ETV Bharat / bharat

ଦୁବାଇ ଯାଉଥିବା ହିମାଚଳ ଯୁବତୀ ନିଖୋଜ, ଓମାନ ନମ୍ବରରୁ ଆସିଲା ଭଏସ ନୋଟ୍‌

author img

By ETV Bharat Odisha Team

Published : Dec 29, 2023, 10:21 PM IST

Himachal girl missing: ଦୁବାଇ ଅଭିମୁଖେ ଯାଉଥିବା ହିମାଚଳ ପ୍ରଦେଶର ଯୁବତୀ ନିଖୋଜ । ଓମାନ ନମ୍ବରରୁ ପରିବାରକୁ ମିଳିଲା ଭଏସ ନୋଟ୍‌ । ଅଧିକ ପଢନ୍ତୁ

Himachal girl missing
Himachal girl missing

ସିମଲା: ଦୁବାଇ ଯାଉଥିବା ହିମାଚଳ ପ୍ରଦେଶରେ ଜଣେ ଯୁବତୀ ନିଖୋଜ । ସେ ଦୁବାଇ ଯାଉଥିବା କହି ଘରୁ ବାହାରିଥିବା ବେଳେ ଏବେ ଓମାନରୁ ତାଙ୍କର ଏକ ଭଏସ ନୋଟ୍‌ ପରିବାରର ହସ୍ତଗତ ହୋଇଛି । ଏହାପରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବତୀ ଜଣକ ଗତ ଡିସେମ୍ବର ୧୬ ତାରିଖରୁ ଘରୁ ଦୁବାଇ ଅଭିମୁଖେ ବାହାରିଥିବା ବେଳେ ଏହାପରେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିବା ପରିବାର ପକ୍ଷରୁ କୁହାଯାଇଛି ।

ଏହି ଯୁବତୀ ଜଣକ କାଙ୍ଗଡା ଜିଲ୍ଲାର ଶାହପୁର ବିଧାନସଭା ଆସନର ଅଧିବାସୀ ପବନା (୨୪) ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ କହିବାନୁସାରେ ଯୁବତୀ ଜଣକ ଚଣ୍ଡିଗଡ଼ର ଜଣେ ଏଜେଣ୍ଟଙ୍କ ଜରିଆରେ ଘରୋଇ କାମ ଲାଗି ଦୁବାଇ ଗସ୍ତ କରୁଥିଲେ । ଡିସେମ୍ବର ୧୬ ତାରିଖରେ ଯୁବତୀ ଜଣକ ଚଣ୍ଡିଗଡ଼ ବିମାନରେ ବସିବା ପରେ ନିଜ ଭାଇଙ୍କୁ ଭିଡିଓ କଲ୍‌ କରିଥିଲେ । ହେଲେ ଏହାପରେ ପରିବାର ବର୍ଗ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- Govt Data: 2019ରୁ 2021 ମଧ୍ୟରେ 13.13 ଲକ୍ଷ ଯୁବତୀ ମହିଳା ନିଖୋଜ, ଓଡ଼ିଶାରୁ ଏତିକି...

ଗତ ୨୬ ତାରିଖରେ ପରିବାରକୁ ଦୀର୍ଘ ୧୦ ଦିନ ପରେ ଝିଅର ଭଏସ ନୋଟ୍‌ ମିଳିଛି । ଏହି ୧୦ ଦିନ ପର୍ଯ୍ୟନ୍ତ ପରିବାର ସହିତ ଯୁବତୀ ଜଣକ କୌଣସି ଯୋଗାଯୋଗ କରିନଥିଲେ । ପରିବାରର କହିବାନୁସାରେ ପବନଙ୍କ ସମେତ ପ୍ରାୟ ୭ରୁ ୮ ଜଣ ଯୁବତୀଙ୍କୁ ଓମାନ ଚାଲାଣ କରାଯାଉଛି । କିଛି ଲୋକ ତାଙ୍କଠାରୁ ମୋବାଇଲ ଫୋନ ଓ ପାସପୋର୍ଟ ଛଡାଇ ନେଇଛନ୍ତି । ପରିବାର ହାତରେ ପବନାଙ୍କ ଭଏସ ନୋଟ୍‌ ଲାଗିବା ପରେ କାଙ୍ଗଡା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଯୁବତୀଙ୍କ ଭାଇଙ୍କ କହିବାନୁସାରେ ତାଙ୍କୁ ଏଜେଣ୍ଟ ଜଣକ ଧୋକା ଦେଇଥିବା ବେଳେ ଏବେ ପବନାଙ୍କ ଜୀବନ ବିପଦରେ ।

ଏନେଇ ପ୍ରତିକ୍ରିୟା ରଖି ଧର୍ମଶାଳା ଏଏସପି ବୀର ବାହାଦୂର କହିଛନ୍ତି, "ମେସେଜରେ କୁହାଯାଇଛି ଯେ ଯୁବତୀଙ୍କ ମୋବାଇଲ ଫୋନ ଛଡ଼ାଇ ନିଆଯାଇଛି । ଏହି ଅଭିଯୋଗ ଆମ ନିକଟକୁ ଆସିବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରିବା ସହ ଇମିଗ୍ରେସନ ବିଭାଗ ସହିତ ଯୋଗାଯୋଗ କରିଛି । ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଇମିଗ୍ରେସନ ବିଭାଗ ସହିତ ଯୋଗାଯୋଗ କରାଯାଇଛି । ଯାହାଦ୍ବାରା ଯୁବତୀ ଜଣକ ଏବେ କେଉଁଠି ଓ କିପରି ଅଛନ୍ତି ସେ ସମ୍ପର୍କରେ ତଥ୍ୟ ମିଳିପାରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.