ଡେରାଡୁନ: ହରିଦ୍ବାରରେ ଟ୍ରେନର ସ୍ପିଡ ଟ୍ରାଏଲ ଚାଲିଥିବାବେଳେ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରେନ ମାଡିଯିବାରୁ 4 ଜଣଙ୍କର ମୃତ୍ୟୁ ଘଟିଛି । ହରିଦ୍ବାରର ଜ୍ବାବଲାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ହରିଦ୍ବାର- ଲସ୍କର ଟ୍ରେନ ଲାଇନର ଦୋହରିକରଣ କାମ ଚାଲିଥିବାବେଳେ ଏହି ନୂତନ ଲାଇନରେ ସ୍ପିଡ ଟ୍ରାଏଲ ମଧ୍ୟ କରାଯାଉଥିଲା । ସେହି ସମୟରେ ଘଟିଛି ଦୁର୍ଘଟଣା ।
ଟ୍ରାଏଲ ରନ ପାଇଁ ଦ୍ରୁତଗତିରେ ଚାଲିଥିବା ଟ୍ରେନ ଇଞ୍ଜିନ 4 ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ 4 ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ