ETV Bharat / bharat

ବର୍ଷାରେ ଉବୁଟୁବୁ ମାୟା ନଗରୀ: ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ବ୍ୟାହତ

author img

By

Published : Jul 22, 2021, 10:32 AM IST

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ବର୍ଷା ଜଳ ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି କରୁଛି। ଅଧିକ ପଢନ୍ତୁ...

Heavy rains disrupt Central Railway traffic in Mumbai
ବର୍ଷାରେ ଉବୁଟୁବୁ ମାୟା ନଗରୀ: ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ବ୍ୟାହତ

ମୁମ୍ବାଇ: ବର୍ଷାରେ ଉବୁଟୁବୁ ମାୟା ନଗରୀ । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଅଟକି ରହି ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଯାଇଛି । ଏହାସହ କସରା ଘାଟରେ ପ୍ରବଳ ବର୍ଷା ହେତୁ ରେଳ ଲାଇନ ଜଳମଗ୍ନ ହୋଇଯାଇଛି । ଫଳରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ରେଳ ଧାରଣାରେ ପାଣି ରହିଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବରେ କେନ୍ଦ୍ରୀୟ ରେଳ ଖାର୍ଡିକୁ ଇଗତପୁରୀ ଷ୍ଟେସନକୁ ମଧ୍ୟରେ ଟ୍ରେନ ଚଳାଚଳକୁ ବନ୍ଦ କରି ଦେଇଛି ।

ଇଗତପୁରୀ ତାଲୁକା ଅଞ୍ଚଳରେ କ୍ରମାଗତ ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଛି । ଘାଟମାଥାୟ, କସରା ଘାଟ ଏବଂ ରାଜ୍ୟର ପଶ୍ଚିମ ଭାଗରେ ଥିବା କେତେକ ଗାଁରେ ପ୍ରବଳ ବର୍ଷା ହେଉଛି । ଯାହା ଏହା ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି । ଖାର୍ଡି ଏବଂ ଇଗତପୁରୀ ମଧ୍ୟରେ ଘାଟ ଲାଇନ ବର୍ଷା ଜଳରେ ବୁଡି ରହିଛି । ଏବଂ ଷ୍ଟେସନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ପ୍ରବଳ ବର୍ଷା ହେବାରୁ ଘାଟରେ ଭୂସ୍ଖଳନ ହୋଇଛି । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବରେ କେନ୍ଦ୍ରୀୟ ରେଳ ପ୍ରଶାସନ ସକାଳ 10: 15 ରେ ଖାର୍ଡି ଏବଂ ଇଗରପୁରୀ ରେଳ ଷ୍ଟେସନ ମଧ୍ୟରେ ଟ୍ରେନ ସେବା ବନ୍ଦ କରି ଦେଇଛି । ଫଳରେ ବହୁ ମେଲ-ଏକ୍ସପ୍ରେସ ଟ୍ରେନ ଅଟକି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖାର୍ଡି ଏବଂ ଇଗତପୁରୀ ଷ୍ଟେସନ ମଧ୍ୟରେ ଅମରାବତୀ ଏକ୍ସପ୍ରେସ ଅଟକି ରହିଛି । ଏଥିସହ ଉମ୍ବର୍ମାଲିରେ ରେଳ ଟ୍ରାକ୍ ଉପରେ ପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । କସରା ଘାଟରେ ରେଳ ଲାଇନରେ ଭୂସ୍ଖଳନ ମଧ୍ୟ ଘଟିଛି । ଘାଟ ବିଭାଗର ପରିସ୍ଥିତି ଉପରେ କେନ୍ଦ୍ରୀୟ ରେଳ ପ୍ରଶାସନ ନଜର ରଖିଛି।

ଏଥିସହ ରେଳ ବିଭାଗର ଇଞ୍ଜିନିୟରି ଦଳ ଏବଂ କର୍ମଚାରୀଙ୍କୁ ଘାଟ ରେଳ ଲାଇନ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୁରୁଣା କସରା ଘାଟରେ ଭୂସ୍ଖଳନ ହେବା ଯୋଗୁଁ ମୁମ୍ବାଇ-ନାଶିକ୍ ରାଜପଥରେ ବନ୍ଦ ହୋଇଯାଇଛି । ରାସ୍ତାରୁ ପଥର ଗୁଡିକୁ ହଟାଇବା ପାଇଁ ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଏହା ବ୍ୟତୀତ ମୁମ୍ବାଇ-ଆଗ୍ରା ରାଜପଥରେ ଲଲିତ କମ୍ପାନୀ ସମ୍ମୁଖରେ ଥିବା ସମସ୍ତ ରାଜପଥ ଜଳମଗ୍ନ ହୋଇଯାଇଛି । ଫଳରେ ଗମନା ଗମନରେ ବାଧା ଉପୁଜିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.