ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁନଃ ସଂଯୋଗ ହେଲା ହାଇସ୍ପିଡ ଇଣ୍ଟରନେଟ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ଗତ ଢେଡ ବର୍ଷ ହେଲା ଇଣ୍ଟରନେଟ ସଂଯୋଗ ବିଛିନ୍ନ ରହିଥିଲା ।
ଜମ୍ମୁ କାଶ୍ମୀରର ପ୍ରଶାସନର ଜଣେ ଉଚ୍ଚପଦସ୍ଥ ଅଧିକାରୀ ‘ଇଟଭି ଭାରତ’କୁ କହିଛନ୍ତି, କାଶ୍ମୀରରେ ସମସ୍ତ ହାଇସ୍ପିଡ ଇଣ୍ଟରନେଟ ସେବା ପୁନଃ ସ୍ଥାପନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରାଯାଇଛି । ଗୃହ ବିଭାଗ ସହିତ ଏ ସମ୍ବନ୍ଧରେ ଯୋଗାଯୋଗ ପରେ ସକାରତ୍ମକ ଜଣାଇଥିଲା । ଏନେଇ ଆଜି ସଂନ୍ଧ୍ୟାରେ ଶେଷ ନିଷ୍ପତ୍ତି ନିଆଗଲା । ଜମ୍ମୁ କାଶ୍ମୀର ପ୍ରଶାସନ ହାଇସ୍ପିଡ ଇଣ୍ଟରନେଟ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲା ।
ସୂଚନାଥାଉକି ଗତ 2019 ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370 ଓ ଧାରା 35(କ) ଉଚ୍ଛେଦ ପରେ ହିଂସାକାଣ୍ଡକୁ ଆଶଙ୍କା କରି ସରକାର ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲେ । ଏହା ପରେ ସରକାର ଜମ୍ମୁକାଶ୍ମୀର ଓ ଲଦାଖ ଦୁଇଟି ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଥିଲେ । ଦିନକୁ ଦିନ ଜମ୍ମୁ କାଶ୍ମୀରରେ ସ୍ଥିତିରେ ଉନ୍ନତି ହେଉଥିବାରୁ ଏହାକୁ ଦେଖି ସରକାର ସେଠାକାର ଲୋକଙ୍କୁ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ପୁନଃ ବ୍ୟବସ୍ଥା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ