ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଦିନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହେଉଛି । ଏହାରି ଭିତରେ ପ୍ରମୁଖ ରାଜନୈତିକ ଦଳର ପ୍ରଚାର ମଧ୍ୟ ଜୋରଦାର ହୋଇଛି । 68ଟି ଆସନରେ ନଭେମ୍ବର 12 ତାରିଖରେ ଭୋଟ ଗ୍ରହଣ ହେବ । ଡିସେମ୍ବର 8ରେ ଫଳାଫଳ ପ୍ରକାଶ ପାଇବ । ଏଥର କିଛି ଅଲଗା ହେବା ଆକଳନ କରାଯାଉଛି । ହିମାଚଳରେ ବିଜେପି ସରକାର ରିପିଟ କରିବ ନା ପରମ୍ପରା ଜାରି ରହିବ ତାକୁ ନେଇ ଚର୍ଚ୍ଚା ହେଉଛି । କଣ ହେବ ଫଳାଫଳ ରିପୋର୍ଟ । ପରମ୍ପରାକୁ ବଦଳାଇବା ନେଇ ବିଜେପି ଦାବି କରୁଛି । ପରମ୍ପରା ବନାମ ପରିବର୍ତ୍ତନ ନେଇ ହେବ କଡ୍ଡା ଟକ୍କର । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
37 ବର୍ଷ ଧରି ରିପିଟ ହୋଇନି ସରକାର...
ହିମାଚଳ ପ୍ରଦେଶରେ 1985 ପରଠୁ କୌଣସି ଦଳ ସରକାର ରିପିଟ କରି ପାରି ନାହିଁ । 37 ବର୍ଷ ହେବ ଏଠାରେ କଂଗ୍ରେସ ଓ ବିଜେପି ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ସତ୍ତା ହାସଲ କରିଛି । ଏଥର ବିଜେପି ହିମାଚଳରେ ମିଶନ ବା ସରକାର ରିପିଟ କରିବା ନେଇ ଦାବି କରିଛି । 2017ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟ ଦାବି କରିଥିଲା ମାତ୍ର ହିମାଚଳ ଜନତା ସତାରେ ପଦ୍ମ ଫୁଟାଇଥିଲେ । ବିଜେପି ଏଥରେ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ ।
ବିଜେପି ଦାବି...
ଚଳିତ ବର୍ଷ ଆରମ୍ଭରୁ 5 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ ରହିଥିଲା । 4 ରାଜ୍ୟରେ ବିଜୟ ହାସଲ କରିଥିଲା ବିଜେପି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି ସରକାର ରିପିଟ ହୋଇଥିଲା । ବିଶେଷ କରି ୟୁପିରେ ପାଖାପାଖି 35ବର୍ଷ ଏବଂ ଉତ୍ତରାଖଣ୍ଡ ରାଜ୍ୟ ଗଠନର 22 ବର୍ଷ ପରେ ସରକାର ରିପିଟ ହୋଇଥିଲା । ବିଜେପି ଏହି ରାଜ୍ୟରେ ବିଜୟ ହାସଲ ପାଇଁ ଯେଉଁ ଫର୍ମୁଲା ପ୍ରୟୋଗ କରିଥିଲା ସେହି ଫର୍ମୁଲା ହିମାଚଳ ଗାଦି ଅକ୍ତିଆର କରିବାକୁ ଚେଷ୍ଟା କରିବ ।
ଗତ 37 ବର୍ଷରେ କଣ ହୋଇଥିଲା...
1983ରେ କଂଗ୍ରେସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଠାକୁର ରାମ ଲାଲଙ୍କ ସ୍ଥାନରେ ବିରଭଦ୍ର ସିଂହଙ୍କୁ ହିଲ୍ଲୀ ପଠାଇଥିଲା । 1983ରୁ 1985 ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ । 1985ରେ ବିଧାନସଭା ନିର୍ବାଚନ ପାଇଁ ପୁଣି କଂଗ୍ରେସ କମବ୍ୟାକ କରିଥିଲା । ପୁଣି ଥରେ ବୀରଭଦ୍ର ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ଆଉ କୌଣସି ସରକାର ଏଠାରେ ରିପିଟ ହୋଇପାରିନାହିଁ ।
1990ରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ବାଜି ମାରି ନେଇଥିଲା । ଶାନ୍ତା କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯିଏକି ଏବେ ଯାଏ ହିମାଚଳର ଜଣେ ହିଁ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ଯାଏଁ ହୋଇଥିବା 6 ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ 5 ମୁଖ୍ୟମନ୍ତ୍ରୀ ରାଜପୁତ ଅଟନ୍ତି । ଶାନ୍ତା କୁମାର ଦ୍ବିତୀୟ ଥର ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପାଖାପାଖି 3 ବର୍ଷ ପରେ ସରକାର ଅନେକ କିଛି ହାରାଇଥିଲା । ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।
1993ରେ ହୋଇଥିବା ନିର୍ବାଚନରେ କଂଗ୍ରେସ କଂଗ୍ରେସ କମବ୍ୟାକ କରିଥିଲା । ବିରେନ୍ଦ୍ର ସିଂହ ପୁଣି ତୃତୀୟ ଥର ହିମାଚଳ ମୁଖ୍ୟମନ୍ତ୍ରୀ ହୋଇଥିଲେ । 1998 ବିଧାନସଭା ନିର୍ବାଚନରେ ବିଜେପି ହିମାଚଳ ବିକାଶ କଂଗ୍ରେସ ସହ ମେଣ୍ଟ କରିଥିଲା । ପ୍ରେମ କୁମାର ଧୁମାଲ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ପୂର୍ବ କେନ୍ଦ୍ର ମନ୍ତ୍ରୀ ପଣ୍ଡିତ ସୁଖରାମ କଂଗ୍ରେସରୁ ଅଲଗା ହୋଇ ହିମାଚଳ ବିକାଶ କଂଗ୍ରେସ ପାର୍ଟି ଗଠନ କରିଥିଲେ । ନିର୍ବାଚନରେ ତାଙ୍କ ଦଳକୁ 5ଟି ଆସନ ମାଳିଥିଲା । ବିଜେପିକୁ ଏବଂ କଂଗ୍ରେସକୁ 31-31 ଆସନ ମିଳିଥିଲା । ହିମାଚଳ ବିକାଶ କଂଗ୍ରେସ ବିଜେପିକୁ ସମର୍ଥନ କରିଥିଲା । ଏହାପରେ ସଂପୂର୍ଣ୍ଣ 5ବର୍ଷ କଂଗ୍ରେସ ସରକାରରେ ରହିଥିଲା ।
2003ରେ ହୋଇଥିଲା ବିଧାନସଭା ନିର୍ବାଚନରେ ପୁଣି ଥରେ କଂଗ୍ରେସ ଶାସନକୁ ଫେରିଥିଲା । ବିରେନ୍ଦ୍ର ସିଂହ ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । 2007ର ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା । ପ୍ରେମ କୁମାର ଧୁମାଲ ଦ୍ବିତୀୟ ଥର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2012ରେ ସରକାର ବଦଳିବା ଧାରା ବଜାୟ ରହିଥିଲା । ଏଥିରେ ହିମାଚଳ ଜନତା କଂଗ୍ରେସକୁ ବହୁମତ ଦେଇଥିଲେ । ବିରେନ୍ଦ୍ର ସିଂହ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । 2017 ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଥିଲା । ବିଜେପି ବିରାଟ ବିଜୟ ହାସଲ କରିଥିଲା । ପ୍ରେମ କୁମାର ଧୁମାଲ ନିର୍ବାଚନରେ ପରାସ୍ତ ହେଇଥିଲେ । ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
1985 ପୂର୍ବରୁ ହିମାଚଳରେ କଂଗ୍ରେସର ଏକଠଛାତ୍ର ରାଜ୍ୟ ଥିଲା । ୟଶବନ୍ତ ପରମାର 1963ରୁ 1971 ଯାଏଁ ଲଗାତାର ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଣ ପୁଣି ସରକାର ରିପିଟ କରିବ ବିଜେପି । ନା ଜାରି ରହିବ ପରମ୍ପରା ଧାରା । ତାହା ଉପରେ ସମସ୍ତଙ୍କ ନଜର ।