ETV Bharat / bharat

HP Election Result: ଷଷ୍ଠ ଥର ପାଇଁ ଜିତିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, 11ରୁ ପଛରେ 5 ମନ୍ତ୍ରୀ

author img

By

Published : Dec 8, 2022, 11:43 AM IST

Updated : Dec 8, 2022, 12:15 PM IST

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଆଗରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, 11ରୁ ପଛରେ 5 ମନ୍ତ୍ରୀ

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଦେଶର ନଜର ରହିଛି । ଏନେଇ ଭୋଟ ଗଣତି ଜାରି ରହିଛି । ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ମୋଟ 11 ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଏଥରୁ ଦୁଇଜଣ ମନ୍ତ୍ରୀ ସୁରେଶ ଭାରଦ୍ବାଜ ଏବଂ ରାକେଶ ପଠାନିୟାଙ୍କ ଆସନ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଗୁଆ ରହିଥିଲେ । ଷଷ୍ଠ ଥର ପାଇଁ ବାଜ ମାରି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେରାଜ ଆସନରୁ ବାଜିମାତ କରିଛନ୍ତି ଜୟରାମ ଠାକୁର । ଜାଣନ୍ତୁ ସମସ୍ତ ମନ୍ତ୍ରୀଙ୍କ ନିର୍ବାଚନ ପରିଣାମ । 3 ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।

ଜୟରାମ ଠାକୁର: ସିଏମ ଜୟରାମ ଠାକୁର ମଣ୍ଡି ଜିଲ୍ଲା ସେରାଜ ଆସନରୁ ଲଢିଥିଲେ । ତାଙ୍କ ସାମ୍ନାରେ ଥିଲେ ଚେତରାମ ଠାକୁର । ଦୁଇ ଠାକୁରଙ୍କ ମଧ୍ୟ ଛକାପଞ୍ଝା ଦେଖିବାକୁ ମିଳିଥିଲା । ଆରମ୍ଭରୁ ଆଗୁଆ ଥିଲେ ଜୟରାମ ଠାକୁର । 57 ବର୍ଷୀୟ ଜୟରାମ ଠାକୁର ପାଞ୍ଚଟି ନିର୍ବାଚନ ବିଜେପି ପକ୍ଷରୁ ଲଢିଛନ୍ତି । 1998. 2003, 2007, 2012 ଓ 2017ରେ ବିଜୟ ହାସଲ କରିଥିଲେ । ଷଷ୍ଠ ଥର ପାଇଁ ଜୟରାମ ଠାକୁର ବିଜୟ ହାସଲ କରିଛନ୍ତି । ସମସ୍ତ 8 ରାଉଣ୍ଡରେ ଜୟରାମ ଠାକୁର ଆଗରେ ରହିଥିଲେ ।

ସୁରେଶ ଭାରଦ୍ବାଜ: କସୁମ୍ପ୍ଟି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭାରଦ୍ବାଜଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ତାଙ୍କ ମୁକାବିଲା କଂଗ୍ରେସର ଅନିରୁଦ୍ଧଙ୍କ ସହିତ ହେଉଛି । ଅନିରୁଦ୍ଧଙ୍କଠୁ ପଛରେ ପଡିଛନ୍ତି ସୁରେଶ ।

ରାକେଶ ପଠାନିଆ: ନୁରପୁରର ବିଧାୟକ ଏବଂ ଜୟରାମ ସରକାରରେ ଜଙ୍ଗଲ ମନ୍ତ୍ରୀ ରାକେଶ ପଠାନିଆ ଫତେହପୁରରୁ ମଇଦାନରେ ଅଛନ୍ତି। ଏହି ଆସନର ବିଶେଷତ୍ବ ​​ସର୍ବଦା ରହିଆସିଛି କୌଣସି ବାହାର ଲୋକ ଏହି ସିଟ୍ ଜିତି ନାହାଁନ୍ତି । କଂଗ୍ରେସ ପ୍ରତିନ୍ଦ୍ବଦୀଠୁ ପଛରେ ରହିଛନ୍ତି ରାକେଶ ପଠାନିଆ।

ବିକ୍ରମ ସିଂ ଠାକୁର: ବିକ୍ରମ ସିଂ ହିମାଚଳ ପ୍ରଦେଶର ଶିଳ୍ପ ପରିବହନ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ। 2017 ରେ ବିକ୍ରମ ସିଂ ଯଶୱା ପରାଗପୁରରୁ ଜିତିଥିଲେ । 2012 ବିଧାନସଭା ନିର୍ବାଚନରେ ​​ବିଜେପିର ବିକ୍ରମ ସିଂ ମଧ୍ୟ ଜିତିଥିଲେ। କ୍ରମାଗତ ଦୁଇଟି ନିର୍ବାଚନରେ ​​ବିକ୍ରମ ସିଂ ବିଜୟ ହାସଲ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁରିନ୍ଦର ସିଂ ମାନକୋଟିଆ ମଧ୍ୟ ରାଜନୀତିର ଜଣେ ଅଭିଜ୍ଞ ଖେଳାଳି। ହିମାଚଳ ପ୍ରଦେଶର ଏକ ବଡ଼ ରାଜନୈତିକ ଚେହେରା ମଧ୍ୟରୁ ଜଣେ ମାନକୋଟିଆ । ଏଭଳି ପରିସ୍ଥିତିରେ ବିକ୍ରମ ସିଂ ବିଜୟକୁ ବଜାୟ ରଖିବା ଚ୍ୟାଲେଞ୍ଜ ହୋଇଛି । ବିକ୍ରମ ସିଂ ଠାକୁର ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ଆଗୁଆ ଅଛନ୍ତି ।

ସରବୀନ ଚୌଧୁରୀ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ସରବୀନ ଚୌଧୁରୀ ଧୁରୀ ଶାହାପୁର ଆସନରୁ ମଇଦାନରେ ରହିଛନ୍ତି । ତାଙ୍କ ଆଗରେ ଅଛନ୍ତି ମେଜର ବିଜୟ ସିଂ । ଏହି ବିଧାନସଭା ନିର୍ବାଚନରେ ​​ମେଜରଙ୍କ ସମର୍ଥକମାନେ ସରବୀନ ଚୌଧୁରୀଙ୍କୁ ସମର୍ଥନ କରିଥିବା କୁହାଯାଉଛି । ବର୍ତ୍ତମାନ ସୁରବୀନ ଚୌଧୁରୀ ପଛୁଆ ଚାଲିଛନ୍ତି ।

ରାଜୀବ ସୈଜଲ: କସୋଲି ବିଧାନସଭା ଆସନରୁ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ରାଜୀବ ରାଜ୍ୟ ରାଜନୀତିର ଏକ ବଡ଼ ଚେହେରା। ରାଜୀବ ସୈଜଲ ଏହି ଆସନରୁ ଲଗାତାର ତିନିଟି ନିର୍ବାଚନରେ ​​ବିଜୟୀ ହୋଇଛନ୍ତି ଏବଂ ଚତୁର୍ଥ ଥର ପାଇଁ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। କସୋଲିରୁ କଂଗ୍ରେସ ପ୍ରାର୍ଥୀ ବିନୋଦ ସୁଲତାନପୁରୀ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । 2012 ରେ ସୈଜଲ ଏବଂ ବିନୋଦ ସୁଲତାନପୁରୀଙ୍କ ମଧ୍ୟରେ ଭୋଟ ମାର୍ଜିନ ବହୁତ କମ୍ ଥିଲା | ଯେଉଁଥିରେ ରାଜୀବ ସୈଜଲ 24 ଭୋଟରେ ଜିତିଥିଲେ।

ଏହା ବି ପଢନ୍ତୁ...Himachal Pradesh Result: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ କଂଗ୍ରେସ

ସୁଖରାମ: ପାବଟା ସାହିବ ଆସନରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । ଭାଜପାର ବର୍ତ୍ତମାନ ବିଧାୟକ ସୁଖରାମ ଚୌଧୁରୀଙ୍କୁ ଦ୍ବିତୀୟ ଥର ସୁଯୋଗ ଦିଆଯାଇଛି । 2017 ଓ 2012ରେ ସୁଖରାମ ଚୌଧୁରୀ କଂଗ୍ରେସର କରନେଶଙ୍କ ହରାଇଥିଲେ । ବର୍ତ୍ତମାନ ସୁଖରାମ ଆଗୁଆ ଅଛନ୍ତି ।

ରାଜେନ୍ଦ୍ର ଗର୍ଗ: ଜୟରାମ ସରକାରରେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାଜେନ୍ଦ୍ର ଗର୍ଗ ଗତ ନିର୍ବାଚନରେ ​​ଘୁମାରବି ବିଧାନସଭା ଆସନରୁ ଜିତିଥିଲେ। କଂଗ୍ରେସର ରାଜେଶ ଧର୍ମାଣୀ ଲଗାତାର ଦୁଇଥର ବିଜୟ ହାସଲ କରିଥିଲେ ହେଲେ ମାତ୍ର 2017ରେ ତାଙ୍କ ହାତରୁ ଏହି ସିଟ ଖସି ଯାଇଥିଲା । ବର୍ତ୍ତମାନ ରାଜେନ୍ଦ୍ର ଗର୍ଗ ପଛରେ ଚାଲିଛନ୍ତି ।

ଗୋବିନ୍ଦ ସିଂ ଠାକୁର: ମନାଲି ବିଧାନସଭା ଆସନରେ ଗୋବିନ୍ଦ ସିଂ ଠାକୁର ଲାଗାତାର ତିନିଥର ବିଜୟୀ ହୋଇଛନ୍ତି । 15 ବର୍ଷ ହେବେ ଏହି ଆସନରେ ଆଧିପତ୍ୟ ଜମାଇ ରଖିଛନ୍ତି ଗୋବିନ୍ଦ । ଏଥର କିଛି ପରିବର୍ତ୍ତନ ହେବା ନେଇ ଦେଖା ଯାଉଛି । କଂଗ୍ରେସ ପ୍ରତିନ୍ଦ୍ବନ୍ଦୀ ଭୁବନେଶ୍ବର ଗୌଡଙ୍କଠୁ ପଛରେ ପଡିଛନ୍ତି ଗୋବିନ୍ଦ ।

ବିରେନ୍ଦ୍ର କଂବର: 58 ବର୍ଷୀୟ ବର୍ତ୍ତମାନ ଗ୍ରାମୀଣ ବିକାଶ ପଞ୍ଚାୟତରାଜ ମନ୍ତ୍ରୀ ହେଉଛନ୍ତି ବିରେନ୍ଦ୍ର କଂବର । 2017ରେ ବିରେନ୍ଦ୍ର କଂଗ୍ରେସର ବିବେକ ଶର୍ମାଙ୍କୁ ହରାଇଥିଲେ । ଗତ ଚାରି ଚାରି ଥର ଏଠାରେ ଜିତି ଆସିଛନ୍ତି ବିରେନ୍ଦ୍ର । ଏଥର ବିଜୟଧାରା ବଜାୟ ରଖିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି । 49 ବର୍ଷୀୟ ଦେବେନ୍ଦ୍ର କୁମାର ଭୁଟ୍ଟା ଆଗୁଆ ଅଛନ୍ତି ।

ରାମଲାଲ ମାରକଣ୍ଡା: ଲାହୋଲ ସ୍ଥିତ ଏକମାତ୍ର ବିଧାନସଭା ଆସନରେ ଏଥର ରୋଚକ ମୋଡରେ ରହିଛି ମୁକାବିଲା। ଏଥର ଏଠାରେ 73.75 ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ବିଜେପିର ରାମଲାଲ ମାରକଣ୍ଡା ଏହି ଆସନରୁ ଲଢୁଛନ୍ତି । ବର୍ତ୍ତମାନ ରାମଲାଲ ପ୍ରତିନ୍ଦ୍ବନ୍ଦୀ ରବି ଠାକୁରଙ୍କଠୁ ଆଗରେ ଚାଲିଛନ୍ତି ।

ପ୍ରକାଶ ଥାଉ କି ନଭେମ୍ବର 12 ତାରିଖରେ ହିମାଚଳ ପ୍ରଦେଶର 68 ଆସନରେ ଭୋଟ ଗ୍ରହଣ ହୋଇଥିଲା । 69.09 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।

Last Updated : Dec 8, 2022, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.