ETV Bharat / bharat

Himachal Pradesh Exit Poll: ଜୟରାମଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଖୁସି ଜନତା ! କିନ୍ତୁ...

author img

By

Published : Dec 5, 2022, 10:49 PM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Exit Poll)ର ଏକଜିଟ ପୋଲ ଆସିସାରିଛି । ସର୍ବାଧିକ ସର୍ଭେ ସଂସ୍ଥା ବିଜେପି କ୍ଷମତା ବଜାୟ ରଖିବ ବୋଲି ପୂର୍ବାନୁମାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Exit Poll)ର ଏକଜିଟ ପୋଲ ଆସିସାରିଛି । ସର୍ବାଧିକ ସର୍ଭେ ସଂସ୍ଥା ବିଜେପି କ୍ଷମତା ବଜାୟ ରଖିବ ବୋଲି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତ ପାଇବ ବୋଲି ଗୋଟିଏ ସର୍ଭେ ସଂସ୍ଥା ବ୍ୟତୀତ ସମସ୍ତ ସଂସ୍ଥା କହିଛନ୍ତି ।

ଏକଜିଟ ପୋଲ ଅନୁସାରେ ବିଜେପି ରାଜ୍ୟରେ ସରକାର ବଜାୟ ରଖୁଛି । ସର୍ବାଧିକ ଲୋକ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (CM Jairam Thakur) ଙ୍କ ନେତୃତ୍ବକୁ ଭରସା କରିଛନ୍ତି । ତାଙ୍କ କାର୍ଯ୍ୟକ୍ରମ ଓ ଦକ୍ଷତା ରାଜ୍ୟବାସୀ ଗ୍ରହଣ କରିଛନ୍ତି । ତଥା ଜୟରାମ ଜଣେ ସଫଳ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟର ସର୍ବାଧିକ ଜନତା ବିଚାର କରୁଛନ୍ତି । କିନ୍ତୁ ଜୟରାମଙ୍କ ପରେ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur) ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।

ଏହାବି ପଢନ୍ତୁ- Exit Poll Result2022: ହିମାଚଳ ପ୍ରଦେଶରେ ପରମ୍ପରା ବଦଳିବ ନା ସରକାର?

ପ୍ରଥମ ପସନ୍ଦ ଜୟରାମ ଠାକୁର

ଏକଜିଟ ପୋଲ ଅନୁସାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜନତାଙ୍କ ପ୍ରଥମ ପସନ୍ଦ । ତାଙ୍କୁ ରାଜ୍ୟର 35 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅର୍ଥାତ ଜୟରାମଙ୍କ କାର୍ଯ୍ୟକଳାପରେ ସର୍ବାଧିକ ଖୁସି ଅଛନ୍ତି ।

ଏହାବି ପଢନ୍ତୁ- Exit Poll Result 2022: ଗୁଜରାଟରେ ପୁଣି ଗୈରିକ ସରକାର, କାମ ଦେଲା ନାହିଁ AAP ଯାଦୁ

ଦ୍ବିତୀୟରେ କିଏ?

ଜୟରାମଙ୍କ ପରେ ରାଜ୍ୟରେ ଦ୍ବିତୀୟ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ତଥା କଂଗ୍ରେସ ନେତ୍ରୀ ପ୍ରତିଭା ସିଂ । ତାଙ୍କୁ ରାଜ୍ୟର 18 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । କଂଗ୍ରେସ ଯଦି କ୍ଷମତାକୁ ଫେରେ ପ୍ରତିଭା ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଛନ୍ତି ।

ତୃତୀୟରେ କିଏ?

ସେହିପରି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଗୋଟିଏ ବର୍ଗର ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । 12 ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ଅନୁପରାଗ ଠାକୁରଙ୍କୁ ଦେଖିବାକୁ ଚାହୁଁଛନ୍ତି । ଅନୁରାଗ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଲଙ୍କ ପୁଅ । ହମୀରପୁରରୁ ସାଂସଦ ଥିବା ଅନୁରାଗ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ଅଛନ୍ତି ।

ଯଦି ରାଜ୍ୟରେ କ୍ଷମତା ବଜାୟ ରଖିବାରେ କଂଗ୍ରେସ ସଫଳ ହୁଏ, ତେବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ରହିପାରନ୍ତି । ଯଦିଓ ବିଜେପି ଜୟରାମ ଠାକୁରଙ୍କୁ ଚେହେରା କରି ନିର୍ବାଚନ ଲଢିଛି । ତଥାପି କୌଣସି ନିର୍ବାଚନ ଉଦ୍ଦେଶ୍ୟ ସାଧନ ପାଇଁ ଅନୁରାଗ ଠାକୁରଙ୍କ ମଧ୍ୟ ନୂଆଦିଲ୍ଲୀରୁ ସିମଲା ପଠାଇ ପାରେ ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.