।

ସୂଚନାଯୋଗ୍ୟଯେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୟୁପି ବିଧାନସଭା ପାଇଁ 16 ଜିଲ୍ଲାର 59 ଆସନରେ ମତଦାନ ହେବ । ଆଉ ଏହି 59 ଟି ଆସନରେ ଯାଦବ ବହୁଳ ଭୋଟର ରହିଛନ୍ତି । ଯାହା ସମସ୍ତ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟରେ ଜାଟ ଲ୍ୟାଣ୍ଡ, ଦ୍ବିତୀୟ ପର୍ଯ୍ୟାୟରେ ମୁସଲିମ ବହୁଳ ଅଞ୍ଚଳରେ ମତଦାନ ହୋଇଥିବା ବେଳେ, ତୃତୀୟ ପର୍ଯ୍ୟାୟ ତଥା ଆସନ୍ତାକାଲି ଯାଦବ ବହୁଳ ଅଞ୍ଚଳରେ ଭୋଟ ହେବ । ଆସନ୍ତାକାଲି ଭୋଟ ହେବାକୁ ଥିବା ଅଞ୍ଚଳ ଏହା 3 ଟି ଭୌଗୋଳିକ ଅଞ୍ଚଳକୁ ନେଇ ଗଠିତ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.