ETV Bharat / bharat

ବିଚ୍‌ ରାସ୍ତାରେ ଓକିଲ ଦମ୍ପତିଙ୍କୁ ନିର୍ମମ ହତ୍ୟା - ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଓକିଲ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା

ତେଲେଙ୍ଗାନାରେ ଗୁଣ୍ଡାରାଜ । ଦିନ ଦ୍ବିପ୍ରହରରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ହତ୍ୟା । ଟିଆରଏସ କର୍ମୀ ହତ୍ୟା କରିଥିବା ଅଭିଯୋଗ । ଘଟଣାକୁ ନେଇ ତେଲେଙ୍ଗାନା ପେଡାପଲ୍ଲୀ ଜିଲ୍ଲାରେ ଉତ୍ତେଜନା । ଅଧିକ ପଢନ୍ତୁ..

ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଓକିଲ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା

author img

By

Published : Feb 18, 2021, 2:15 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଦିନ ଦ୍ବିପ୍ରହରରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ହତ୍ୟା । ଜାତୀୟ ରାଜପଥରେ ଲୋକଙ୍କ ଗହଳି ମଧ୍ୟରେ ଓକିଲ ଦମ୍ପତିଙ୍କୁ ଛୁରୀ ଭୁସି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଯାହାକୁ ନେଇ ତେଲେଙ୍ଗାନାରେ ଚାଞ୍ଚଲ୍ୟ ଖେଳିଯାଇଛି । ଟିଆରଏସ କର୍ମୀ ଉକ୍ତ ଓକିଲ ଦମ୍ପତିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହେଉଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଓକିଲ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା

ସୂଚନାନୁଯାୟୀ, ହାଇକୋର୍ଟ ଓକିଲ ଭମନ ରାଓ ଓ ତାଙ୍କ ପତ୍ନୀ ନାଗାମଣୀଙ୍କୁ ପେଡାପଲ୍ଲୀ ଜିଲ୍ଲାର କଲଭଚରଲା ରାସ୍ତାରେ କେହି ଅଜଣା ବ୍ୟକ୍ତି ବିଚ୍‌ ରାସ୍ତାରେ ହତ୍ୟା କରିଥିଲା । ତେବେ ଆହତ ଓକିଲଙ୍କୁ ଡାକ୍ତରଖାନା ନେବା ସମୟରେ ସେ ଜଣେ ଟିଆରଏସ କର୍ମୀଙ୍କ ନାଁ ନେଇଥିବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ବିଜେପି କର୍ମୀ ବାଣ୍ଡି ସଞ୍ଜୟ ଓକିଲ ଦମ୍ପତିଙ୍କ ମୃତ୍ୟୁ ପାଇଁ ଟିଆରଏସ କର୍ମୀଙ୍କୁ ଦାୟୀ କରିଛନ୍ତି । ଜାଣିଶୁଣି ତାଙ୍କର ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ଓକିଲ ଦମ୍ପତି ତେଲେଙ୍ଗାନା ସରକାରଙ୍କ ବିରୋଧରେ ଲଢୁଥିବାବେଳେ ତାଙ୍କୁ ହତ୍ୟା ଧମକ ମଧ୍ୟ ଆସିଥିଲା । ସେଥିପାଇଁ ସେମାନେ ହାଇକୋର୍ଟରେ ସୁରକ୍ଷା ପାଇଁ ଅପିଲ କରିଥିଲେ । କିନ୍ତୁ ତାଙ୍କୁ ତେଲେଙ୍ଗାନା ସରକାରଙ୍କ ତରଫରୁ ସହାୟତା କରାଯାଇନଥିଲା । ଯଦି ତାଙ୍କୁ ସୁରକ୍ଷା ଦିଆଯାଇଥାଆନ୍ତା ତେବେ ଆଜି ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚି ଯାଇପାରିଥାନ୍ତା ବୋଲି କହିଛନ୍ତି ବିଜେପି କର୍ମୀ ।

ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କର ନିକଟରେ ଜନ୍ମଦିନ ଥିବାରୁ ଏହା ତାଙ୍କ ପାଇଁ ଜନ୍ମଦିନ ଉପହାର ବୋଲି କହିଛନ୍ତି ବିଜେପି କର୍ମୀ । ତେବେ ଏହା ତାଙ୍କ ଉପରେ ନିର୍ଭର କରୁଛି ସେ ଏହି ଉପହାର ଗ୍ରହଣ କରିବେ ନା ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.