ETV Bharat / bharat

Poll Results 2022: ହାଇପ୍ରୋଫାଇଲ୍ ନେତାଙ୍କ ଫ୍ଲପ୍ ସୋ - ଗୋଆ ନିର୍ବାଚନ ଫଳାଫଳ

ବିଧାନସଭା ନିର୍ବାଚନରେ ହେଭିୱେଟଙ୍କ କ୍ଷେତ୍ରରେ ସବୁ ଗଣିତ ଭୁଲ ହୋଇ ଯାଇଛି । ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ, ହେଭିୱେଟଙ୍କ ନିଶ୍ଚିତ ବିଜୟ ଆସନରେ ପରାଜୟକୁ ସ୍ବୀକାର କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Poll Results 2022: ଏଥର ହାରିଗଲେ ହେଭିୱେଟ୍‌

author img

By

Published : Mar 10, 2022, 9:05 PM IST

ନୂଆଦିଲ୍ଲୀ: 5 ରାଜ୍ୟରେ ବିଧାନସଭା ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଏକଜିଟ୍ ପୋଲ ଅଙ୍କ ସହ ନିର୍ବାଚନୀ ଫଳାଫଳ ମେଳ ଖାଉଥିବା ଦେଖା ଦେଇଛି । ତେବେ ଏହି ବିଧାନସଭା ନିର୍ବାଚନରେ ହେଭିୱେଟଙ୍କ କ୍ଷେତ୍ରରେ ସବୁ ଗଣିତ ଭୁଲ ହୋଇ ଯାଇଛି । ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ, ହେଭିୱେଟଙ୍କ ନିଶ୍ଚିତ ବିଜୟ ଆସନରେ ପରାଜୟକୁ ସ୍ବୀକାର କରୁଥିବା ଦେଖିବାକୁ ମିଳିଛି ।

କଥା ଯେତେବେଳେ ହେଭିୱେଟଙ୍କ ଉଠିଛି ସର୍ବ ପ୍ରଥମେ ପଞ୍ଜାବର କଥା ଆସୁଛି । ଏଠାରେ ମୁଖ୍ୟମନ୍ତ୍ରୀ ଖୋଦ ଦୁଇଟି ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି । ନଜର ପକାନ୍ତୁ :-

ଚରଣଜିତ ସିଂହ ଚନ୍ନି

heavyweight leaders defeated in assembly election 2022
ହାରିଗଲେ ଚରଣଜିତ ସିଂହ ଚନ୍ନୀ

ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ଆସନରୁ ଲଢ଼ିଥିଲେ ଚନ୍ନି । ଦୁଇଟି ଆସନରୁ ଗୋଟିଏ ଆସନରେ ବି ଜିତି ପାରିଲେନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି । ସେ ଆପ୍‌ର ଡକ୍ଟର ଚରଣଜିତ ସିଂହଙ୍କଠାରୁ ପରାଜିତ ହୋଇଛନ୍ତି । ଚନ୍ନୀଙ୍କୁ ୬୨୧୪୮ ଭୋଟ ମିଳିଥିବା ବେଳେ ଆପ୍‌ର ଡକ୍ଟର ଚରଣଜିତ ସିଂହଙ୍କୁ ୬୯୯୮୧ ଭୋଟ ମିଳିଛି । ଅର୍ଥାତ୍‌ ପୂରା ୫୫ ହଜାର ୧୬୭ ଭୋଟ ବଡ଼ ବ୍ୟବଧାନରେ ହାରିଛନ୍ତି ଚରଣଜିତ ସିଂହ ଚନ୍ନୀ ।

ନବଜୋତ ସିଂହ ସିଦ୍ଧୁ

ନବଜୋତ ସିଂହ ସିଦ୍ଧୁ ପରାଜିତ

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ନିଜର ଆସନ ବଞ୍ଚାଇ ପାରିନାହାନ୍ତି । ସେ ପୂର୍ବ ଅମୃତସର ଆସନରୁ ପରାଜିତ ହୋଇଛନ୍ତି । ଏଠାରେ ତାଙ୍କର ଟକ୍କର ଅକାଳୀ ଦଳର ନେତା ବିକ୍ରମ ମଜିଥିଆ ଓ ଆପ୍‌ର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା। ମାଜିଥିଆ ଓ ସିଦ୍ଧୁଙ୍କୁ ବଡ଼ ବ୍ୟବଧାନରେ ମାତ୍‌ ଦେଇ ଜୀବନ ଜ୍ୟୋତ ବିଜୟ ଲାଭ କରିଛନ୍ତି। ଜୀବନ ଜ୍ୟୋତଙ୍କୁ ୩୯ ହଜାର ୫୨୦ ଭୋଟ ମିଳିଥିବା ବେଲେ ସିଦ୍ଧୁଙ୍କୁ ୩୮ ହଜାର ୮୦୭ ଭୋଟ ମିଳିଛି । ୬୭୧୩ ଭୋଟ ବ୍ୟବଧାନରେ ହାରିଛନ୍ତି ।

କ୍ୟାପଟେନ ଅମରିନ୍ଦ ସିଂ

ବିଜୟୀ ହୋଇ ପାରିଲେନି କ୍ୟାପଟେନ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ବିଜୟର ସ୍ବାଦ ଚାଖିପାରିନାହାନ୍ତି । ସେ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ସେ ଆପ୍‌ ପ୍ରାର୍ଥୀ ଅଜିତ ପଲ କୋହଲିଙ୍କଠାରୁ ପରାଜିତ ହୋଇଛନ୍ତି । ଭୋଟ ଗଣତି ଆରମ୍ଭ ବେଳଠୁ କ୍ୟାପ୍ଟେନ ପଛରେ ଚାଲିଥିଲେ । ଶେଷରେ ସେ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ଅଜିତ ପାଲ କୋହଲିଙ୍କ ଠାରୁ ହାରିଛନ୍ତି କ୍ୟାପଟେନ । ଅଜିତଙ୍କୁ ୪୭୭୦୪ ଭୋଟ ମିଳିଥିବା ବେଳେ ଅମରିନ୍ଦଙ୍କୁ ମାତ୍ର ୨୮୦୦୭ ଭୋଟ ମିଳିଛି ।

ପ୍ରକାଶ ସିଂହ ବାଦଲ

ପ୍ରକାଶ ସିଂହ ବାଦଲ ବି ଚିତ୍‌ପଟାଙ୍ଗ୍‌

ଲାମ୍ବି ବିଧାନସଭା ଆସନରେ ଅକାଳି ଦଳର ତୁଙ୍ଗ ନେତା ପ୍ରକାଶ ସିଂହ ବାଦଲଙ୍କୁ ହାରିବାକୁ ପଡ଼ିଛି । ଏଠାରେ ଆପ୍‌ ପ୍ରାର୍ଥୀ ଗୁରମିତ ସିଂହ ଖୁଡିଆନ ବିଜୟୀ ହୋଇଛନ୍ତି । ପ୍ରକାଶ ସିଂହ ବାଦଲଙ୍କୁ ଏଠାରେ ୫୪୩୬୦ ଖଣ୍ଡ ଭୋଟ ମିଳିଥିବା ବେଳେ ଖୁଡିଆନଙ୍କୁ ୬୫୭୧୭ ଭୋଟ ମିଳିଛି ।

ସେହିଭଳି ଏଥର ନିର୍ବାଚନୀ ଫଳାଫଳରେ ଉତ୍ତରାଖଣ୍ଡରେ ରାଜନୀତି ହଲଚଲ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ହରିଶ ରାୱତ

ହାରିଗଲେ ହରିଶ ରାୱତ

କଂଗ୍ରେସର ତୁଙ୍ଗ ନେତା ହରିଶ ରାୱତ ମଧ୍ୟ ନିଜ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି । ଲାଲକୁଆରେ ବିଜେପିର ମହୋନ ସିଂହ ବିସ୍ତଙ୍କଠାରୁ ସେ ପରାଜିତ ହୋଇଛନ୍ତି । ମହୋନ ସିଂହଙ୍କୁ ୪୫୯୩୪ ଭୋଟ ମିଳିଥିବା ବେଳେ ହରିଶ ରାୱତଙ୍କୁ ୨୮୫୭୫ ଭୋଟ ମିଳିଛି ।

ପୁଷ୍କର ସିଂହ ଧାମି

ଜିତି ପାରିଲେନି ପୁଷ୍କର ସିଂହ ଧାମି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଖାତିମା ବିଧାନସଭା ଆସନରୁ ୭ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ସେ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ହାରିଛନ୍ତି । ପୁଷ୍କର ଧାମିଙ୍କୁ ୪୦୬୭୫ ଭୋଟ ମିଳିଥିବା ବେଳେ କାପ୍ରିଙ୍କୁ ୪୭୬୨୬ ଖଣ୍ଡ ଭୋଟ ମିଳିଛି । ଏହା ବିଜେପିର ଏକ ପାରମ୍ପରିକ ଆସନ ରହିଥିଲା ।

ଗୋଆରେ ବିଜେପି ସବୁଠାରୁ ବଡ଼ ଦଳ ରୂପେ ଉଭା ହୋଇଛି । ଏହାସତ୍ତ୍ବେ ଦଳର ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ହାରିବାକୁ ପଡ଼ିଛି ।

ମନୋହର ଆଜଗାଁଙ୍କର

ଆଜଗାଁଙ୍କର ମର୍ଗାଓ ବିଧାନସଭା ସିଟ୍‌ରୁ କଂଗ୍ରେସର ଦିଗମ୍ବର କମାଥଙ୍କ ଠାରୁ ପରାସ୍ତ ହୋଇଛନ୍ତି । ମନୋହର ଆଜଗାଁଙ୍କରଙ୍କୁ ୫ ହଜାର ୭୮୫ ଭୋଟ ମିଳିଥିବା ବେଳେ ଦିଗମ୍ବର କମାତଙ୍କୁ ୧୩୩୪୫ ଭୋଟ ମିଳିଛି । ମନୋହର ଆଜଗାଁଙ୍କର ୭ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ।

ଚନ୍ଦ୍ରକାନ୍ତ କାବଲେକର

ଚନ୍ଦ୍ରକାନ୍ତ ପରାଜିତ ହେଲେ

ଅନ୍ୟତମ ବିଜେପି ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାବଲେକର ବିଜୟୀ ହୋଇ ପାରିନାହାନ୍ତି । ସେ କଂଗ୍ରେସର ଅଲଟୋନ ଡି' କୋଷ୍ଟାଙ୍କ ଠାରୁ କୁଇପେମ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି । ଚନ୍ଦ୍ରକାନ୍ତଙ୍କୁ ୧୦୮୬୪ ଭୋଟ ମିଳିଥିବା ବେଳେ ଅଲଟୋନ ଡି' କୋଷ୍ଟାଙ୍କୁ ୧୪୬୫୬ ଖଣ୍ଡ ଭୋଟ ମିଳିଛି । ମୋଟ ୩୭୯୨ ଭୋଟରେ ପରାଜିତ ହୋଇଛନ୍ତି ଚନ୍ଦ୍ରକାନ୍ତ କାବଲେକର ।

ଉତ୍‌ପଲ ପାରିକର

ହାଇପ୍ରୋଫାଇଲ୍ ନେତାଙ୍କ ଫ୍ଲପ୍ ସୋ
ହାଇପ୍ରୋଫାଇଲ୍ ନେତାଙ୍କ ଫ୍ଲପ୍ ସୋ

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଉଛନ୍ତି ଉତ୍‌ପଲ ପାରିକର । ବିଜେପିରୁ ମନ ପସନ୍ଦ ଆସନ ନମିଳିବା ପରେ ସ୍ବାଧୀନ ଭାବରେ ପାଣାଜୀ ଆସନରୁ ଲଢ଼ୁଥିଲେ । ତେବେ ତାଙ୍କୁ କେବଳ ୫୮୫୭ ଖଣ୍ଡ ଭୋଟ ମିଳି ପାରିଛି । ଏହି ଆସନରେ ବିଜେପିର ଆଟନାସିଓ ମୋନସେରେଟ ୬୫୩୧ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ତେବେ ଏହାସହିତ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ମଧ୍ୟ ପରାସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.