ETV Bharat / bharat

ଉତ୍ତର ଭାରତରେ ଜଳପ୍ରଳୟ; ଗଲାଣି 19 ଜୀବନ, ଦିଲ୍ଲୀରେ ସମସ୍ତ ସ୍କୁଲ ଛୁଟି

author img

By

Published : Jul 10, 2023, 9:59 AM IST

ଉତ୍ତର ଭାରତରେ ଲଗାତାର ବର୍ଷା କାରଣରୁ 19ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ପରିସ୍ଥିତି ଅଣାୟତ ହୋଇଛି ତେଣୁ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଉତ୍ତର ଭାରତରେ ବର୍ଷା
Heavy rain in several parts of north India

ନୂଆଦିଲ୍ଲୀ: ବର୍ଷା ଆଣିଛି ବିପତ୍ତି । ଲଗାତାର ବର୍ଷା ଫଳରେ ଭାସୁଛି ଉତ୍ତର ଭାରତ । ଜାତୀୟ ରାଜଧାନୀ ଦିଲ୍ଲୀଠୁ ନେଇ କାଶ୍ମୀର ସବୁଠି ବର୍ଷା ବିତ୍ପାତ । ଯେଉଁଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ପ୍ରକୃତି କୋପରେ କେଉଁଠି କାର ଭାସି ଯାଇଛି ତ କେଉଁଠି ବ୍ରିଜ ଭୁଶୁଡ଼ି ପଡିଛି । ନଦୀର ସୁଅରେ ଗାଁ ବୁଡି ଯାଇଛି । ବର୍ଷାର କରାଳ ରୂପରେ ହନ୍ତସନ୍ତ ଲୋକ । ଦିଲ୍ଲାରେ ବର୍ଷା 40 ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରବଳ ବର୍ଷା କାରଣକୁ ଦିଲ୍ଲୀ ସମେତ ନୋଏଡା ଓ ଗୁରୁଗ୍ରାମରେ ସମସ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନଙ୍କ ପାଇଁ ସ୍କୁଲ ବନ୍ଦ ରହିଛି ମାତ୍ର ଶିକ୍ଷକମାନେ ସ୍କୁଲ ଆସିବେ । 3 ଦିନରେ ଉତ୍ତର ଭାରତର 4 ରାଜ୍ୟରେ 19 ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ 5ଜଣ ଆହତ ହୋଇଛନ୍ତି ।

  • Delhi CM Arvind Kejriwal calls a meeting at the Secretariat this afternoon, in the wake of the situation in the city due to incessant heavy rainfall. Minister Saurabh Bharadwaj, Atishi and concerned officers will attend the meeting. The rise in the level of river Yamuna will also… pic.twitter.com/eFWGK7F0Eq

    — ANI (@ANI) July 10, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀରେ ସ୍କୁଲ ଛୁଟି: ପ୍ରବଳ ବର୍ଷାରେ ବେହାଲ ହେଲାଣି ରାଜଧାନୀ ଦିଲ୍ଲୀ । ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇଛି । ଦିଲ୍ଲୀରେ ବିଭିନ୍ନ ସ୍ଥାନ ଜଳମଗ୍ନ ହେବାସହ ଫ୍ଲାସଫ୍ଲଡ୍‌ ହୋଇ ଘର ଭୁଶୁ଼ଡିଥିବା ଦେଖିବାକୁ ମିଳିଛି । ଲଗାତାର ବର୍ଷା କାରଣରୁ ଦିଲ୍ଲୀ ଓ ନୋଏଡାରେ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ଗଛପଡି ଜଣେ 49 ବର୍ଷୀୟ ଅଟୋ ଡ୍ରାଇଭର ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ 30 ବର୍ଷୀୟ ମହିଳାଙ୍କର ବି ମୃତ୍ୟୁ ହୋଇଛି । 5ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ବୋହୁଛି ।

ଏହା ବି ପଢନ୍ତୁ...ବର୍ଷା ବିତ୍ପାତରେ ଉତ୍ତର ଭାରତରେ 14 ମୃତ: ହିମାଚଳ ସର୍ବାଧିକ ପ୍ରଭାବିତ, 50 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ଏହା ବି ପଢନ୍ତୁ...Watch Video: ହଠାତ୍ ବଢ଼ିଲା ଭାଗିରଥୀ ନଦୀର ଜଳସ୍ତର, ପାଣି ମଝିରେ ଫସିଗଲା ବାଳକ

ଭାସୁଛି ଉତ୍ତର ଭାରତ: ଦିଲ୍ଲୀଠୁ ନେଇ ଜାମ୍ମୁ କାଶ୍ମୀର ସବୁଠି ସମାନ ଦୁର୍ଦ୍ଦଶା । ଲଗାଣ ବର୍ଷା କାରଣରୁ ଜଳବନ୍ଦୀ ହୋଇ ଜନଜୀବନ ପ୍ରଭାବିତ ହୋଇଛି । ଯେଉଁଆଡେ ଦେଖିଲେ ପାଣି ଆଉ ପାଣି । ଉତ୍ତରାଖଣ୍ଡ, ପଞ୍ଜାମ, ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀରରେ ବି ସ୍ଥିତି ଗମ୍ଭୀର ରହିଛି । ଏକାଧୀକ ନଦୀରେ ଜଳସ୍ତର ବୃଦ୍ଧି ହୋଇ ବିପଦ ସଂଙ୍କେତରେ ରହିଛି । ପଞ୍ଜାବ ଓ ଚଣ୍ଡିଗଡ଼ରେ ବି ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ପ୍ରକୃତି କୋପରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ଗତ 3 ଦିନରେ 4 ରାଜ୍ୟରେ 19 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଲୋକଙ୍କ ଜୀବନ ଯାଉଛି । ଉତ୍ତରାଖଣ୍ଡର 6 ଜିଲ୍ଲାରେ 150ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଓ ପଞ୍ଜାବକୁ ଏନଡିଆରଏଫ ଟିମ ପଠାଯାଇଛି । 4 ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ 4 ରାଜ୍ୟରେ ହୋଇଥିବା କ୍ଷତି ନେଇ ଯଥା ସମ୍ଭବ ସହାୟତା ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ: ବର୍ଷା ବିପତ୍ତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଦିଲ୍ଲୀରେ ସ୍ଥିତି ସମୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକ ଡାକିଛନ୍ତି । ବୈଠକରେ ସ୍ଥିତି ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ନିଆଯିବ । ମନ୍ତ୍ରୀ ସୌରଭ ଭାରଦ୍ବାଜ, ଅତିଶି ଏବଂ ଅଧିକାରୀ ସାମିଲ ହେବେ । ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ମଧ୍ୟ ବୈଠକେର ଆଲୋଚନା ହେବ । 16ଟି କଣ୍ଟ୍ରୋଲ ରୁମ୍‌ ଖୋଲି ଦିଲ୍ଲା ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.