ETV Bharat / bharat

Himachal Pradesh Result: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ କଂଗ୍ରେସ

author img

By

Published : Dec 8, 2022, 9:45 AM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Himachal Pradesh Result
Himachal Pradesh Result

ଶିମଳା: କଣ ବଜାୟ ରହିବ ପରମ୍ପରା । ନା ଏଥର ପରିବର୍ତ୍ତନ । କାହାର ହେବ ସରକାର । କଣ ସଙ୍କେତ ଦେଉଛି ହିମାଚଳ ପ୍ରଦେଶ ଭୋଟ ଗଣତି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା କଂଗ୍ରେସ ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା 34 ସିଟରେ କଂଗ୍ରେସ ଆଗରେ ରହିଥିବା ବେଳେ, 32ଟି ଆସନରେ ଆଗରେ ରହିଛି ବିଜେପି । ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହେଉଛି ।

ରାମପୁର ବିଧାନସଭା କ୍ଷେତ୍ରରେ ବିଜେପିକୁ 2994 ଭୋଟ ମିଳିଥବା ବେଳେ କଂଗ୍ରେସକୁ 2839 ଭୋଟ ଓ ଆପକୁ 59 ଭୋଟ ମିଳିଛି । ସେହିପରି ସୋଲନ ଆସନରେ କଂଗ୍ରେସ 2939 ଭୋଟରେ ଆଗୁଆ ରହିଛି । ମନାଲିରେ କଂଗ୍ରେସ ଆଗୁଆ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଥମ ରାଉଣ୍ଡରେ 2226 ଭୋଟରେ ଆଗୁଆ ଅଛନ୍ତି । ଧର୍ମଶାଳାରେ 10 ବୁଥରେ ମତଗଣନା ପୂରଣ ହୋଇଛି । କଂଗ୍ରେସର ସୁଧୀର ଶର୍ମା ଆଗରେ ଚାଲିଛନ୍ତି ।

ସକାଳ 8 ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ହୋଇଛି । ପୂର୍ବାହ୍ନ 12ଟା ସୁଦ୍ଧା ପ୍ରାୟତଃ ଫଳାଫଳ ନେଇ ସ୍ପଷ୍ଟ ସଙ୍କେତ ମିଳିଯିବ । ଅପରାହ୍ନରେ ନିର୍ବାଚନ କମିଶନ ଆନୁଷ୍ଠାନିକ ଘୋଷଣା କରିବେ । ଗୁଜୁରାଟରେ ବିଜେପି ଦୀର୍ଘ 27ବର୍ଷର ଧାରା ବଜାୟ ରଖି ଗତ (2017) ନିର୍ବାଚନ ଠାରୁ ମଧ୍ୟ ଅଧିକ ଆସନରେ ବହୁମତ ପାଇବା ନେଇ ଆକଳନ ପ୍ରକାଶ ପାଇଛି । ହିମାଚଳରେ ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ଆକଳନ କରାଯାଇଥିଲା । ଉଭୟ ରାଜ୍ୟର ଫଳାଫଳ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.