ETV Bharat / bharat

ତାମିଲନାଡୁ ଅଭିମୁଖେ ଶଶିକଳା, ସୀମାରେ କଡା ସୁରକ୍ଷା ବ୍ୟବସ୍ଥା

ଆଜି ବେଙ୍ଗାଲୁରର ଏକ ହୋଟେଲରୁ ତାମିଲନାଡୁରୁ ଅଭିମୁଖେ ଯାତ୍ରା କରୁଛନ୍ତି ଭି କେ ଶଶିକଳା । ଏନେଇ କର୍ଣ୍ଣାଟକ ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 8, 2021, 12:14 PM IST

ତାମିଲନାଡୁ ଅଭିମୁଖେ ଶଶିକଳା, ସୀମାରେ କଡା ସୁରକ୍ଷା ବ୍ୟବସ୍ଥା
ତାମିଲନାଡୁ ଅଭିମୁଖେ ଶଶିକଳା, ସୀମାରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଏଆଇଏଡିଏମକେ(AIADMK)ର ନିଲମ୍ବିତ ନେତ୍ରୀ ଭିକେ ଶଶିକଳାଙ୍କ କ୍ବାରେଣ୍ଟିନ ଅବଧି ଆଜି ଶେଷ ହେଉଛି। ସେ ଆଜି ବେଙ୍ଗାଲୁରୁର ଏକ ହୋଟେଲରୁ ତାମିଲନାଡୁ ଅଭିମୁଖେ ଯାତ୍ରା କରୁଛନ୍ତି । ଏନେଇ କର୍ଣ୍ଣାଟକ-ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ସମୟରେ ଶଶିକଳାଙ୍କୁ ସ୍ବାଗତ କରିବାକୁ ବହୁ ସଂଖ୍ୟାରେ ସମର୍ଥକ ଚେନ୍ନାଇରେ ଏକତ୍ରିତ ହୋଇଥିଲେ । ତେବେ ହସ୍ପିଟାଲରୁ ଡିସଚାର୍ଜ ହେଲା ପରେ ଶଶିକଳା ବେଙ୍ଗାଲୁରର ଏକ ହୋଟେଲରେ କ୍ବାରେଣ୍ଟିନରେ ରହିଥିଲେ। ବର୍ତ୍ତମାନ ଶଶିକଳା ତାଙ୍କ ଭାଣିଜୀ ଜେ କ୍ରୀଷ୍ଣାପ୍ରିୟାଙ୍କ ଚେନ୍ନାଇ ବାସଭବନରେ ରହିବେ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଭି.କେ ଶଶିକଳା । ୨୦୧୭ରେ ଜୟଲଳିତାଙ୍କ ପାଳିତ ସନ୍ତାନ ସୁଧାକରନ୍, ବୋହୂ ଜେ. ଇଲାଭାରସୀଙ୍କ ସହ ମିଶି ଶଶିକଳା ପ୍ରାୟତଃ ୬୬ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ତେବେ କୋରୋନା ପଜିଟିଭ୍ ଥିବା କାରଣରୁ ତାଙ୍କୁ ଜାନୁଆରୀ 27ରେ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଖାସ୍ ଥିଲେ ଶଶିକଳା । ଜେଲ ଅବଧି ​‌ଶେଷ ହେବା ପରେ ତାଙ୍କୁ ମୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.