ETV Bharat / bharat

ହିମାଚଳ ପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ ପାଇଁ 5 ନେତାଙ୍କୁ ବହିଷ୍କାର କଲା ବିଜେପି

author img

By

Published : Oct 31, 2022, 10:45 PM IST

ଦଳ ବିରୋଧୀ କାର୍ଯ୍ୟ ପାଇଁ 5 ନେତାଙ୍କୁ ବହିଷ୍କାର କଲା ହିମାଚଳ ପ୍ରଦେଶ ବିଜେପି (Himachal Pradesh BJP expels 5 workers) । ଟିକେଟ କନ୍ଦଳରୁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ଭରିଛନ୍ତି ନାମାଙ୍କନ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ ପାଇଁ 6 ନେତାଙ୍କୁ ବହିସ୍କୃତ କଲା ବିଜେପି

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରେ ଟିକେଟ କନ୍ଦଳ ସାମ୍ନାକୁ ଆସିବାରେ ଲାଗିଛି । ଟିକେଟ କନ୍ଦଳରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ 5ନେତାଙ୍କୁ ଦଳରୁ ଆସନ୍ତା 6ବର୍ଷ ପାଇଁ ବହିଷ୍କାର କରିଛି ଭାରତୀୟ ଜନତା ପାର୍ଟି । ଏହି ବହିଷ୍କାର ନେତାମାନଙ୍କ ମଧ୍ୟରେ ଜଣେ ବର୍ତ୍ତମାନ ଦଳର ରାଜ୍ୟ ଉପାଧ୍ୟକ୍ଷ ଥିବା ବେଳେ 4 ପୂର୍ବତନ ବିଧାୟକ ରହିଛନ୍ତି । ଦଳର ଉପାଧ୍ୟକ୍ଷ ଥିବା କୃପାଲ ପରମାର ଓ 4 ପୂର୍ବତନ ବିଧାୟକ ତେଜବନ୍ତ ସିଂ ତ୍ୟାଗୀ, କିଶୋରୀ ଲାଲ, ମନୋହର ଧିମାନ, ନାଲାଗଡର ପୂର୍ବତନ ବିଧାୟକ କେ.ଏଲ ଠାକୁର ରହିଛନ୍ତି । କାର୍ଯ୍ୟାନୁଷ୍ଠାନ ନେଇ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଦଳ ପକ୍ଷରୁ ସୂନଚା ପ୍ରଦାନ କରାଯାଇଛି ।

ଏହି ନେତାମାନେ ଦଳୀୟ ଟିକେଟ କାରଣରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଦଳ ଦ୍ବାରା ଟିକେଟ ପାଇ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଥିବା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଏମାନେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଦଳ ପକ୍ଷରୁ ଏମାନଙ୍କୁ ବୁଝାସୁଝା କରିବାକୁ ପ୍ରାୟସ କରାଯାଇଥିଲେ ସୁଦ୍ଧା ଏମାନେ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନଥିଲେ । ଏହି ନେତାମାନେ ସ୍ବାଧୀନ ଭାବେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢୁଥିବାରୁ ଏମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ବୋଲି ବିଚାର କରି ସେମାନଙ୍କୁ ଆସନ୍ତା 6 ବର୍ଷ ପାଇଁ ବହିଷ୍କାର କରାଯାଇଛି ।

ଗତକାଲି କଂଗ୍ରେସ ମଧ୍ୟ ସାମାନ କାର୍ଯ୍ୟ ପାଇଁ କିଛି ନେତାଙ୍କୁ ବହିଷ୍କାର କରିଥିଲା । ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଥିବା 6 ନେତାଙ୍କୁ ଦଳ ବହିସ୍କୃତ କରିଥିଲା କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.