ETV Bharat / bharat

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମୁମ୍ବାଇ

author img

By

Published : Jun 9, 2021, 6:25 PM IST

ମୌସୁମୀ କାରଣରୁ ଦେଶର ବିଜନେସ କ୍ୟାପିଟାଲ ଓ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲୋକାଲ ଟ୍ରେନ ସେବାରେ ଉପୁଜିଛି ବାଧା । ଅଧିକ ପଢନ୍ତୁ...

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମୁମ୍ବାଇ
ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମୁମ୍ବାଇ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହି କାରଣରୁ ଦେଶର ବିଜନେସ କ୍ୟାପିଟାଲ ଓ ଏହାର ଉପକଣ୍ଠରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମୁମ୍ବାଇ

ମୌସୁମୀ ବର୍ଷା ଯୋଗୁଁ ଜଳାର୍ଣ୍ଣବ ହୋଇଛି ମୁମ୍ବାଇ । ଆଉ ଏହି କାରଣରୁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବାରେ ଉପୁଜିଛି ବାଧା ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୁମ୍ବାଇ ଓ ପଡୋଶୀ ଥାନେ, ପାଲଘର ଓ ରାୟଗଢ ଜିଲ୍ଲା ପାଇଁ ଜାରି ହୋଇଛି ରେଡ ଆଲର୍ଟ । ବୁଧବାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଆଇଏମଡି ।

ଆଇଏମଡି ବୁଧଧବାର ନିଜ ପୂର୍ବାନୁମାନରେ କହିଛି ଯେ ସାଟେଲାଇଟରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ 3ରୁ 4 ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ବିଜୁଳ ଘଡଘଡି ସହ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ଅଧିକାରୀଙ୍କ କହିବାନୁଯାୟୀ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ଥାନେ, ନବି ମୁମ୍ବାଇର ଭାସି ପର୍ଯ୍ୟନ୍ତ ଯାଉଥିବା ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହଇଛି । ରେଳଧାରଣା ପାଣିରେ ବୁଡି ରହିଥିବାରୁ ଅନେକ ଟ୍ରେନ ବାତିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.