ନୂଆଦିଲ୍ଲୀ: ଜାହାଙ୍ଗୀପୁରୀରେ ପୁଣି ଶାନ୍ତି ଫେରାଇ ଆଣିବା ପାଇଁ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ମିଶି ତ୍ରିରଙ୍ଗା ଯାତ୍ରା କରିଛନ୍ତି । ଗତକାଲି (ରବିବାର) ଭାଇଚାରା ସ୍ଥାପନ କରିବା ନେଇ ଉଭୟ ସମ୍ପ୍ରଦାୟର ଲୋକେ ଏହି ଯାତ୍ରାରେ ସାମିଲ ହୋଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଥିବା ଏହି ଶୋଭାଯାତ୍ରାରେ ଲୋକେ ଜାତୀୟ ପତାକା ଉଡ଼ାଇ ଶାନ୍ତି ରକ୍ଷା ନିବେଦନ କରିଛନ୍ତି ।
-
We organised a joint peace committee constituting members of both communities. They proposed to organise a 'tiranga yatra' in Jahangirpuri & appeal to the people to maintain communal harmony. 50 people each from both communities participated in yatra: Usha Rangani, DCP North-West pic.twitter.com/ndcESQHdZe
— ANI (@ANI) April 24, 2022 " class="align-text-top noRightClick twitterSection" data="
">We organised a joint peace committee constituting members of both communities. They proposed to organise a 'tiranga yatra' in Jahangirpuri & appeal to the people to maintain communal harmony. 50 people each from both communities participated in yatra: Usha Rangani, DCP North-West pic.twitter.com/ndcESQHdZe
— ANI (@ANI) April 24, 2022We organised a joint peace committee constituting members of both communities. They proposed to organise a 'tiranga yatra' in Jahangirpuri & appeal to the people to maintain communal harmony. 50 people each from both communities participated in yatra: Usha Rangani, DCP North-West pic.twitter.com/ndcESQHdZe
— ANI (@ANI) April 24, 2022
ଯାତ୍ରାରେ ଉଭୟ ସମ୍ପ୍ରଦାୟର 50 ଜଣ ଲେଖାଏଁ ସାମିଲ ହୋଇଥିଲେ । ସମଗ୍ର ଅଞ୍ଚଳ 'ଭାରତ ମାତା କି ଜୟ' ସ୍ଲୋଗାନରେ କମ୍ପି ଉଠିଥିଲା । ଏହି ଅବସରରେ ଲୋକେ ଶୋଭାଯାତ୍ରା ଉପରେ ପୁଷ୍ପବୃଷ୍ଟି କରିଥିଲେ । ଉତ୍ତର-ପଶ୍ଚିମ ଦିଲ୍ଲୀର ଡିସିପି ସୂଚନା ଦେଇ କହିଛନ୍ତି, ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଯ୍ୟ ବଜାୟ ରଖିବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଅପିଲ କରାଯାଇଥିଲା । ଅନୁମତି ପରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ସୂଚନା ଥାଉକି, ଗତ 16 ତାରିଖରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଧାର୍ମିକ ଶୋଭାଯାତ୍ରାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ହିଂସାକାଣ୍ଡରେ ପୋଲିସ ସମେତ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ ।
@ANI