ଡେରାଡୁନ: ଓସ୍କାର 2022ର ବିଜେତା ଘୋଷିତ ହୋଇଛନ୍ତି । କିନ୍ତୁ ଏଥର ଅଭିନେତା ୱିଲ ସ୍ମିଥଙ୍କ କାରଣରୁ ଓସ୍କାର ଆଓ୍ବାର୍ଡ ଅଧିକ ଚର୍ଚ୍ଚାରେ ରହିଥିବା ପରି ମନେହେଉଛି । ହଲିଉଡ ଅଭିନେତା ୱିଲ ସ୍ମିଥ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରଶଂସକମାନେ କେବଳ ହଲିଉଡରେ ନୁହଁନ୍ତି ବରଂ ସମଗ୍ର ବିଶ୍ୱରେ ଏବଂ ମଧ୍ୟ ଭାରତରେ ମଧ୍ୟ ଅଛନ୍ତି । ୱିଲ୍ ସ୍ମିଥ୍ ନିଜେ ବାରମ୍ବାର ଭାରତ ପରିଭ୍ରମଣରେ ଆସିବା ସହ ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ଏତିକି ନୁହେଁ ସେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ଶ୍ରଦ୍ଧାଳୁ ଭାବେ ଶିଷ୍ୟତ୍ବ ମଧ୍ୟ ଗ୍ରହଣ କରିଥିଲେ ।
![ି](https://etvbharatimages.akamaized.net/etvbharat/prod-images/14858240_will-smith2.png)
ତେବେ ବର୍ତ୍ତମାନ ସ୍ମିଥଙ୍କର ଏପରି ବ୍ୟବହାର ସାରା ବିଶ୍ବରେ ଚର୍ଚ୍ଚାରେ ରହିଥିବା ବେଳେ ସେ ଭାରତରେ ନିଜ ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରିଥିବା ବିଶିଷ୍ଟ ଜ୍ୟୋର୍ତିବିଦ ପ୍ରତୀକ ମିଶ୍ରପୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଜ୍ୟୋତିଷ ପ୍ରତାପ କହିଛନ୍ତି, 2018 ରେ ସ୍ମିଥ ଭାରତରେ ପହଞ୍ଚିଥିଲ । ସେତେବେଳେ ସେ ସ୍ବଇଚ୍ଛାରେ ତାଙ୍କ ନିକଟକୁ ଆସି ଭାରତୀୟ ସଭ୍ୟତା ଏବଂ ସଂସ୍କୃତି ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ହିନ୍ଦୁ ଗ୍ରହ ନକ୍ଷତ୍ର ଅନୁଯାୟୀ ପୂଜାପାଠ କରିଥିଲେ।
ଆହୁରି ମଧ୍ୟ ପ୍ରତୀକ କହିଛନ୍ତି, ବାସ୍ତବରେ ୱିଲ୍ ସ୍ମିଥ୍ ଚାହୁଁଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକ ସଫଳ ହାସଲ କରନ୍ତୁ । ତେଣୁ ସେ ତାଙ୍କ ରାଶି ଓ ହସ୍ତରେଖା ଦେଖିବା ସହ ହରିଦ୍ୱାର ଶିବ ମନ୍ଦିରରେ ପୂଜାପାଠ କରାଇଥିଲେ। ଏହା ସହିତ ସେ ଭଗବାନ ଶିବ ଏବଂ ଗଙ୍ଗା ଆରତୀଙ୍କ ସମର୍ପଣରେ ମଧ୍ୟ ସେ ତାଙ୍କୁ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍ମିଥ ମଧ୍ୟ ଆଗ୍ରହର ସେସବୁ କରିଥିଲେ ।
![ି](https://etvbharatimages.akamaized.net/etvbharat/prod-images/14858240_will-smith.png)
କ୍ରୋଧରେ ସ୍ମିଥ ଘଟାଇଥିବା କାଣ୍ଡ ବର୍ତ୍ତମାନ ସାରା ବିଶ୍ବରେ ଚହଳ ପକାଇଥିବା ବେଳେ ତାଙ୍କ ଭାରତୀୟ ଆଧ୍ୟାତ୍ମିକ ଗୁରୁ ମିଶ୍ରାପୁରୀ କହିଛନ୍ତି, ସ୍ବାଭାବିକ ଜୀନବରେ ସ୍ମିଥ ଜଣେ କ୍ରୋଧିତ ବ୍ୟକ୍ତି ଆଦୌ ନୁହନ୍ତି । ସେ ନିଶ୍ଚିତ ଭାବରେ ସେ ତାଙ୍କ ପରିବାର ବିଷୟରେ ଖୁବ ଗମ୍ଭୀର ନଜର ଆସନ୍ତି । ଏପରିକି ସେ ଭାରତରେ ଭ୍ରମଣ କରୁଥିବାବେଳେ ମଧ୍ୟ ତାଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଥିଲେ ବୋଲି ମିଶ୍ରପୁରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ