ETV Bharat / bharat

କର୍ଣ୍ଣାଟକରେ ମସଜିଦ ତଳୁ ବାହାରିଲା ହିନ୍ଦୁ ମନ୍ଦିର ସ୍ଥାପତ୍ୟ - ମାଙ୍ଗାଲୁରୁରେ ମିଳିଲା ହିନ୍ଦୁ ମନ୍ଦିରର ସ୍ଥାପତ୍ୟ ଡିଜାଇନ

କର୍ଣ୍ଣାଟକର ମାଙ୍ଗାଲୁରୁ ଏକ ପୁରୁଣା ମସଜିଦ ତଳୁ ହିନ୍ଦୁ ମନ୍ଦିରର ସ୍ଥାପତ୍ୟ ଆବିଷ୍କୃତ ହୋଇଛି । ଆଜି (ଶୁକ୍ରବାର) ମସଜିଦ୍‌ର ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହାକୁ ଆହିଷ୍କାର କରାଯାଇଛି । ଅଧିକ ପଢନ୍ତୁ

କର୍ଣ୍ଣାଟକ: ମସଜିଦ ତଳୁ ବାହାରିଲା ହିନ୍ଦୁ ମନ୍ଦିର ସ୍ଥାପତ୍ଯ

author img

By

Published : Apr 22, 2022, 9:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁ ଏକ ପୁରୁଣା ମସଜିଦ ତଳୁ ହିନ୍ଦୁ ମନ୍ଦିରର ସ୍ଥାପତ୍ୟ, କିର୍ତ୍ତୀରାଜି ଆବିଷ୍କୃତ ହୋଇଛି । ଆଜି(ଶୁକ୍ରବାର) ମସଜିଦ୍‌ର ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହାକୁ ଆହିଷ୍କାର କରାଯାଇଛି । ତେବେ ମାଙ୍ଗାଲୁରୁର ମଲାଲିରେ ଥିବା ଜୁମା ମସଜିଦ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ହିନ୍ଦୁ ସ୍ଥାପତ୍ୟ ମିଳିଛି ।

ସେହିପରି ଏହି ସ୍ଥାନରେ ହିନ୍ଦୁ ମନ୍ଦିର ରହିଥିବା ଲୋକେ ଆକଳନ କରିଛନ୍ତି । ଏପଟେ ବିଶ୍ବ ହିନ୍ଦୁ ପରିଷଦର ସ୍ଥାନୀୟ ଲିଡର ମସଜିଦ୍‌ର ପୁନଃରୁଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖିବା ଲାଗି ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଯେପର୍ଯ୍ୟନ୍ତ ଏହି ସ୍ଥାନର ପ୍ରମାଣ ପତ୍ର ଯାଞ୍ଚ ନ ହୋଇଛି ସେ ପର୍ଯ୍ୟନ୍ତ କାମ ବନ୍ଦ କରିବା ଲାଗି ସେ ନିବେଦନ କରିଛନ୍ତି ।

ସେହିଭଳି ଦକ୍ଷିଣ କନ୍ନଡର କମିଶନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପୁନରୁଦ୍ଧାର କାର୍ଯ୍ୟ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଶାସନ ଏହା ଜମିପଟ୍ଟା ରେକର୍ଡ ଯାଞ୍ଚ କରୁଛନ୍ତି ବୋଲି ସେ କହିବା ସହ ଲୋକଙ୍କ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି । ଏହା ସହିତ ଘଟଣା ସମ୍ପର୍କରେ ସ୍ଥାନୀୟ କ୍ଷେତ୍ର ଅଧିକାରୀ ଓ ପୋଲସ ନିକଟରୁ ଜାଣିବାକୁ ପାଇଛି ବୋଲି ସେ କହିଛନ୍ତି ।

ଏତଦ୍‌ବ୍ୟତିତ୍‌ ଜିଲ୍ଲା ପ୍ରଶାସନ ପୁରୁଣା ଜମିପଟ୍ଟା ସହ ଏହି ସ୍ଥାନର ମାଲିକାନ ଯାଞ୍ଚ କରୁଛନ୍ତି ବୋଲି କମିଶନର କହିଛନ୍ତି । ଏଥିସହ ଆମେ ଦେବତ୍ତୋର ବିଭାଗ ଏବଂ ୱାକଫ୍ ବୋର୍ଡରୁ ପ୍ରମାଣ ପତ୍ର ଗ୍ରହଣ କରିବୁ ବୋଲି ଦକ୍ଷିଣ କନ୍ନଡ ଡେପୁଟି କମିଶନର ରାଜେନ୍ଦ୍ର କେଭି କହିଛନ୍ତି । ଅନ୍ୟପଟେ ଆମେ ଦାବିଗୁଡିକର ବୈଧତା ଯାଞ୍ଚ କରିବୁ ଏବଂ ଖୁବ୍ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ କୌଣସି ଅପ୍ରିତିକର ପରସ୍ଥିତ ନ ସୃଷ୍ଟି କରିବାକୁ ସେ ଅନୁରୋଧ କରିଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.