ETV Bharat / bharat

Goa CM: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର !

author img

By

Published : Mar 16, 2022, 8:56 PM IST

Updated : Mar 17, 2022, 2:37 PM IST

ପାଞ୍ଚ ରାଜ୍ୟରୁ ୪ ରାଜ୍ୟରେ ନିର୍ବାଚନ ଜିତିଥିବା ବିଜେପିରେ ଗୋଆରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ କଳ୍ପନାଜଳ୍ପାନା ଜାରି ରହିଛି । ତେବେ ମିଳିଥିବା ଖବର ଅନୁସାରେ ହିମାଳଚଳପ୍ରଦେଶର ରାଜ୍ୟପାଳ ତଥା ଗୋଆର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ଗୋଆର ମୁଖ୍ଯମନ୍ତ୍ରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ଗୋଆର ମୁଖ୍ୟମନ୍ତ୍ରୀ ହେବ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର!

ପାନାଜୀ: ପାଞ୍ଚ ରାଜ୍ୟରୁ ୪ ରାଜ୍ୟରେ ନିର୍ବାଚନ ଜିତିଥିବା ବିଜେପିରେ ଗୋଆରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ କଳ୍ପନାଜଳ୍ପାନା ଜାରି ରହିଛି । ତେବେ ମିଳିଥିବା ଖବର ଅନୁସାରେ ହିମାଳଚଳପ୍ରଦେଶର ରାଜ୍ୟପାଳ ତଥା ଗୋଆର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ଗୋଆର ମୁଖ୍ଯମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିସହ ବିଶ୍ବନାଥ ଆର୍ଲେକର ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସହ ବୈଠକ କରିଛନ୍ତି ।

ଏପଟେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ବିଶ୍ୱଜିତ୍ ରାଣେଙ୍କ ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଛକାପଞ୍ଝା ଲାଗି ରହିଛି । ତେବେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ବିଜେପି ଗୋଆରେ ବିଜୟୀ ହୋଇଛି । ଏଥିସହ ବିଜେପି ଜିତିବା ପରେ ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସେହିଭଳି ତାଙ୍କର ପ୍ରତିଦ୍ବନ୍ଦୀ ଭାବେ ବିଶ୍ୱଜିତ ରାଣେଙ୍କ ନାମ ମୁଖ୍ୟମନ୍ତ୍ରୀ ହେବା ନେଇ ଏବେ ଚର୍ଚ୍ଚା ହେଉଛି । ଏପଟେ ରାଣେ ଗୋଆ ରାଜ୍ୟପାଳ ପି.ଏସ ଶ୍ରୀଧରନ୍ ପିଲ୍ଲାଇଙ୍କୁ ଡାକି କଥା ହେବା ସହ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ଦୌଡରେ ଥିବା ଜାଣିବାକୁ ମିଳିଥିଲା । ଏହା ସହିତ ଆଜି( ବୁଧବାର) ପ୍ରମୋଦ ସାୱନ୍ତ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀ ଆସିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏତଦ୍‌ବ୍ୟତିତ୍‌ ଏହି ଦୁହେଁ ଆର୍ଲେକରଙ୍କ ପାଇଁ ରାସ୍ତା ତିଆରି କରିବେ ବୋଲି ବିଶ୍ୱାସ କରାଯାଇ ପାରେ ବୋଲି ଜଣାପଡିଛି ।

ଆର୍ଲେକରଙ୍କ ରାଜନୈତିକ ଇତିହାସ:

ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ହେଉଛନ୍ତି ହିମାଚଳପ୍ରଦେଶର ବର୍ତ୍ତମାନର ୨୧ତମ ରାଜ୍ୟପାଳ । ଏହା ସହିତ ଗୋଆର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ମଧ୍ୟ ରହିଥିଲେ । ଏଥିସହ ଆର୍ଲେକର ପିଲାବେଳୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନରେ କାମ କରିବା ସହ ସଂଗଠନର ସେ ଜଣେ ସକ୍ରିୟ ସଦସ୍ୟ ଭାବେ ଏବେବି କାମ କରୁଛନ୍ତି ।

ତେବେ ଆର୍ଲେକର ୧୯୮୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଅପରପକ୍ଷେ ଗୋଆ ବିଜେପିରେ ସେ ବିଭିନ୍ନ ପଦ ପଦବୀରେ ରହିବା ସହ ସରକାରୀ ପଦବୀରେ ରହି କାର୍ଯ୍ୟ ମଧ୍ୟ କରିଛନ୍ତି ।

ସେହିପରି ସେ ଗୋଆ ବିଜେପିର ସାଧାରଣ ସଂପାଦକ ରହିବା ସହ ଗୋଆ ଶିଳ୍ପ ବିକାଶ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଛନ୍ତି । ଏଥିସହ ଗୋଆ ଅନୁସୂଚିତ ଜାତିର ଓ ଅନ୍ୟାନ୍ୟ ପଛୁଆ ଶ୍ରେଣୀର ଆର୍ଥିକ ବିକାଶ ନିଗମର ଅଧ୍ଯକ୍ଷ ରହିଥିଲେ । ଏହା ସହିତ ମଧ୍ୟ ସେ ଗୋଆ ବିଜେପି ପାର୍ଟି ୟୁନିଟ୍‌ର ସାଧାରଣ ସଂପାଦକ ସହ ବିଜେପି ପାର୍ଟିର ଦକ୍ଷିଣ ଗୋଆ ସଭାପତି ଥିଲେ ।

ସେହିଭଳି ୨୦୧୪ରେ ମନୋହର ପାରିକରଙ୍କ ନାଁ ପ୍ରତିରକ୍ଷା ମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା, ସେତେବେଳେ ଆର୍ଲେକରଙ୍କ ନାଁ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଲକ୍ଷ୍ମୀକାନ୍ତ ପାର୍ସେକରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏଥିସହ ଆର୍ଲେକର ଗୋଆ ବିଧାନସଭା ବାଚସ୍ପତି ଥିବା ସମୟରେ ପ୍ରଥମେ ଗୋଆ ବିଧାନସଭା ପେପର ଲେସ (କାଗଜ ବିହୀନ) କାର୍ଯ୍ୟ ଆରମ୍ଭ କରିଥିଲେ ।

ଏତଦ୍‌ବ୍ୟତିତ୍‌ ୨୦୧୫ରେ ଗୋଆ ମନ୍ତ୍ରମଣ୍ଡଳ ପରିବର୍ତ୍ତନ ହେବା ପରେ ଆର୍ଲେକରଙ୍କୁ ପରିବେଶ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା । ତେବେ ଆର୍ଲେକରଙ୍କୁ ୬ ଜୁଲାଇ ୨୦୨୧ରେ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଥିଲେ । ସେହି ଦିନ ଠାରୁ ସେ ବର୍ତ୍ତମାନ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ କାର୍ଯ କରୁଛନ୍ତି ।

ରାଜ୍ୟପାଳଙ୍କୁ କାହିଁକି ଭେଟିଥିଲେ ବିଶ୍ବଜିତ୍‌ ରାଣେ:

ତେବେ ଗତ କିଛି ଦିନ ତଳେ ବିଶ୍ବଜିତ୍‌ ରାଣେ ରାଜ୍ୟପାଳଙ୍କୁ ଭେଟିଥିଲେ । ଏନେଇ ତାଙ୍କୁ ପଚାରିବାରୁ, ମୋ ବିଧାନସଭା ଅଞ୍ଚଳର ବିକାଶ ଲାଗି ରାଜ୍ୟପାଳଙ୍କୁ ଭେଟିଥିବା ରାଣେ କହିଥିଲେ । ଏଥିସହ ରାଜ୍ୟପାଳଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିଲି ବୋଲି ରାଣେ କହିଥିବା ବେଳେ ରାଜ୍ୟପାଳଙ୍କୁ ରାଣେଙ୍କ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ଦେବେନ୍ଦ୍ର ଫଡନାଭିସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା:

ଭୋଟ ଗଣତି ପରେ ବିଜେପିର ଗୋଆ ୟୁନିଟର ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ବିଷୟରେ କହିଥିଲେ । କିନ୍ତୁ ପ୍ରମୋଦ ସାୱନ୍ତଙ୍କ ନାମ ଉଲ୍ଲେଖ ନକରିବାକୁ କହିଥିଲେ । ବିଜେପିରେ ଆଭ୍ୟନ୍ତରୀଣ ଅଶାନ୍ତି ହେତୁ ସେ ଏହା କରିଥିବା କୁହାଯାଉଛି । ତେବେ ଏହା ଜାଣିବାକୁ ମିଳିଛି ଯେ ବିଜେପିର ଗୋଆ ମୁଖ୍ୟମନ୍ତ୍ରୀ ଚୟନରେ ଫଡନାଭିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 17, 2022, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.