ETV Bharat / bharat

Land on the Moon: ଜହ୍ନରେ ଜାଗା କିଣି ପତ୍ନୀଙ୍କୁ ଜନ୍ମଦିନ ଉପହାର

author img

By

Published : Jun 25, 2022, 10:17 AM IST

ପତ୍ନୀଙ୍କ ଜନ୍ମଦିନ ଉପହାରରେ ଜହ୍ନରୁ ଜାଗା ଆଣିଦେଲେ ସ୍ବାମୀ । ହିମାଚଳପ୍ରଦେଶ ସାହପୁରରେ ଏହି ଘଟଣା ଘଟିଥିବାବେଳେ ଏଭଳି ବ୍ୟୟବହୁଳ ଉପହାରକୁ ନେଇ ସବୁଠି ଚର୍ଚ୍ଚା । ଅଧିକ ପଢନ୍ତୁ

Land on the Moon: ଜହ୍ନରେ ଜାଗା କିଣିଲେ ଯୁବକ, ପତ୍ନୀଙ୍କୁ ଦେଲେ ଜନ୍ମଦିନ ଉପହାର

ସିମଲା: କଥାରେ ଅଛି ପ୍ରେମ, ସ୍ନେହରେ ମିଳୁଥିବା ଉପହାରର ତୁଳନା କରିବା ଅନୁଚିତ । ହେଲେ ଏଠାରେ ଜଣେ ଯୁବକଙ୍କ ଉପହାରକୁ ନେଇ ସବୁଠି ଚର୍ଚ୍ଚା । ହିମାଚଳପ୍ରଦେଶ ସାହପୁର ନିବାସୀ ହରିଶ ମହାଜନ ନିଜ ପତ୍ନୀ ଲାଗି ଜହ୍ନରେ ଜାଗା (Land on the moon) କିଣିଛନ୍ତି । ଯାହାର ମୂଲ୍ୟକୁ ସମସ୍ତେ ଆକଳନ କରିବାରେ ଲାଗିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳ ସମେତ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହରିଶଙ୍କ ପରିବାର
ହରିଶଙ୍କ ପରିବାର

ପୂର୍ବବର୍ଷ ବନାଇଥିଲେ ଯୋଜନା:-

ସାହପୁରର ବାସିନ୍ଦା ହରିଶ ମହାଜନ ଚନ୍ଦ୍ରରେ ୧ ଏକର ଜମି କିଣିଛନ୍ତି । ସେ ଗତ ବର୍ଷ ଚନ୍ଦ୍ରରେ ଜମି କିଣିବା ପାଇଁ ଯୋଜନା କରିଥିଲେ ଏବଂ ନ୍ୟୁୟର୍କର ଅନ୍ତର୍ଜାତୀୟ ଲୁନାର ଲ୍ୟାଣ୍ଡ ସୋସାଇଟି (Lunar Lands Society)ରେ ଏହା ପାଇଁ ଆବେଦନ କରିଥିଲେ । ଏକ ବର୍ଷର ପ୍ରକ୍ରିୟା ଏବଂ ଅପେକ୍ଷା ପରେ ସମାଜ ମଧ୍ୟ ଜମି ପଞ୍ଜୀକରଣ ସମ୍ବନ୍ଧୀୟ ଦଲିଲଗୁଡ଼ିକୁ ଅନ୍ଲାଇନରେ ପଠାଇଛି ।

ପ୍ରେମ ନିକଟରେ ଅର୍ଥ ମୂଲ୍ୟହୀନ:-

ହରିଶ କହିଛନ୍ତି ଯେ ପ୍ରେମ ଆଗରେ ଟଙ୍କା ଗୁରୁତ୍ବପୂର୍ଣ୍ଣ ନୁହେଁ । ସେ ଜହ୍ନରେ କେତେ ଟଙ୍କା ବ୍ୟୟରେ ଜାଗା କିଣିଛନ୍ତି ତାହା କହିବାକୁ ମନା କରିଦେଇଥିଲେ । ଏଥିସହିତ ତାଙ୍କ ପତ୍ନୀ ପୂଜା କହିଛନ୍ତି ଯେ ସେ ଏପରି ଉପହାର କଳ୍ପନା କରିନଥିଲେ । ସ୍ବୀମୀଙ୍କ ଏହି ଉପହାରରେ ସେ ବହୁତ ଖୁସି । ତାଙ୍କର ଏହି ଜନ୍ମଦିନ ଉପହାର ସର୍ବଦା ସ୍ମରଣୀୟ ହୋଇ ରହିବ । ହିମାଚଳରୁ ହରିଶ ମହାଜନ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି ଯିଏ ଚନ୍ଦ୍ରରେ ଜମି କିଣିଛନ୍ତି । ଏହାପୂର୍ବରୁ ଉନା ଜିଲ୍ଲାର ଜଣେ ବ୍ୟବସାୟୀ ମଧ୍ୟ ତାଙ୍କ ପୁଅକୁ ଚନ୍ଦ୍ରରେ ଜମି ଉପହାର ଦେଇଥିଲେ ।

୨ ହଜାର ଦରମାରୁ ଆରମ୍ଭ କରିଥିଲେ ଚାକିରି:-

ହରିଶ ଚଣ୍ଡିଗଡ଼ରେ୧୫ ବର୍ଷରୁ ରିଅଲ ଇଷ୍ଟେଟରେ କାର୍ଯ୍ୟ କରୁଛନ୍ତି । ପ୍ରଥମେ ସେ ୨ ହଜାର ଦରମାରୁ ଏହି ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ ଫୋର୍ଡ କମ୍ପାନୀରେ ଅଧିକ ବେତନରେ ଚାକିରି କରିଥିଲେ । ତାଙ୍କ ପତ୍ନୀ ପୂଜା ସିମଲା ଡିଏଭି ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ହେଲେ ଏବେ ନିଜ ସ୍ବାମୀଙ୍କ ବ୍ୟବସାୟରେ ସହଯୋଗ କରୁଛନ୍ତି । ହରିଶଙ୍କ ଏକ ୧୦ ବର୍ଷର ପୁଅ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.