ETV Bharat / bharat

Himachal Landslide; ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି, ସର୍ଚ୍ଚ ଅପରେସନ ଜାରି

author img

By

Published : Aug 14, 2021, 11:03 AM IST

ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ...

Himachal landslide: 2 more bodies recovered; death toll rises to 19
Himachal Landslide; ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି,ସର୍ଚ୍ଚ ଅପରେସନ ଜାରି

ସିମଲା: ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିଗୋସାରୀ ଓ ଚୌରା ମଝିରେ ଅଚାନକ ପାହାଡର ଏକ ବଡ ଅଂଶ ଭାଙ୍ଗିଯିବା ଯୋଗୁଁ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନା ଅନୁସାରେ, ବୁଧବାର ଦିନ ରିକଙ୍ଗପିଓରୁ ଭାୟା ସିମଲା ଦେଇ ଏକ ଏଚଆରଟିସି ବସ ହରିଦ୍ବାର ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଠିକ ଏହି ସମୟରେ ବଡ ପଥର ଖଣ୍ତ ଆସି ବସରେ ମାଡ ହୋଇଯାଇଥିଲା । ଫଳରେ ବସଟି ନିଚାର ତହସିଲ ନିଗୋସାରୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ ସହ ଆଉ କେତେକ ଗାଡି ମଧ୍ୟ ଭୂସ୍ଖଳନରେ ମାଟି ତଳେ ଦବି ରହିଯାଉଥିଲା । ଏନେଇ ୪୦ ଲୋକ ମାଟି ତଳେ ଫସି ରହିଯାଇଥିଲେ । ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଏନଡିଆରଏଫ, ଆଇଟିବିପି, ସ୍ଥାନୀୟ ପୋଲିସ ଓ ହୋମଗାର୍ଡ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ସେପଟେ, ଏଭଳି ବଡ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରିଥିଲେ । ଗତ ଶୁକ୍ରବାର ମଧ୍ୟ ନିଗୁଳସାରି ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଗତ ମାସରେ ଏଭଳି ବଡ ଧରଣରେ ଦୁର୍ଘଟଣାର ହେବାରୁ ୯ ଜଣ ପର୍ଯ୍ୟଟକ ପ୍ରାଣ ହାରଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.