ETV Bharat / bharat

ହାଇଦ୍ରାବାଦରେ ପୁଣି ହେବ ବାଦଲଫଟା ବର୍ଷା ! ହାଇଆଲର୍ଟ ଜାରି କଲା ପାଣିପାଗ ବିଭାଗ

ହାଇଦ୍ରାବାଦରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ହାଇଦ୍ରାବାଦକୁ ହାଇ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 6, 2021, 8:20 PM IST

ହାଇଦ୍ରାବାଦରେ ପୁଣି ହେବ ବାଦଲଫଟା ବର୍ଷା ! ହାଇଆଲର୍ଟ ଜାରିକଲା ପାଣିପାଗ ବିଭାଗ

ହାଇଦ୍ରାବାଦ: ପଡୋଶୀ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ହାଇଦ୍ରାବାଦକୁ ହାଇ ଆଲର୍ଟ ଜାରି କରାଯାଇଛି । ଆଗାମୀ 6ରୁ 7 ଘଣ୍ଟା ପ୍ରବଳ ବର୍ଷିବା ଆଶଙ୍କା ରହିଛି ।

ବର୍ଷା ନେଇ ପୂର୍ବାନୁମାନ ଖବର ପରେ ହାଇଦ୍ରାବାଦବାସୀଙ୍କ ଛାତିରେ ଛନକା ପଶିଛି । ଗତ ବର୍ଷର ବର୍ଷା ଓ ଏହା ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ମନରୁ ଲିଭିନଥିବାବେଳେ ଏଥର ପାଣିପାଗର ପୂର୍ବାନୁମାନରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ହାଇଦ୍ରାବାଦକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି ।

6 ଅକ୍ଟୋବର 2020ରେ ହାଇଦ୍ରାବାଦ ଆକାଶରେ କଳା ମଚମଚ ବାଦଲ ଘୋଟିଆସିବା ସହ ପ୍ରବଳ ବର୍ଷା ହୋଇଥିଲା । କେଇ କ୍ଷଣ ମଧ୍ୟରେ ସହର ଉପରେ କଚାଡି ହୋଇପଡିଥିଲା ବାଦଲଫଟା ବର୍ଷା । ସବୁବେଳେ ଶୁଷ୍କ ଦିଶୁଥିବା ସହର ହୋଇଥିଲା ଜଳମଗ୍ନ । ଗଳିକନ୍ଦିରୁ ସହରର ପ୍ରମୁଖ ରାସ୍ତା ସବୁକିଛି ଜଳତାଣ୍ଡବରେ ହୋଇଥିଲା ଉବୁଟୁବୁ । କେଇ ଘଣ୍ଟା ବର୍ଷାରେ ଭାସିଯାଇଥିଲେ ମଣିଷ, ଭାସିଯାଇଥିଲା ଗାଡିମୋଟର । ବିଦ୍ୟୁତ ସେବା ବିଚ୍ଛିନ୍ନ ଯୋଗୁଁ ମୋତି ଭଳି ଚମକୁଥିବା ନୱାଜ ସହର ପ୍ରାୟ 12 ଘଣ୍ଟା ଅନ୍ଧକାର ହୋଇଯାଇଥିଲା । ସହରର ବିଭିନ୍ନ ସ୍ଥାନରେ 190 ମିଲିମିଟର ପର୍ଯ୍ୟନ୍ତ ହୋଇଥିଲା ବାଦଲଫଟା ବର୍ଷା ।

ସେପଟେ ଓଡିଶାରେ ମଧ୍ୟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.