ETV Bharat / bharat

ଅଶାନ୍ତ ଦିଲ୍ଲୀ, ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହ ମନ୍ତ୍ରଣାଳୟର ମନ୍ଥନ

ଟ୍ରାକ୍ଟର ରାଲି ଆଳରେ ଜୋରଦାର ହଙ୍ଗାମା କରିଛନ୍ତି ଚାଷୀ । ଅନେକ ସ୍ଥାନରେ ଭଙ୍ଗାରୁଜା ସହ ପଥର ମାଡ ହୋଇଛି । ଘଟଣାକୁ ନେଇ ଏବେ ସକ୍ରିୟ ହୋଇଯାଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

author img

By

Published : Jan 26, 2021, 5:53 PM IST

ଅଶାନ୍ତ ଦିଲ୍ଲୀ , ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରଣାଳୟର ମନ୍ଥନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଧିରେ ଧିରେ ତୀବ୍ରତର ହେବାକୁ ଲାଗିଛି ଚାଷୀଙ୍କ ବିଂସା ପ୍ରଦର୍ଶନ । ଟ୍ରାକ୍ଟର ରାଲି ଆଳରେ ଜୋରଦାର ହଙ୍ଗାମା କରିଛନ୍ତି ଚାଷୀ । ଅନେକ ସ୍ଥାନରେ ଭଙ୍ଗାରୁଜା ସହ ପଥର ମାଡ ହୋଇଛି । ଘଟଣାକୁ ନେଇ ଏବେ ସକ୍ରିୟ ହୋଇଯାଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାସଭବନରେ ଜରୁରୀକାଳୀନ ବୈଠକ ହୋଇଛି । ସୂଚନା ଅନୁଯାୟୀ ଏହି ବୈଠକରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ମନ୍ଥନ ହୋଇଛି । ବୈଠକରେ କେନ୍ଦ୍ର ଗୃହ ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକ ପରେ ପରିସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିଲ୍ଲୀର ଆଇନଶୃଙ୍ଖଳା ସ୍ଥିତି ଉପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ ଶାହ । ଚ୍ରାକ୍ଟର ରାଲି ସମୟରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି କେ୍ଦ୍ର ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଇଣ୍ଟରନେଟ ସେବା ଉପରେ ଲାଗିଛି ପ୍ରତିବନ୍ଧକ । ସିଂଘୁ ସୀମା, ଟିକରୀ ସୀମା, ଗାଜିପୁର ସୀମା, ମୁବାରକା ଛକ ଓ ନାଙ୍ଗଲୋଇପେ ଇଣ୍ଟରନେଟ ସେବା ଉପରେ ଅସ୍ଥାୟୀ ଭାବରେ ରୋକ ଲଗାଇଦିଆଯାଇଛି ।

କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କ୍ରମାଗତ 62 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଗଣତନ୍ତ୍ର ଦିବସ ଅବସରରେ ଜାରି ରହିଛି ଚାଷୀଙ୍କ ଟ୍ରାକ୍ଟର ରାଲି । ଟ୍ରାକ୍ଟର ପରେଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ହଜାର ହଜାର ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ବହୁସ୍ତରୀୟ ସୁରକ୍ଷା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.