ଲକ୍ଷ୍ନୌ: ଦିଲ୍ଲୀ ହିଟ ଆଣ୍ଡ ରନ ଘଟଣାର ପୁନରାବୃତ୍ତି ହୋଇଛି (Another girl dragged under car)। ରାଜଧାନୀ ଦିଲ୍ଲୀର ଚର୍ଚ୍ଚିତ ହିଟ ଆଣ୍ଡ ରନ ପରି ସମାନ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଦ୍ରୁତଗତିର ଆସି ଏକ କାର ଜଣେ ଛାତ୍ରୀଙ୍କୁ ଧକ୍କା ଦେବା ସହ 200 ମିଟର ଯାଏ ରାସ୍ତାରେ ଘୋଷାଡି ନେଇଛି (high speed car hit a girl student ) । ଉତ୍ତରପ୍ରଦେଶର କୌଶମ୍ଭୀ ଅନ୍ତର୍ଗତ ଦେବଖରପୁର ଗାଁରେ ଏହି ଘଟଣା ଘଟିଛି । ଦୁର୍ଘଟଣାରେ ଛାତ୍ରୀଙ୍କ ହାତରେ ଗଭୀର ଆଘାତ ଲାଗିଛି । ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ଛାତ୍ରୀ ଜଣକ । କାର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।
ଦେବଖରପୁର ଗାଁର ରେଣୁ ଦେବୀଙ୍କ ଝିଅ କୌଶଲ୍ୟା ଦେବୀ ଏକ କମ୍ପୁଟର ସେଣ୍ଟରରେ ପଢନ୍ତି । ରବିବାର କୌଶଲ୍ୟା ତାଙ୍କ ସାଇକେଲରେ କ୍ଲାସ କରିବାକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା । ଏହା କାରଟି ଅଟକିବା ବଦଳରେ ଛାତ୍ରୀଜଣଙ୍କୁ 200 ମିଟର ଯାଏ ରାସ୍ତାରେ ଘୋଷାଡି ନେଇଥିଲା । ଏହା ପରେ କାରଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ସେ ପର୍ଯ୍ୟନ୍ତ କୌଶଲ୍ୟା ଗଭୀର ଭାବେ ଆହତ ହୋଇ ସାରିଥିଲେ । ଘଟଣା ଘଟାଇ କାର ଡ୍ରାଇଭର ଓ ସେଥିରେ ଥିବା ସମସ୍ତେ ଫେରାର ହୋଇଯାଇଥିଲେ ।
ଏହା ବି ପଢନ୍ତୁ...Kanjhawala case: ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ
କୌଶଲ୍ୟାଙ୍କ ମାଆ ରେଣୁ ଦେବୀ କହିଛନ୍ତି, କାର ଚାଳକ ନିଶାସକ୍ତ ଥିଲା । ଦୁର୍ଘଟଣାରେ କାରର କୌଶଲ୍ୟା ଲାଖି ଯାଇଥିଲେ । ସେମାନେ ମୋ ଝିଅକୁ ଡାକ୍ତରଖାନା ନେବା ବଦଳରେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥାନରୁ କୌଶଲ୍ୟାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କୌଶଲ୍ୟାଙ୍କ ହାତରେ ଗଭୀର ଆଘାତ ଲାଗିଛି । ଏହା ସହ ତାଙ୍କ ମୁହଁ ଏବଂ ପିଠିରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ କୌଶଲ୍ୟାଙ୍କ ଚିକିତ୍ସା ଜାରି ରହିଛି ।
ଏହା ବି ପଢନ୍ତୁ...ଅଧାରେ ରହିଲା ଦେବୀ ଦର୍ଶନ, ଦୁର୍ଘଟଣାରେ ଲିଭିଗଲା 6 ଜୀବନ ଦୀପ
ପ୍ରକାଶ ଥାଉ କି, ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଜଣେ ସ୍କୁଟି ଆରୋହୀ ଯୁବତୀଙ୍କୁ ଏକ କାର କିଛି କି.ମି ଘୋଷାଡି ନେଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବା ସହ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହୋଇଥିଲା । ସ୍କୁଟି ଆରୋହୀ ଯୁବତୀଙ୍କୁ ଏକ ସୁଜୁକି ବାଲୋନୋ କାର ଧକ୍କା ଦେଇଥିଲା । ଏହା ପରେ କିଛି କିଲୋମିଟଚର ଘୋଷାଡି ନେଇଥିଲା । ଏଥିରେ ଯୁବତୀଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଥିଲା । ଘଟଣାରେ 5 ଜଣଙ୍କୁ ଗିରଫ କରିଥିବା ପୋଲିସ ।