ETV Bharat / bharat

Hi tech Cheating in ISRO Exam: ହରିୟାଣାର ଦୁଇ ପରୀକ୍ଷାର୍ଥୀ କେରଳରେ ଗିରଫ - ଇସ୍ରା ପରୀକ୍ଷାରେ ହାଇଟେକ କପି

ISRO ଟେକ୍ନିକାଲ ପୋଷ୍ଟ ପରୀକ୍ଷାରେ ହାଇଟେକ୍‌ କପି କରୁଥିଲେ ହରିୟାଣାର ଦୁଇ ପରୀକ୍ଷାର୍ଥୀ । ପର୍ଯ୍ୟବେକ୍ଷକ ଧରିବା ପରେ ପୋଲିସକୁ କଲେ ହସ୍ତାନ୍ତର । ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରରେ ହେଉଥିଲା ଲିଖିତ ପରୀକ୍ଷା । ଅଧିକ ପଢନ୍ତୁ

Hi tech Cheating in ISRO Exam: ହରିୟାଣାର ଦୁଇ ଅଭିଯୁକ୍ତ କେରଳରୁ ଗିରଫ

author img

By

Published : Aug 20, 2023, 10:37 PM IST

ଥିରୁଅନନ୍ତପୁରମ୍: କେରଳରେ ଅନୁଷ୍ଠିତ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ) ପାଇଁ ଟେକ୍ନିକାଲ ପୋଷ୍ଟ ପରୀକ୍ଷାରେ ହାଇ-ଟେକ୍ କପି କରୁଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର ବାସିନ୍ଦା । ସେମାନେ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (VSSC)ର ଟେକ୍ନିକାଲ ଷ୍ଟାଫ ପଦବୀ ପାଇଁ ଅନୁଷ୍ଠିତ ପରିକ୍ଷାରେ ଅଶଂଗ୍ରହଣ କରିଥିଲେ । ଆଜି ଏହି ପଦବୀ ପାଇଁ ଲିଖିତ ପରିକ୍ଷା ଅନୁଷ୍ଠିତ ହୋଇଥିଲା ।

ତେବେ ଉଭୟ ପରୀକ୍ଷାର୍ଥୀ ଅତି ଚତୁରତାର ସହ ସ୍ମାର୍ଟ ଇଲୋକ୍ଟ୍ରୋନିକ୍ସ ଡିଭାଇସ ବ୍ୟବହାର କରୁଥିବା ଜଣାପଡିଥିଲା । ପରୀକ୍ଷା କେନ୍ଦ୍ରରେ ଉଭୟଙ୍କୁ ତନଖୀ କରିବା ପରେ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଉଭୟଙ୍କୁ ପରୀକ୍ଷା ପରିଚଳନା କରୁଥିବା ଅଧିକାରୀ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତ୍ରିଭେନ୍ଦ୍ରମ ମ୍ୟୁଜିୟମ ପୋଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି ଜେରା କରୁଛି । ପୋଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତ ହେଉଛନ୍ତି ହରିୟାଣାର ସୁମିତ କୁମାର ଏବଂ ସୁନୀଲ ।

ଆଜି (ରବିବାର ,ଅଗଷ୍ଟ 20) ପୂର୍ବାହ୍ନ 10 ଟାରେ VSSC ପକ୍ଷରୁ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଥିଲା । ଥିରୁଅନନ୍ତପୁରମ୍ ସ୍ଥିତ କଟନହିଲ ସ୍କୁଲ ଏବଂ ପଟ୍ଟାମ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଉଭୟ ଅଂଶଗ୍ରହଣ କରିଥିଲେ । ଏହି ପରୀକ୍ଷାରେ ଉଭୟ ପରୀକ୍ଷାର୍ଥୀ ହେଡସେଟ୍ ଏବଂ ମୋବାଇଲ୍ ଫୋନ୍ ଲୁଚାଇ ରଖିବା ସହ ବ୍ୟବହାର କରି ନକଲ କରିବାକୁ ଚେଷ୍ଟା କରିଥିଲେ । ସନ୍ଦେହ ହେବାରୁ ଉଭୟଙ୍କୁ ତନଖି କରାଯିବା ସମୟରେ ବୈଦ୍ୟୁତିକ ସାମଗ୍ରୀ ଜବତ ହେବା ପରେ ଉଭୟଙ୍କୁ ପରୀକ୍ଷା ହଲରୁ ବାହାର କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-Chandrayaan-3: ଘୋଷଣା ହେଲା ସଫ୍ଟ ଲ୍ୟାଣ୍ଡିଂର ସମୟ ଓ ତାରିଖ

ପ୍ରାଥମିକ ଜେରା ପରେ ଜଣାପଡିଛି, ଦୁଇ ଯୁବକ ମୋବାଇଲ୍ ଫୋନ୍ ସହିତ ପ୍ରଶ୍ନପତ୍ରର ଫଟୋ କ୍ଲିକ୍ କରି ସାଙ୍ଗମାନଙ୍କ ନିକଟକୁ ପଠାଇଛନ୍ତି । ଫୋନକୁ ବେଲ୍ଟରେ ରଖି ଫୋନର ସ୍କ୍ରିନ୍ ଭ୍ୟୁୟର୍ ମାଧ୍ୟମରେ ହରିୟାଣାରେ ସାଙ୍ଗମାନଙ୍କୁ ପ୍ରଶ୍ନ ପଠାଇଥିଲେ ଏହି ଦୁଇ ଅଭିଯୁକ୍ତ । ଏହାପରେ ସେମାନେ ଏକ ବ୍ଲୁଟୁଥ୍ ଇୟରଫୋନ ମାଧ୍ୟମରେ ଉତ୍ତର ସଂଗ୍ରହ କରୁଥିଲେ । ଯାହା ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟିକୁ ଆସିବା ପରେ ଉଭୟଙ୍କ ଉତ୍ତର ଖାତା ମଧ୍ୟ ସିଲ କରାଯାଇଛି । ସୁନିଲ ମୋଟ 79 ମାର୍କ୍‌ର ଉତ୍ତର ଲେଖିଥିବା ବେଳେ ସୁମିତ 25 ମାର୍କରୁ ଅଧିକ ଉତ୍ତର ଲେଖିଥିଲେ । ପୋଲିସ ଏହି ମାମଲାକୁ ଅତି ଗୁରୁତର ସହ ନେଇ ସାଇବର ସେଲ୍‌ର ସାହାଯ୍ୟ ନେଇଛି । ପ୍ରଶ୍ନପତ୍ର ଯାଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.