ETV Bharat / bharat

ସେନାକୁ ସଫଳତା; ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଗିରଫ ହେଲା ଆତଙ୍କବାଦୀ - ସେନାକୁ ମିଳିଛି ସଫଳତା

ପଣ୍ତ ହେଉଛି ପାକିସ୍ତାନର ଗୋଟିଏ ପରେ ଗୋଟିଏ ଯୋଜନା । ସ୍ବାଧୀନତା ଦିବସ ଦିନକ ପୂର୍ବରୁ ସେନାକୁ ମିଳିଛି ସଫଳତା । ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରୁ ଗିରଫ ହୋଇଛି ଆତଙ୍କବାଦୀ ।

ସେନାକୁ ସଫଳତା; ସ୍ବାଧିନତା ଦିବସର ଦିନକ ପୂର୍ବରୁ ଗିରଫ ହେଲା ଆତଙ୍କବାଦୀ

author img

By

Published : Aug 14, 2021, 6:54 AM IST

ଶ୍ରୀନଗର: ପଣ୍ତ ହେଉଛି ପାକିସ୍ତାନର ଗୋଟିଏ ପରେ ଗୋଟିଏ ଯୋଜନା । ସ୍ବାଧୀନତା ଦିବସର ଦିନକ ପୂର୍ବରୁ ସେନାକୁ ମିଳିଛି ସଫଳତା । ଧରାପଡିଛି ପାକିସ୍ତାନର ଚକ୍ରାନ୍ତ । ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରୁ ଗିରଫ ହୋଇଛି ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ହିଜବୁଲ ମୁଜାଦ୍ଧିନ ସଂଗଠନର ହୋଇଥିବା ସୂଚନା ମିଳିଛି । ତା’ ନାଁ ମୁଜାମିଲ ହୁସେନ ଶାହା । ସେ ଗତ କିଛି ଦିନ ପୂର୍ବରୁ ଆତଙ୍କୀ ସଂଗଠନରେ ଯୋଡି ହୋଇଥିଲା ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର କୁଲନା ଜଙ୍ଗଲ ଅଞ୍ଚଳରେ ଲୁଚି ଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ରାଷ୍ଟ୍ରିୟ ରାଇଫଲ ଓ ସିଆରପିଏଫ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ । ପୁରା ଅଞ୍ଚଳକୁ ଘେରି ଯାଇଥିଲା ସୁରକ୍ଷାବାହିନୀ । ଆତଙ୍କୀଙ୍କ ଉପରକୁ ସୁରକ୍ଷା ବାହିନୀ ଗୁଳିମାଡ କରିଥିଲା । ସେନା ପକ୍ଷରୁ ମଧ୍ୟ ପ୍ରତି ଜବାବ ଦିଆଯାଇଥିଲା । ଏହି ଅପରେସନରୁ ଜଣେ ଆତଙ୍କୀକୁ ଗିରଫ କରିବାର ସଫଳ ହୋଇଥିଲା ସେନା । ତା ଠାରୁ ଗୋଟିଏ ଗ୍ରେନେଡ, ମାଗାଜିନ ଓ ୩୦ ରାଉଣ୍ତ ଗୁଳି ଜବତ କରାଯାଇଥିଲା । ଏନେଇ ଡାଚନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.