ETV Bharat / bharat

Himachal Assembly elections: 157 ପୋଲିଂ ଷ୍ଟେସନର ପରିଚାଳନା ଦାୟିତ୍ବରେ କେବଳ ମହିଳା

author img

By

Published : Nov 12, 2022, 5:19 PM IST

ଭୋଟ ଦେଉଛି ହିମାଚଳ ପ୍ରଦେଶ । 157ଟି ପୋଲିିଂ ଷ୍ଟେସନର ପରିଚାଳନା ଦାୟିତ୍ବରେ କେବଳ ମହିଳା କର୍ମଚାରୀ (polling stations managed by women staff ) । ଅପରାହ୍ନ 1ଟା ସୁଦ୍ଧା ମୋଟ 37.19 ପ୍ରତିଶତ ଭୋଟିଂ ନେଇ ନିର୍ବାଚନ ଆୟୁକ୍ତଙ୍କ ସୂଚନା । ଅଧିକ ପଢନ୍ତୁ

Himachal Assembly elections: 157 ପୋଲିଂ ଷ୍ଟେସନର ପରିଚାଳନା ଦାୟିତ୍ବରେ କେବଳ ମହିଳା
Himachal Assembly elections: 157 ପୋଲିଂ ଷ୍ଟେସନର ପରିଚାଳନା ଦାୟିତ୍ବରେ କେବଳ ମହିଳା

ଶିମଲା: ଆଜି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ତେବେ ଏହାରି ମଧ୍ୟରେ ନିର୍ବାଚନ ପରିଚାଳନାରେ ମଧ୍ୟ ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତିକରଣକୁ ପ୍ରତ୍ସାହିତ କରିବା ପାଇଁ ପ୍ରୟାସ କରାଯାଇଛି । ରାଜ୍ୟର ମୋଟ 157ଟି ପୋଲିିଂ ଷ୍ଟେସନର ପରିଚାଳନା ଦାୟିତ୍ବ କେବଳ ମହିଳା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି (polling stations managed by women staff )। ଏହି ପ୍ରଶିକ୍ଷିତ ମହିଳା ଅଧିକାରୀ ଓ କର୍ମଚାରୀମାନେ ଏହି ପୋଲିଂ ବୁଥଗୁଡିକର ପରିଚାଳନା ଜାରି ରଖିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।

ପ୍ରେସମିଟ୍‌ରେ ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ‘‘ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ 157ଟି ପୋଲିଂ କେନ୍ଦ୍ରରେ ଏହି ମହିଳାମାନଙ୍କୁ ପରିଚାଳନା କାର୍ଯ୍ୟରେ ନିଯୁକ୍ତ । ଯାହାକି ନାରୀ ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ । ସେହିପରି ସେମାନଙ୍କ ସାଙ୍ଗରେ ଆସିଥିବା ଶିଶୁମାନଙ୍କ ପାଇଁ ମଧ୍ୟ ସମ୍ପୃକ୍ତ କେନ୍ଦ୍ରରେ ସମସ୍ତ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।’’ ଏହି ମହିଳାମାନଙ୍କୁ ପୂର୍ବରୁ ନିର୍ବାଚନ ଓ ମତଦାନ ପ୍ରକ୍ରିୟା ପରିଚାଳନା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା ।

ସେହିପରି ନିର୍ବାଚନ ଆୟୁକ୍ତ ଏହା ମଧ୍ୟ ସୂଚନା ଦେଇଛନ୍ତି, ରାଜ୍ୟରେ ମୋଟ 56,000 ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ମତଦାତା ରହିଛନ୍ତି । ସେମାନଙ୍କର ମତାଧିକାର ସାବ୍ୟସ୍ତରେ ଯେପରି କୌଣସି ସମସ୍ୟା ନହେବ ସେନେଇ ମଧ୍ୟ ସ୍ଥାନୀୟ ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିର୍ବାଚନରେ ମତଦାନ ନୁହେଁ ବରଂ ନିର୍ବାଚନ ପରିଚାଳନାରେ ମଧ୍ୟ ଭିନ୍ନକ୍ଷମ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟରେ ମୋଟ 37ଟି ପୋଲିଂ ଷ୍ଟେସନରେ କେବଳ ଭିନ୍ନକ୍ଷମ ଅଧିକାରୀ ଓ କର୍ମଚାରୀମାନେ ମତଦାନ ପ୍ରକ୍ରିୟା ପରିଚାଳନା ଦାୟିତ୍ବରେ ରହିଛନ୍ତି ।

ସେହିପରି ରାଜ୍ୟରେ ବରିଷ୍ଠ ମତଦାତା ତଥା 80ବର୍ଷରୁ ଅଧିକ ବୟସ୍କ ବର୍ଗରେ ଭୋଟରଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଏହି ବର୍ଗର ଭୋଟରଙ୍କ ସଂଖ୍ୟା 1.2 ଲକ୍ଷ ହୋଇଥିବା ନେଇ ସରକାରୀ ସୂଚନା କହୁଛି । ସେମାନଙ୍କ ମତଦାନ ପ୍ରକ୍ରିୟାକୁ ମଧ୍ୟ ସରଳ ଓ ସମସ୍ୟା ବିହୀନ କରିବା ପାଇଁ ମତଦାନ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆଜି ଗୋଟିଏ ପର୍ଯ୍ୟାୟରେ ହିମାଚଳରେ ସମସ୍ତ 68ଟି ଆସନରେ ଭୋଟ ଗ୍ରହଣ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଅପରାହ୍ନ 1 ଟା ସୁଦ୍ଧା ରାଜ୍ୟରେ ମୋଟ 37.19 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଆଜି ଭୋଟ ଗ୍ରହଣ ଶେଷ ହେବାକୁ ଥିବା ବେଳେ ଡିସେମ୍ବର 8 ତାରିଖରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ । ପୂର୍ବ ପ୍ରଚଳିତ କ୍ଷମତା ପରିବର୍ତ୍ତନ ରେକର୍ଡ ଭାଙ୍ଗି ବିଜେପି ପୁଣି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.