ETV Bharat / bharat

History of Manipur; ଆଜିର ଦିନରେ ଭାରତରେ ମିଶିଥିଲା ମଣିପୁର

୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧିନତା ହେବାପରେ ମଣିପୁର ରାଜା ୧୧ ଅଗଷ୍ଟରେ ମଣିପୁରକୁ ଭାରତୀୟ ଅଂଶ ଭାବେ ସ୍ବୀକାର କରିଥିଲେ । ପରେ ୧୯୪୯ ରେ ମଣିପୁର ସମ୍ପୂର୍ଣ୍ଣ ଭାବେ ଭାରତରେ ବିଲୟ ହୋଇଥିଲା । ଅଧିକ ପଢନ୍ତୁ...

History of Manipur
History of Manipur
author img

By

Published : Sep 21, 2021, 6:40 PM IST

ଇମ୍ଫାଲ: ପୂର୍ବୋତ୍ତର ରାଜ୍ୟ ମଣିପୁର ଦେଶକୁ ଏକ ଲମ୍ବା ସାଂସ୍କୃତିକ ଓ ସାମୃଦ୍ଧିକ ଅବଦାନ ଦେଇଛି । ମଣିପୁର ମଧ୍ୟ ଦିନେ ସ୍ବତନ୍ତ୍ର ଶାସନ ଅଧିନରେ ଥିଲା । ତେବେ ୧୮୯୧ ରେ ଇଂରେଜ ମାନେ ମଣିପୁରକୁ ଅଧିକାର କରିଥିଲେ। ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧିନତା ହେବା ପରେ ମଣିପୁର ରାଜା ୧୧ ଅଗଷ୍ଟରେ ମଣିପୁରକୁ ଭାରତୀୟ ଅଂଶ ଭାବେ ସ୍ବୀକାର କରିଥିଲେ । ପରେ ୧୯୪୯ ରେ ମଣିପୁର ସମ୍ପୂର୍ଣ୍ଣ ଭାବେ ଭାରତରେ ବିଲୟ ହୋଇଥିଲା ।

୧୯୪୭ ରେ ଇଂରେଜ ଶାସନରୁ ଦେଶ ମୁକ୍ତ ହେବା ପରେ, ଦେଶର ପ୍ରଥମ ଗୃହମନ୍ତ୍ରୀ ସରଦାର ବଲ୍ଲଭଭାଇ ପଟେଲ ନବଗଠିତ ଭାରତୀୟ ସଂଘରେ ବିଚ୍ଛିନ୍ନ ଥିବା ଉପ-ମହାଦୀପ ଭୂଖଣ୍ଡ ସହ, ପାର୍ବତ୍ୟାଞ୍ଚଳ ଓ ୫ ଶହରୁ ଅଧିକ ସ୍ବତନ୍ତ୍ର ଶାସନ ଅଧିନରେ ଥିବା ଅଞ୍ଚଳକୁ ଭାରତୀୟ ସଂଘରେ ବିଲୟ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଭାରତରେ ମଣିପୁର କେମିତି ହୋଇଥିଲା ବିଲୟ?

ମଣିପୁର ହେଉଛି ଏକ ପାହାଡ ପର୍ବତ ଘେରା ଜଙ୍ଗଲରେ ପରିପୂର୍ଣ୍ଣ ରାଜ୍ୟ । ଏହାର ଉତ୍ତରରେ ନାଗାଲାଣ୍ଡ, ପଶ୍ଚିମରେ ଆସାମ, ଓ ଦକ୍ଷିଣରେ ମିଜୋରାମ ଅବସ୍ଥିତ । ମଣିପୁରର ପୂର୍ବ-ଦକ୍ଷିଣରେ ଅନ୍ତରାଷ୍ଟ୍ରୀୟ ସୀମା ତଥା ପଡୋଶୀ ମିଆଁମାର ଅବସ୍ଥିତ । ମିଆଁମାର ସହ ମଣିପୁରର ସୀମା ୩୫୨ କିମି ଲମ୍ବା ସଂଲଗ୍ନ ରହିଛି । ୧୭୦୦ ଦଶକରେ ମଣିପୁର ଓ ମିଆଁମାର ଉଭୟ ସ୍ବତନ୍ତ୍ର ରାଜାଙ୍କ ଶାସନ ଅଧିନରେ ଥିଲେ । ମଣିପୁରର ତତ୍କାଳୀନ ରାଜା ପହ୍ନେଇବା ସେତେବେଳେ ପଡୋଶୀ ବର୍ମା ଉପରେ ବାରମ୍ବାର ଆକ୍ରମଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ବର୍ମା ରାଜା ୧୮୯୦ ରେ ଭୟଙ୍କର ପ୍ରତିଆକ୍ରମଣ କରଥିଲେ । ଯେଉଁଥିରେ ମଣିପୁର ରାଜା ‘ପହ୍ନେଇବା’ ଗମ୍ଭୀର ଭାବେ ଆହତ ହେବା ସହ ରାଜ୍ୟ ହରାଇଥିଲେ । ଏଥିରେ ଭୟଭୀତ ହୋଇ କଚ୍ଛାର(ବର୍ତ୍ତମାନର ଆସାମ)ରେ ଶରଣ ନେଇ ଇଂରେଜଙ୍କ ସହାୟତା ଲୋଡିଥିଲେ । ଇଂରେଜ ମଧ୍ୟ ମଣିପୁର ରାଜାଙ୍କୁ ସହାୟତ ଯୋଗାଇବା ସହ ବର୍ମା ରାଜାଙ୍କ ବିରୋଧରେ ଆକ୍ରମଣ କରି ମଣିପୁରକୁ କବଜା କରଥିଲେ ।

ଇଂରେଜଙ୍କ ଏହି ସହାୟତାରେ ମଣିପୁର ରାଜା ଖୁସି ହୋଇଥିଲେ । ସେ ଭାବୁଥିଲେ ନିଜ ରାଜ୍ୟକୁ ଫେରିପାଇବେ । କିନ୍ତୁ ଇଂରେଜ ମାନେ ମଣିପୁର ରାଜାଙ୍କୁ ରାଜ୍ୟ ହସ୍ତାନ୍ତର କରିନଥିଲେ । ଫଳରେ ୧୮୯୧ ରେ ପୁଣିଥରେ ମଣିପୁର ରାଜା ଓ ଇଂରେଜଙ୍କ ବିରୋଧରେ ଯୁଦ୍ଧ ହୋଇଥିଲା । ହେଲେ ଇଂରେଜଙ୍କ ଅତ୍ୟାଧୁନିକ ଅସ୍ତ୍ର ଆଗରେ ପାରମ୍ପରିକ ଅସ୍ତ୍ର ବେଶିଦିନ ତିଷ୍ଠି ପାରିଲା ନାହିଁ । ହାଦୁର ମେଜର ପାଔନାଙ୍କ ନେତୃତ୍ବରେ ମଣିପୁର ସେନା ଇଂରେଜଙ୍କ ବିରୋଧରେ ବୀରତାର ସହ ଲଢେଇ କରିଥିଲେ । କିନ୍ତୁ ୨୩ ଏପ୍ରିଲ ୧୮୯୧ ରେ ଖୋଁଗଜୋମ ଠାରେ ଇଂରେଜ ସେନା ପାଖରୁ ପରାସ୍ତ ହୋଇଥିଲା । ଏଥିରେ ମଣିପୁର ସେନାର ଅନେକ ସୈନ ନିହତ ହୋଇଥିଲେ । ସେମାନଙ୍କର ବଳିଦାନକୁ ମନେ ରଖିବ ପାଇଁ ଆଜି ମଧ୍ୟ ମଣିପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇ ଆସୁଛି ।

ତେବେ ଏହାର ଦୀର୍ଘ ବର୍ଷ ପରେ ତଥା ୧୯୪୧ରେ ବୋଧଚନ୍ଦ୍ର ସିଂ ମଣିପୁରର ରାଜା ହେଲେ । ବୋଧଚନ୍ଦ୍ର ସିଂ ମଣିପୁର ରାଜ୍ୟ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତି ପାଇଁ ସମିତି ଗଠନ କଲେ । ଏହି କାର୍ଯ୍ୟ ୧୯୪୭ ରେ ସମ୍ପୂର୍ଣ୍ଣ ହେଲା । ପରେ ୧୯୪୮ ଜୁନରେ ମଣିପୁରରେ ହେଲା ପ୍ରଥମ ନିର୍ବାଚନ । ଏମକେ ପ୍ରିୟୋବର୍ତ୍ତା ହେଲେ ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହି ବର୍ଷ ମଧ୍ୟ ଗଠନ ହେଲା ରାଜ୍ୟ ବିଧାନସଭା । ଏହା ମଧ୍ୟରେ ମଣିପୁର ମହାରାଜା ବୋଧଚନ୍ଦ୍ର ସିଂ ସିଲଂ ଠାରେ ଭାରତ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କଲେ । ସିଲଂ ଠାରେ ଭାରତ ସରକାରଙ୍କ ପ୍ରତିନିଧି ଓ ମଣିପୁର ରାଜାଙ୍କ ମଧ୍ୟରେ କିଛି ଦିନର ନିରନ୍ତର ଆଲୋଚନା ପରେ, ୧୯୪୯ ଆଜିର ଦିନରେ ଅର୍ଥାତ ୨୧ ସେପ୍ଟେମ୍ବରରେ ମଣିପୁର ସମ୍ପୂର୍ଣ୍ଣ ଭାବେ ଭାରତରେ ବିଲୟ ହୋଇଥିଲା । ଆଉ ଏହି ପାର୍ବତ୍ୟାଞ୍ଚଳ ରାଜ୍ୟରେ ଉଡିଥିଲା ତ୍ରିରଙ୍ଗା । କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ବିଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.